ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଭାଗୀୟ ଅଧିକାରୀଙ୍କ ମିଳିତ ଚଢ଼ାଉ, ୩ କ୍ରସର ସିଲ୍

ବିଭାଗୀୟ ଅଧିକାରୀଙ୍କ ମିଳିତ ଚଢ଼ାଉ, ୩ କ୍ରସର ସିଲ୍

ଖଇରା,୨୫/୭/୨୪ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ତହସିଲ ଅଧିନରେ ଥିବା ଶାରିଶୁଆ ପାହାଡ଼ ଅଞ୍ଚଳରେ ବେଆଇନ ଭାବେ ବହୁ କ୍ରସର ଚାଲିଥିଲା । ତା ୨୫/୭/୨୪ ରିଖ ଗୁରୁବାର ଅପରାହ୍ନରେ କ୍ରସର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଭୀମଚ ରଣ ମାରାଣ୍ଡିଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଟିମ୍ ଗଠନ କରାଯାଇ କୁପାରି ଅଞ୍ଚଳରେ ଚାଲିଥିବା କ୍ରସର ଗୁଡିକର କାଗଜପତ୍ର ଯାଞ୍ଚ କରାଯାଇଥିଲା । ଯେଉଁଥିରେ ପ୍ରଦୃଷଣ ରୋକିବାକୁ ଗୁରୁତ୍ବ ଦିଆଯାଇଥିଲା । ଉକ୍ତ ଟିମ୍ ରେ ଜିଲ୍ଲା ଖଣି ଅଧିକାରିଣୀ ସନ୍ତୋଷିପ୍ରଭା ସେଠୀ, ଫରେଷ୍ଟର ନରେଶ ସିଂ, ରେଞ୍ଜର ମନୋରଞ୍ଜନ ନାୟକ, ଖଇରା ତହସିଲଦାର ସବ୍ୟସାଚୀ ଜେନା, ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନ ଧଳ, ଖଇରା ଆଇଆଇସି ଗୟାଧର ବେହେରା, ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ତା ୨୬/୭/୨୪ ରିଖ ଶୁକ୍ରବାର ଦିନ ମଧ୍ୟ ଅନ୍ୟ କ୍ରସର ଗୁଡ଼ିକ ଯାଞ୍ଚ କରାଯିବ । କାଗଜପତ୍ର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ତଥ୍ୟ ଉପରେ ସମୀକ୍ଷା କରାଯିବା ପରେ ବାକି କ୍ରସର ଗୁଡ଼ିକ ସମ୍ପର୍କରେ ନିଷ୍ପତ୍ତି ନିଆଯିବା ବୋଲି ଜିଲ୍ଲା ଖଣି ଅଧିକାରିଣୀ ସନ୍ତୋଷିପ୍ରଭା ସେଠୀ କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗହଣା ସଫେଇ ଆଳରେ ଜୈନିକ ବ୍ୟବସାୟୀଙ୍କ ଘରୁ ଲୁଟ୍।  ଦୁଇଟି ସୁନା ଚୁଡ଼ି, ମୁଦି ଓ ସୁନା ଚେନ ନେଇ ଦୁଇ ଦୃର୍ବୁତ୍ତ ଫେରାର…

masiha

ଅଜଣା ଗାଡି ଧକ୍କାରେ ଯୁବକ ମୃତ

Sunil Chandra Nayak

ଭୁଲଵେଡା ପ୍ରାଚୀନ ଜଳେଶ୍ବର ବାବା ଶୈବ ମନ୍ଦିରରେ କଳା କନା ବୁଲେଇଲେ ଦୁବୃର୍ତ୍ତ 

masiha

Leave a Comment

error: Content is protected !!