ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପ୍ରେମିକାର ମୃତ ଦେହ ସହ ପ୍ରେମିକର ରକ୍ତାକ୍ତ ଶରୀର ଉଦ୍ଧାର

ପାପଡାହାଣ୍ଡି,31/1, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ପଂଚାୟତ ସୋରିଷ ପଦର ଗ୍ରାମ ନିକଟରେ ଥିବା ଏକ ଜମିରେ ମଙ୍ଗଳବାର ଜଣେ ପ୍ରେମିକାର ମୃତ ଦେହ ସହ ପ୍ରେମିକର ରକ୍ତାକ୍ତ ଶରୀର ଉଦ୍ଧାର କରିଛି ପୋଲିସ | ଗୁରୁତର ପ୍ରେମିକକୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ପରେ ଅଧିକ ଚିକିତ୍ସା ପାଇଁ କୋରାପୁଟ ପଠାଯାଇଛି | ପ୍ରେମିକ ତଣ୍ଡାଗୁଡା ଗ୍ରାମର କମଳସିଂ ଅମନାତ୍ୟ ଓ ପ୍ରେମିକା ସୋରିଷ ପଦର ଗ୍ରାମର କବିତା ଭତରା ବୋଲି ଜଣାପଡିଛି | ଉଭୟ ତଣ୍ଡାଗୁଡା ଗ୍ରାମରେ ଏକ ସିମେଣ୍ଟ ତିଆରି ଦୋକାନରେ କାମ କରୁଥିଲେ | ଗ୍ରାମବାସୀ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ୟୁଡ଼ି କେସ ନମ୍ବର 2/23 ରେ ମାମଲା ରୁଜୁ କରି ମୃତ ପ୍ରେମିକା ଙ୍କ ଶବ ବ୍ୟାବଛେଦ ଲାଗି ନବରଙ୍ଗପୁର ପଠାଇଛି | ଖବର ଲେଖା ଶେଷ ସୁଦ୍ଧା ବ୍ୟାବଛେଦ ହୋଇନଥିବା ଜଣାପଡିଛି | ନିକଟସ୍ତ ଗଛରେ ପ୍ରେମିକା ଜଣକ ଝୁଲି ପଡ଼ିଥିବା ସନ୍ଦେହ କରାଯାଉଛି | ପ୍ରେମିକ ବ୍ଲେଡ ସାହାଯ୍ୟରେ ନିଜର ବେକକୁ କାଟି ରକ୍ତାକ୍ତ ହୋଇ ପଡିଥିଲା | ପ୍ରେମିକାର ମୁଣ୍ଡରେ ରକ୍ତ ଲାଗିଛି | ଘଟଣାସ୍ଥଳକୁ ପୋଲିସ ଏଏସଆଇ ଲାବଣ୍ୟ ବେମାଲ ନବରଙ୍ଗପୁର ମେଡିକାଲରେ ରହିଥିବା ବେଳେ ଏଏସଆଇ ହରିହର ଭତରା ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି | ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ | ପ୍ରେମିକା ଜଣକ ଗଛରେ ଝୁଲିବା ଦେଖି ପ୍ରେମିକ ଜଣକ ଭାରସାମ୍ୟ ହରାଇ ତାକୁ ଗଛରୁ ଓଲ୍ହାଇ ପରେ ନିଜେ ବ୍ଲେଡରେ ବେକ କୁ କାଟିଥିବ ବୋଲି ଆଇଆଇସି ଦୀପକ ଜେନା ସୂଚନା ଦେଇଛନ୍ତି | ଝିଅ ରାତିରୁ ନିଖୋଜ ଥିବା ପରିବାର ଲୋକ ସୂଚନା ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସୁଧ କାରବାରର ପର୍ଦ୍ଦାଫାଶ: ଆସିକା ପୋଲିସ ଜାଲରେ ଅଭିଯୁକ୍ତ, ୨୦ ରୁ ଅଧୂକ ବାଇକ ସହ ନଗଦ ଟଙ୍କା, ମୋବାଇଲ ଓ ଦଲିଲ ଜବତ

Sunil Chandra Nayak

ଦୀର୍ଘବର୍ଷ ଧରି ୱାରେଣ୍ଟ ଥିବା ଆସାମୀଙ୍କୁ ଗିରଫ କରି କନିଷ୍ଠ ଅଦାଲତକୁ ହସ୍ତାନ୍ତର କଲା ଝରୀଗାଁ ପୋଲିସ 

masiha

କଲର୍ଭଟ ତଳୁ ଏଟିଏମ ରୁ ଚୋରୀ ରେ ବ୍ୟବହୃତ ସାମଗ୍ରୀ ଜବତ

Sunil Chandra Nayak

Leave a Comment

error: Content is protected !!