ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ। ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କଲା ଜଗନ୍ନାଥ ସେବା ସମିତି

ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ।

ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କଲା ଜଗନ୍ନାଥ ସେବା ସମିତି

ଧର୍ମଗଡ଼ ସହର ବିଭିନ୍ନ ଅଞ୍ଚଳରେ ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ବର୍ଷା ଜଳ ଓ ବର୍ଜ୍ୟ ଜଳ ନିଷ୍କାସନ ନେଇ ବିଭିନ୍ନ ସମୟରେ ଅନେକ ଅସୁବିଧା ସୃଷ୍ଟି ହେଉଛି। ଯାହାକୁ ନେଇ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଜଗନ୍ନାଥ ସେବା ସମିତି ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଅଛି।

ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ସହର ମଧ୍ୟରେ ଥିବା ଅନେକ ଡ୍ରେନ୍ ଠିକ ଭାବେ ଜଳ ନିଷ୍କାସନ ହୋଇ ପାରୁ ନ ଥିଲା। ମୁଖ୍ୟତଃ ଧର୍ମଗଡ ସହରର କେନ୍ଦ୍ରସ୍ଥଳୀ କୁହା ଯାଉଥିବା ଏସ ଟି ସ୍କୁଲ୍ ଛକ ଠାରେ ବିଗତ ଦିନରେ ବର୍ଷା ଯୋଗୁଁ ରାସ୍ତା ଉପରେ ଆଣ୍ଠୁ ଏ ପାଣି ଜମା ହୋଇ ରହିବା ସହ ନିକଟସ୍ଥ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ବର୍ଷାଜଳ ପଶି ଯାଇଥିଲା। ତେବେ ଏଠାରେ ଥିବା ଡ୍ରେନରେ ପାଣି ନିଷ୍କାସିତ ହୋଇ ନ ପାରି ସ୍ଥାନେ ସ୍ଥାନେ ଢାଙ୍କୁଣି ନଥିବାରୁ ଜଳ ଜମି ରହି ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଫଳରେ ଏହା ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ କୁ ଆମନ୍ତ୍ରଣ କରୁଛି। ପୁନଶ୍ଚ ଏହି ମୁକୁଳା ଡ୍ରେନ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି। ଏ ସମ୍ପର୍କରେ ବିଭିନ୍ନ ସମୟରେ ଏନ୍ ଏ ସି କର୍ତ୍ତୃପକ୍ଷ ଙ୍କୁ ଅଭିଯୋଗ କରାଯାଇ ଥିଲେ ହେଁ କୌଣସି ପ୍ରତିକାର କିମ୍ବା ବିକଳ୍ପ ବ୍ୟବସ୍ଥା କରାଯାଉନାହିଁ। ଏଣୁ ଏହାର ତୁରନ୍ତ ପ୍ରତିକାର କରିବା ପାଇଁ ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩, ୩୭୨ ଟି ମାମଲାର ଫଇସଲା

ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ପ୍ରତିମା ପାତ୍ର

Sunil Chandra Nayak

ରାଉରକେଲା ସୋସିଆଲ ସୋସାଇଟି ତରଫରୁ ଶିଶୁ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!