ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶୀପୁରରେ ପାନୀୟ ଜଳ ସମସ୍ୟା ଛବିଶି ଦିନରେ ପହଞ୍ଚିଲା

ଦଶୀପୁରରେ ପାନୀୟ ଜଳ ସମସ୍ୟା ଛବିଶି ଦିନରେ ପହଞ୍ଚିଲା

କାମାକ୍ଷାନଗର (ମନିସ )26/7/24 // ବର୍ଷାଦିନେ ପାନୀୟ ଜଳ ଟିକିଏ ପାଇଁ ହା ହା କାର ହେଉଛନ୍ତି ଦଶୀପୁର ପଞ୍ଚାୟତ ବାସୀ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ଦଶୀପୁର ଗ୍ରାମରେ ବିଲବାଡି, ନାଳ ପୋଖରୀରେ ପାଣି ଭର୍ତି ହୋଇଥିଲେ ମଧ୍ୟ ପାନୀୟ ଜଳ ଦୀର୍ଘ ୨୬ ଦିନ ଯୋଗାଣ ବନ୍ଦ ରହିଛି,ବର୍ଷା ଦିନେ ବିଭିନ୍ନ ରୋଗର ସଂକ୍ରମଣ ପରିଲକ୍ଷିତ ହେଉଥିବାବେଳେ ଲୋକମାନେ ବାହାର ପାଣି ପିଇବା ଉଚିତ୍ ମନେ କରୁନାହାନ୍ତି,ଏହାକୁ ନେଈ ଗ୍ରାମର ବିଭୁତି ଭୂଷଣ ଦେହୁରୀ କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରେ ଯନ୍ତ୍ରୀ ରଶ୍ମୀରଂଜନ ଦାସଙ୍କ ବିଭୁତି ଙ୍କ ମୋବାଇଲ ନମ୍ବରକୁ ବ୍ଲକ କରିବା ଏବେ ଆଲୋଚନା ର ବିଷୟ ହୋଇଛି,ସାଧାରଣରେ ଯନ୍ତ୍ରୀ ଙ୍କୁ ଅଭିଯୋଗ କରିବାକୁ କଙ୍କଡ଼ାହାଡ଼ ବ୍ଲକକୁ ଆସି ଦେଖା କରି ଅଭିଯୋଗ କରିବା ସମୟ ସାପେକ୍ଷ ଓ ଦୀର୍ଘ ଲମ୍ବା ରାସ୍ତା ଆସି ଜେଇ ଙ୍କୁ ସାକ୍ଷାତ ପାଇ ପାରନ୍ତି ନାହିଁ, ଲୋକଙ୍କ ଟିକସ ଓ ଟଙ୍କା ରେ ଦରମାପାଇ ଚାକିରି କରିଥିବା କନିଷ୍ଠ ଯନ୍ତ୍ରୀ ରଶ୍ମୀ ଲୋକଙ୍କୁ ପାଣି ଟିକିଏ ଯୋଗାଣ ଦେବା ଅକ୍ଷମତା ହେତୁ ମୋବାଇଲ ନମ୍ବରକୁ ବ୍ଲକ କରିବା କେତେ ଠିକ୍,ଏବେ ପଲ୍ଲୀରେ ପ୍ରଶାସନ କାଯ୍ୟ ଜିଲ୍ଲାପାଳଙ୍କ ଦ୍ବାରା ପ୍ରଥମେ କଣ୍ଟାପାଳ ପଞ୍ଚାୟତରେ ଆରମ୍ଭ ଓ ଆସନ୍ତା ଅକ୍ଟୋବର ମାସ ୨୧ ତାରିଖ ରେ ଦଶୀପୁର ରେ ହେବାକୁଥିବା ପଲ୍ଲୀରେ ପ୍ରଶାସନ ଜନ ଶୁଣାଣି ଶିବିର ରେ କନିଷ୍ଠ ଯନ୍ତ୍ରୀ ରଶ୍ମୀ ରଞ୍ଜନ ଉପସ୍ଥିତ ରହି ସମସ୍ୟାବିଷୟରେ ଲୋକଙ୍କୁ ଅବଗତ କରିବେ ନା କିଛି ବାହାନା କରି ଅନୁପସ୍ଥିତ ରହିବେ ତାହା ଆଗାମୀ ଦିନରେ ଜଣାପଡିବ,

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମହିଳା କୁସ୍ତି ଖେଳାଳି ମାନଙ୍କୁ ଯୈାନ ନିର୍ଯ୍ୟାତନା ଦେଇଥିବା ଅଭିଯୁକ୍ତ ବିଜେପି ସାଂସଦଙ୍କୁ ଗିରଫ ଦାବିରେ ଓ ବିଜେପି ସରକାରଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସର ଦମନଲୀଳା ବିରୋଧରେ ସଂଯୁକ୍ତ କିଷାନ ମୋର୍ଚା( SKM) ତରଫରୁ ଦେଶ ବ୍ୟାପୀ ପ୍ରତିବାଦ

ରାୟଗଡାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ 

masiha

କନ୍ଧମାଳ ର ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!