ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି(ଦିଶା) ବୈଠକ

ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି(ଦିଶା) ବୈଠକ

 କୋରାପୁଟ,୨୧।୫  ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇ ଯାଇଛି। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ ୨୬ ଓ ୩୨୬, କୋରାପୁଟ ଏବଂ ଜୟପୁରର ବାଇପାସ ରାସ୍ତା, ରେଳବାଇ ପ୍ରକଳ୍ପ, ମୋବାଇଲ ଟାୱାର, ପାନୀୟ ଜଳ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ,ଜଳସେଚନ, ସ୍ବାସ୍ଥ୍ୟ, ଭାରତମାଳା ଏକ୍ସପ୍ରେସ ହାଇୱେ,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ, ଏକଲବ୍ୟ ମଡେଲ ଆଦର୍ଶ ଆବାସିକ ବିଦ୍ୟାଳୟ କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ଜିଲ୍ଲା ରେ ସ୍ୱାସ୍ଥ୍ୟର ସାମଗ୍ରୀକ ବିକାଶ ନିମନ୍ତେ ବିଭାଗୀୟ କତୃପକ୍ଷଙ୍କୁ ଉଚିତ ପଦକ୍ଷେପ ନେବା ନିର୍ଦେଶ ଦିଆଯାଇଥିଲା l ଜୁନ ମାସ ଶେଷ ସୁଦ୍ଧା bsnl ଏବଂ JIO ର ଟାୱାର ସ୍ଥାପନ ଏବଂ କାର୍ଯ୍ୟକ୍ଷମ କରିବା ନିମନ୍ତେ ନିର୍ଦେଶ ଦିଆଯାଇଥିଲା l ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା , ଜୟପୁର ଉପ ଜିଲ୍ଲାପାଳ ଆକାଭାରମ ଶସ୍ୟା ରେଡ୍ଡୀ ,କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ , ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରାଙ୍କ ସହ ଜିଲ୍ଲାର ଅନ୍ୟ ଅଧିକରୀମାନେ ଉପସ୍ଥିତ ରହି କେନ୍ଦ୍ରୀୟ ଯୋଜନା ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ପାନୀୟ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ରାସ୍ତାଗୁଡିକ ଖରାପ ହୋଇଯାଉଥିବା ବେଳେ ଏହା କିପରି ତୁରନ୍ତ ମରାମତି କରାଯିବ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ମତବ୍ୟକ୍ତ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଯୋଗଦେଇ ପରିଚାଳନା କରିଥିବା ବେଳେ ଏପିଡି ଗୌରୀ ଶଙ୍କର ସାହୁ ଓ ମନରେଗା ଡିପିଓ ଜୟନ୍ତ କୁମାର ନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୨୬ ରେ ସଚେତନ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଓ ଆଲୋଚନାସଭା

Sunil Chandra Nayak

ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଉପଚାର ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଖ୍ୟାତି ସମ୍ପନ୍ନ ସମାଜସେବୀ ଦୀପକ କୁମାର ଚୌଧୁରୀ

Sunil Chandra Nayak

Leave a Comment

error: Content is protected !!