ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣ ଫୁଟି ଯୁବକ ଗୁରୁତର 

ବାଣ ଫୁଟି ଯୁବକ ଗୁରୁତର 

ଜଳେଶ୍ଵର,୧୧/୪(ମନିସ)-ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋ ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୩ ଘଟିକା ସମୟରେ ହାକାଣ୍ଡ ପୋଖରୀ ହୁଡ଼ାରେ ମାଣିକଧରା ପର୍ବ ପ୍ରସ୍ତୁତି ସମୟରେ ବାଣରେ ଅଗ୍ନି ସଂଯୋଗ କରିବାକୁ ଯାଇ ନିଜର ଅସାବଧାନତା ଯୋଗୁଁ ତାହା ଫୁଟି ଯିବା ଫଳରେ ଜଣେ ଯୁବକଙ୍କ ଡାହାଣ ହାତ ଗୁରୁତର ହୋଇଛି।ତୁରନ୍ତ ସେଠାରେ ଉପସ୍ଥିତ ଥିବା ହରି ଶଙ୍କର ଦେ(ଭୋଳା) ଓ ଦିବ୍ୟ ଜ୍ୟୋତି ପଣ୍ଡା ତାଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ଵରସ୍ଥିତ ଜି କେ ଭଟ୍ଟର ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସାର ବ୍ୟବସ୍ଥା କରିଥିଲେ।ଗୁରୁତର ଯୁବକ ଜଣକ ନାମ୍ପୋ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟ ଦୀପକ କୁମାର ପଣ୍ଡାଙ୍କ ଜ୍ୟେଷ୍ଠ ପୁତ୍ର ଦେବଜ୍ୟୋତି ପଣ୍ଡା(ଜୁଲୁ)(୩୨) ବୋଲି ଜଣା ପଡ଼ିଛି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବାଲ୍ୟ ବିବାହ ରୋକିବା ଲାଗି ସଚେତନ ରାଲି 

Sunil Chandra Nayak

କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ

masiha

ମହିଳା ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!