ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ 

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ 

ବନ୍ଧୁଗାଁ ତା ୧୧/୪/୨୬,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ତୁରୁକୁପେଟା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଲାବିଟି ମଣିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଡି ଏଙ୍କାଟି, ବିଜେଡ଼ି ବ୍ଲକ ସଭାପତି ଦୁର୍ଯ୍ୟ ନାଗ, ପୂର୍ବତନ ବିଜେପି ଜିଲ୍ଲା ଉପ ସଭାପତି ଶରତ ପାତ୍ର, ବିଜେଡି ପୂର୍ବତନ ସଭାପତି ବାଲା ନାଗ, ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ଲକ୍ଷ୍ମୀପୁର ବ୍ଲକ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ମଦନ ମୁଦୁଲି, ନାରାୟଣପାଟଣା ବ୍ଲକ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଈଶ୍ୱର ଚନ୍ଦ୍ର ମୁଦୁଲି,ସ୍କୁଲ ପରିଚାଳନା କମିଟି ସଭାପତି ଏ ସୁରେନ୍ଦ୍ର, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ଚୌଧୁରୀ,ଶିକ୍ଷକ ସଂଘ ସମ୍ପାଦକ କେ ପ୍ରତାପ କୁମାର ପ୍ରମୁଖ ଉପସ୍ଥିତ ରହି ଥିଲେ। ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ କସ୍ତୁରବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନୂତନ ଭାବେ ସ୍ଥାପିତ ହୋଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ଲାବିଟି ମଣିଙ୍କ ଦ୍ଵାରା ଉପସ୍ଥିତ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ ସଫଳତା କ୍ଷେତ୍ରରେ ଚଳିତ ବର୍ଷ ଷଷ୍ଠ ଶ୍ରେଣୀରେ ବୃତ୍ତି ରୁଦ୍ର ପ୍ରତାପ ସୁବୁଦ୍ଧି,ବଜବହାଲ ନେହୁରୁ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଖୁସି ମେଲେକା, ସୁଭଦ୍ରା ପିଡ଼ିକା ଉତ୍ତୀର୍ଣ୍ଣ କରିଛନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ଅର୍ଚ୍ଚିତା ପିଡ଼ିକା, ଶ୍ରୀୟା ମେଲେକା, ରିଶି ପିଡିକା , ଆୟୁଷ୍ମାନ ଗୌଡ, କୁସୁମାଞ୍ଜଳି ଜେମ୍ବେଲି ଓ ଶ୍ରୀୟା ଜାକାକା ଉତ୍ତୀର୍ଣ୍ଣ ହୋଇ ପାଠ ପଡ଼ୁଛନ୍ତି। ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଆସ୍ୱାସିନି ଆରସଡ଼ା ସଫଳତା ପାଇଛନ୍ତି, ରାଜ୍ଯ ସ୍ତରୀୟ ରିଲେ ରେସ ରେ ଗଙ୍ଗୋତ୍ରି ପିଡିକା ସଫଳତା ପାଇଛନ୍ତି। ଏଥିସହ ବିଦ୍ୟାଳୟରେ ୨୬୪ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶ୍ରେଣୀ ଗୃହ ୪ ଟି ଅଛି, ଶିକ୍ଷକ ମାତ୍ର ୪ ଜଣ ଅଛନ୍ତି, ବିଦ୍ୟାଳୟ ପାଇଁ ଆଉ ଶ୍ରେଣୀ ଗୃହ ଆବଶ୍ୟକ ଥିବା ବେଳେ ୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଅଣ୍ଟ ରହିଛନ୍ତି।ଶିକ୍ଷକ ପ୍ରଶାନ୍ତ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ପୁରସ୍କାର ବଣ୍ଟନ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା ରହି ଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତି ଛାତ୍ରୀ ଙ୍କୁ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା। ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ଧୂମଧାମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିସହ ବିଦ୍ୟାଳୟ ର ମଧ୍ୟାନ ଭୋଜନର ରୋଷେଇଆ ଓ ଛାତ୍ରୀ ନିବାଶର ରୋଷେଇଆ ଓ ରାତି ଯଗୁଆଳି,ଛାତ୍ରୀଙ୍କ ପ୍ରତି ମୁହଁର୍ତ୍ତରେ ଦୁଃଖ ସୁଖରେ ସହାୟତା ଯୋଗେଇ ଦେଉଥିବା ସନ୍ନମାନିତ କୋରାଯିବା ସହ ଟ୍ରଫି ଓ ପ୍ରମାଣ ପତ୍ର ଦେଇଥିଲେ Iବିଦ୍ୟାଳୟର ଶିକ୍ଷକ ରାମଚଂଦ୍ର ମେଲେକା, ଯୁଗେଶ୍ୱର୍ ମାଝୀ ଓ ସୁନୀତା ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ ।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ମୋଟର ସାଇକେଲ ଦୁର୍ଘଟଣା, ୧ ଆହତ

Sunil Chandra Nayak

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଅଷ୍ଟମ ଦିନ ସମ୍ବାଦ ସାହିତ୍ୟ ଘର ର ସାହିତ୍ୟ ସଭା

masiha

ଇତିହାସ ରଚିଲା ସଂଯୋଗୀ ସାହିତ୍ୟ ସଂସଦ, ବାର୍ଷିକ ଉତ୍ସବରେ କବିମାନେ ପଢିଲେ ଏକପଦୀ କବିତା

masiha

Leave a Comment

error: Content is protected !!