ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକକଳା ପାଈଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଲୋକକଳା ପାଈଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 

କାମାକ୍ଷାନଗର – ଓଡ଼ିଆ ପକ୍ଷ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସ୍ଥିତ କଳାଗ୍ରାମ ରାୟନୃସିଂହପୁର ଠାରେ ଲୋକକଳା ପାଈଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏଥିରେ କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଦିନମଣୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ଲୋକକଳା ଆମ ସଂସ୍କୃତି ତଥା ପରମ୍ପରାର ଅଭିଛେଦ୍ୟ ଅଙ୍ଗ l ଏହାର ସୁରକ୍ଷା ତଥା ବିକାଶ ଅମର ଉତ୍ତରଦାଇତ୍ୱ l ଅନ୍ୟତମ ସମ୍ମାନିତ ଅତିଥି ଭାବେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ସାହୁ, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭୁକଲ୍ୟାଣ ଦାସ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଦୀପକ କୁମାର ମିଶ୍ର ଯୋଗଦେଇଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲୋକ କଳାକାର ଓ ଅତିଥିବୃନ୍ଦ ଗ୍ରାମ ପ୍ରରିକ୍ରମା କରିଥିଲେ l ଏହାପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ସାଧାରଣ ସଭା, ଲୋକ କଳା ନୃତ୍ୟ ପରିବେଷଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଥିଲା l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଜନ୍ମ ଦିବସ ଉପଲକ୍ଷେ ଆଶିଷ

Sunil Chandra Nayak

ଶବ ସତ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣ

Sunil Chandra Nayak

ପୋଖରୀରେ ବୁଡ଼ି ପାଞ୍ଚ ବର୍ଷର ଦୁଇ ଶିଶୁଙ୍କ ମୃତ୍ୟୁ

masiha

Leave a Comment

error: Content is protected !!