ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁର୍ବତନ ଭଳିବଲ ଖେଳାଳିଙ୍କ ଅକାଳ ବିୟୋଗ

କୋକସରା,୨୧/୦୩ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମର ପୁର୍ବତନ ଭଳିବଲ ଖେଳାଳି ସଫିକ ଖାଁ (ମୁନ୍ନା)ଙ୍କ ୫୬ ବର୍ଷ ବୟସରେ ହୃଦଘାତରେ ଅକାଳ ବିୟୋଗ ହୋଇଛି। ସେ ଏକ ବିବାହ କାର୍ଯ୍ୟକ୍ରମରେ ବିହାର ରାଜ୍ୟର ନିଜ ପୈତୃକ ଗାଁ ନାସରିଗଞ୍ଜକୁ ଯାଇଥିବା ବେଳେ ରବିବାର ରାତିରେ ହୃଦଘାତରେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ତାଙ୍କ ପାର୍ଥିବ ଶରୀର ଆମ୍ବୁଲାନ୍ସ ଯୋଗେ କୋକସରା ଗ୍ରାମକୁ ପହଞ୍ଚିବା ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କୋକସରା ବ୍ଲକର ପୁର୍ବତନ ଭଳିବଲ ଖେଳାଳି ଭାବେ ସେ କଳାହାଣ୍ଡି ଜିଲ୍ଲାରେ ବେଶ ନାମ ଅର୍ଜନ କରିଥିଲେ। କୋକସରା ଅଞ୍ଚଳର ଜଣେ ଲୋକପ୍ରିୟ ସହ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ। ମଙ୍ଗଳବାର ସକାଳୁ ମର ଶରୀରକୁ ମୁସଲମାନ ପରମ୍ପରା ଅନୁସାରେ କବର ଦିଆଯାଇଛି। ତାଙ୍କ ୨ ପୁଅ ସୁଲତାନ ଖାଁ ଓ ଇମ୍ରାନ ଖାଁ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ତାଙ୍କ ବିୟୋଗରେ କୋକସରା ଭଳିବଲ ଆସୋସିଏସନ ପକ୍ଷରୁ ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭଳିବଲ ଆସୋସିଏସନର କର୍ମକର୍ତ୍ତା ମାନେ ଅମର ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଅଦିନେ ମଲ୍ଲୀ ମହକ: ପ୍ରଫୁଲ୍ଲ କର ଙ୍କ ସ୍ମୃତି ରେ ଆୟୋଜିତ ସଙ୍ଗୀତ ସନ୍ଧ୍ୟା ରେ ବିଭୋର ହେଲେ ଶ୍ରୋତା

Sunil Chandra Nayak

ମେଗା ଜଳଯୋଗାଣ ପ୍ରକଳ୍ପ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ବିରୋଧ : ପାଇପ୍ ଲାଇନ୍ ବିଛାଇ ନଷ୍ଟ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା 

Sunil Chandra Nayak

Leave a Comment

error: Content is protected !!