ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରା ଗୁଡ଼ାରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଠାରେ ମୁଣ୍ଡରା ଗୁଡା ପେକ୍ସ ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପେକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱରୀ ପ୍ରସାଦ ନେଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ଅଧକ୍ଷା ଶ୍ରୀମତୀ ସବିତା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବ୍ଲକ ଉପାଧକ୍ଷ ପ୍ରମୋଦ କୁମାର ବେହେରା ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ,ରାଜପୁର ସରପଞ୍ଚ ଗଜିନ୍ଦ୍ର ମାଝି ,ବଣି ଜରା ସରପଞ୍ଚ ଶ୍ରୀମତୀ ଦିବ୍ୟ ଭାରତୀ ଲହଜଳ ,ମୁଣ୍ଡରା ଗୁଡା ପେକ୍ସ ସଭାପତି ସୁନୀଲ କୁମାର ମେହେର ,ପୂର୍ବତନ ପେକ୍ସ ସଭାପତି ଲକ୍ଷଣ ପ୍ରସାଦ ଭୋଇ ,ରାଜପୁର ଜିପିର ସମିତି ସଭ୍ୟ। ଲେଲି ଖର୍ସେଲ ,ଜୁନାଗଡ଼ ବି ସି ସି ବ୍ୟାଙ୍କ କର୍ମଚାରୀ ବିବେକ ଦାସ ଓ ବିଭୀଷଣ ମେହେର ପ୍ରମୁଖ ଯୋଗଦାନ କରି ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସମ୍ପର୍କରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ ।ଏଥିରେ ପେକ୍ସର ଘନଶ୍ୟାମ ନ।ଏକ ,ଜିତେନ୍ଦ୍ର ନ।ଏକ ,ସୀମାଞ୍ଚଳ ନ।ଏକ ,ବିନୟ ନ।ଏକ ,ରୋହିତ ନ।ଏକ ,ରାଧାମୋହନ ଗହୀର ଏବଂ ଭବେନ୍ଦ୍ର ନ।ଏକ ପ୍ରମୁଖ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ରେ ଯୁବ ସଂଗଠକ ଅବିନାଶ ମୁଣ୍ଡ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନର୍ଲାରେ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

କାମାକ୍ଷାନଗର ସହରରେ ହନୁ ମାଙ୍କଡ ଆତଙ୍କ

masiha

ଚିଚୈଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!