ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

କଳାହାଣ୍ଡି, ୧୯|୧୧-କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ବାର୍ଷିକ ସାଧାରଣ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।ମଞ୍ଚ ର ସଭାପତି ଶ୍ରୀଯୁକ୍ତ ସୁରେଶ ଚୋୖଧୁରୀ ସଭାପତିତ୍ବରେ ଆୟୋଜିତ ସଭାରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ୍ ର ପ୍ରାୟ ପାଞ୍ଚ ଶହ ଦିବ୍ୟାଙ୍ଗ ଭାଇ ଭଉଣୀ ସାମିଲ ହୋଇଥିଲେ, ପ୍ରଥମେ ମା ମାଣିକେଶ୍ଵରୀ ମନ୍ଦିର ରେ ପୂଜାର୍ଚ୍ଚନା ପରେ ମଞ୍ଚ ର କର୍ମକର୍ତ୍ତା ମାନେ ସଭାସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ମୁଖ୍ୟ ଅତିଥି ଭାବେ ଉପ ନିର୍ଦ୍ଦେଶକ ଡି.ପି.ଏମ୍.ୟୁ କଳାହାଣ୍ଡି,ମୁଖ୍ୟ ବକ୍ତା ଶିକ୍ଷାବିତ ଡଃ ଉମେଶ ଶତପଥୀ , ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ଅଜୟ ମିଶ୍ର, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୁନୀ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ବି.ଏସ.ଏସ.ଓ ଶ୍ରୀମତୀ ସସ୍ମିତା ହୋତା ମଞ୍ଚାସୀନ ଥିଲେ।ପାରା ଜୁଡୋ ରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଦିବ୍ୟାଙ୍ଗ ମୋହନ ସାହୁ ଏବଂ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୁନୀ ସାହୁ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ଭାଗ ନେଇଥିବା ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ମାନଙ୍କୁ କୃତଜ୍ଞତା ପତ୍ର ପ୍ରଦାନ କରାଯାଇଥିଲା, ପାଞ୍ଚ ଜଣ ଦୃଷ୍ଟିବାଧିତଙ୍କୁ ଧଳା ବାଡି ଦିଆଗଲା।ଦିବ୍ୟାଙ୍ଗ ଭାଇମାନଙ୍କ ଦ୍ଵାରା ସଂକୀର୍ତ୍ତନ ଏବଂ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରିୟବ୍ରତ ପାଢ଼ୀ ମଞ୍ଚ ପରିଚାଳନା କରୁଥିଲେ। ସେବାଜଗତ,ଦାପ୍ତା,ଲେପ୍ରା ଇଣ୍ଡିଆ, ଜଗନ୍ନାଥ ନେତ୍ରାଳୟ,ସେଲକୋ ଫାଉଣ୍ଡେସନ ଭଳି ଅନେକ ସ୍ଵେଚ୍ଛାସେବୀ ସଂସ୍ଥା ର କର୍ମକର୍ତ୍ତା ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମଟି ସାଇଟ୍ ସେଭର ଇଣ୍ଡିଆ ସହଯୋଗ କରିଥଲା।

( ମ ନି ସ ) 

 

Related posts

ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କଲେ ଜୁନାଗଡ଼ ବିଜେପି କର୍ମୀ 

Sunil Chandra Nayak

ବଙ୍ଗଳା ଗୁଡା କୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଗ୍ରାମବାସୀ ଙ୍କ ଜିଲ୍ଲାପାଳ ଙ୍କ ନିକଟରେ ନିବେଦନ

Sunil Chandra Nayak

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ବଣ୍ଟନ

masiha

Leave a Comment

error: Content is protected !!