ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୟାଳିଶମୌଜା ବିକାଶ ପରିଷଦର ସମୀକ୍ଷା ବୈଠକ

ବୟାଳିଶମୌଜା ବିକାଶ ପରିଷଦର ସମୀକ୍ଷା ବୈଠକ 

 କଟକ : ବୟାଳିଶମୌଜା ବିକାଶ ପରିଷଦର ମେଧା ଓ ପ୍ରତିଭା ସମ୍ମାନ ଉତ୍ସବ – ୨୦୨୫ ର ସମୀକ୍ଷା ବୈଠକ ଧୁଳେଶ୍ୱର ଗ୍ରାମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଆଡ଼ଭୋକେଟ କେଶବ ଚନ୍ଦ୍ର କର ସଭାରେ ସଭାପତିତ୍ୱ କରିଥିଲେ । ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଥିବା ମେଧା ଓ ପ୍ରତିଭା ସମ୍ମାନ ଉତ୍ସବ-୨୦୨୫ ଖୁବ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବାରୁ ସଭାପତି ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ପାରମ୍ଭରେ ସମ୍ପାଦକ ସନ୍ତୋଷ କୁମାର ପତି ସ୍ୱାଗତ ଭାଷଣ ଦେବା ସହ ଗତ ମେଧା ଓ ପ୍ରତିଭା ସମ୍ମାନ ଉତ୍ସବ ଆୟବ୍ୟୟର ବିବରଣୀ ପାଠ କରିଥିଲେ । ଉପଦେଷ୍ଟା ଗଣେଶ୍ୱର ଦାଶ ପରିଷଦର ଜରୁରୀ କଲ୍ୟାଣ ପାଣ୍ଠିକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବକୁ ସଭାରେ ଗ୍ରହଣ କରାଯାଇଥିଲା । ଆଗାମୀ ଦିନରେ ପରିଷଦ ପକ୍ଷରୁ ବିଭିନ୍ନ ବର୍ଗର ଆର୍ଥିକ ଅନଗ୍ରସର, ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ସ୍ୱାସ୍ଥ୍ୟଗତ ଓ ବିଦ୍ୟା ଅଧୟନ ସମ୍ପର୍କିତ ସାହାଯ୍ୟ ସହଯୋଗ ପରିଷଦ ପକ୍ଷରୁ ଦିଆଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ବୈଠକରେ ଉପ ସଭାପତି ଗୌତମ ଚରଣ ପରିଡା,ଉପଦେଷ୍ଟା ସୁଜନ କୁମାର ରାଉତ,ପ୍ରାଧ୍ୟାପକ ଡକ୍ଟର କଲିମୁଲ୍ଲା,ଅଶୋକ ମହାନ୍ତି, ଇ°.ଅଶୋକ ବିଶ୍ୱାଳ,ସ୍ୱାଧୀନ ଶେଖର ଷଡ଼ଙ୍ଗୀ,ପ୍ରମୋଦ ମହାପାତ୍ର,ବରିଷ୍ଠ ସାମ୍ବାଦିକ ବୁଲେଇ ବେହେରା,ଭଜକୃଷ୍ଣ ଲେଙ୍କା, ଆଡ଼ଭୋକେଟ ସୁଶ୍ରୀ ସ୍ମୃତି ମହାନ୍ତି, ସୁରେଶ ଚନ୍ଦ୍ର ଦେବତା,ନିକୁଞ୍ଜ କୁମାର ସ୍ୱାଇଁ,ବସନ୍ତ କୁମାର ଦେବତା,ସୁବାସ ଚନ୍ଦ୍ର ସାହୁ, ତ୍ରିଲୋଚନ ଦଳାଇ,ଅକ୍ଷୟ କୁମାର ମୁଦୁଲି,ହେମନ୍ତ କୁମାର ପାତ୍ର, ଅଶୋକ ତ୍ରିପାଠୀ,ବିଜୟ ଦାସ,ବିଶ୍ୱଜିତ ପାଣି,ସନ୍ତୋଷ ସାହୁ, ଦୀନବନ୍ଧୁ ସାମଲ ଓ ସ୍ୱାର୍ଥମୁକ୍ତି ସେଠି ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପକ ଗଣେଶ୍ୱର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

Koraput Shines at State-Level Sampoornata Abhiyaan Samman Samaroha

Sunil Chandra Nayak

ବିଶ୍ବ ପରିବେଶ ସୁରକ୍ଷା ଦିବସ ଅବସରରେ ନିଶିଗନ୍ଧା ଭାଷା ପ୍ରତଷ୍ଠାନ “ପ୍ରକୃତି ମିତ୍ର” ଭାବରେ ପୁରସ୍କୃତ

ବିଶିଷ୍ଟ ସମାଜ ସେବୀ ଙ୍କ ପରଲୋକ

masiha

Leave a Comment

error: Content is protected !!