ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମଙ୍ଗଳା ମନ୍ଦିରରେ ବୈଠକ:ଶ୍ରଦ୍ଧାଳୁ ଭକ୍ତବୃନ୍ଦ ମନ୍ଦିରକୁ କଲେ ଦାନ 

ମା ମଙ୍ଗଳା ମନ୍ଦିରରେ ବୈଠକ:ଶ୍ରଦ୍ଧାଳୁ ଭକ୍ତବୃନ୍ଦ ମନ୍ଦିରକୁ କଲେ ଦାନ 

ନବରଙ୍ଗପୁର:(୧୫|୯)(ରବିନାରାୟଣମହାନ୍ତି)ନଵରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମା ନୂଆଗୁଡା ଠାରେ ଗଢି ଉଠିଥିବା ମା ମଙ୍ଗଳା ମନ୍ଦିରରେ ଆଗାମୀ ସଂକ୍ରାନ୍ତି ରେ ଅନ୍ନ ପ୍ରସାଦ ସେବନ ନିମନ୍ତେ ଏକ ବୈଠକ ବହୁ ଭକ୍ତବୃନ୍ଦ ଙ୍କ ଗହଳିରେ ଅନୁଷ୍ଠିତ ହୋଇଥିଲା l ଯେଉଁ ଭକ୍ତବୃନ୍ଦ ମନ୍ଦିର ପରିଚାଳନା ନିମନ୍ତେ ମାସିକ ଅର୍ଘ୍ୟ ଦେବାକୁ ଚାହାନ୍ତି, ସେମାନେ ଶ୍ରଦ୍ଧାର ସହ ପରିଚାଳନା କମିଟି ସଭାପତି ପ୍ରଦୀପ ପାଢୀ ଙ୍କ ସହ ଯୋଗାଯୋଗ କରି ଦେଇ ପାରିବେ ଓ ମାଙ୍କ ଆଶିର୍ବାଦ ପାଇ ପାରିବେ l ଏହି ଅବସରରେ ମନ୍ଦିର ପାଇଁ ସ୍ଥାୟୀ ଜିନିଷ ଦେବାକୁ ଚାରି ଜଣ ଶ୍ରଦ୍ଧାଳୁ ଭକ୍ତ ଇଚ୍ଛା ପ୍ରକାଶ କରିଥିବାରୁ ଏହି ବୈଠକରେ ନାମ ଘୋଷଣା କରାଯାଇଥିଲା l ଡାବୁଗାଁ ର ପାତ୍ର ସାହି ର ଶ୍ରଦ୍ଧାଳୁ ଭକ୍ତ ପପୁ ପାତ୍ର ପାଣି ରଖିବା ପାଇଁ ଏକ ଡ୍ରମ,ବିଜୟ ମିଶ୍ର ଦୁଇ କ୍ୱିଣ୍ଟାଲ ଚାଉଳ ରୋଷେଇ କରିବା ପାଇଁ ଚୁଲା, ସଞ୍ଜୟ ଶତପଥୀ ମନ୍ଦିରରେ ଦାନ ହୁଣ୍ଡି ରଖିବା ପାଇଁ ଏକ ଦାନ ହୁଣ୍ଡି, ଗେଦୁ ପଟ୍ଟନାୟକ ଗୋଟିଏ ହଣ୍ଡା ଏପରି ଜିନିଷ ସ୍ଵଇଚ୍ଛାରେ ଆନନ୍ଦ ମନରେ ମନ୍ଦିରକୁ ପ୍ରଦାନ କରିଛନ୍ତି l ଏଥି ପାଇଁ କମିଟି ର ସମସ୍ତ କର୍ମକର୍ତ୍ତା ଦାନ କରିଥିବା ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ଓ ମା ମଙ୍ଗଳା ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି କାମନା କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ଶ୍ରୀ ଶ୍ରୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ର ପ୍ରସ୍ତୁତି ବୈଠକ 

Sunil Chandra Nayak

ସାମ୍ବିଧାନିକ ମୁଲ୍ୟବୋଧ ଏବଂ ନାଗରିକ ସମାଜ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

Leave a Comment

error: Content is protected !!