ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜରେ ସ୍ବାଧୀନତା ଦିବସ ପାଳିତ

ରାଉରକେଲା କଲେଜରେ ସ୍ବାଧୀନତା ଦିବସ ପାଳିତ

ରାଉରକେଲା: ସେକ୍ଟର: ୪ ସ୍ଥିତ ରାଉରକେଲା କଲେଜ ପରିସରରେ ୭୯ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ରଶ୍ମି ରଞ୍ଜନ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ର-ଛାତ୍ରୀମାନଙ୍କ ଉପସ୍ଥିତରେ ନିର୍ଦ୍ଧାରିତ ସମୟରେ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ଦ୍ଵାରା ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା। ପରେ ଜାତୀୟ ସଂଗୀତ ଗାନ ସହ ଅଧ୍ୟକ୍ଷ ଡଃ ଜେନା ତାଙ୍କର ଅଭିଭାଷଣ ରଖିବା ସହ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ତଥା ସମର୍ପିତ ପ୍ରାଣୀମାନଙ୍କୁ ସ୍ମରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଭାଜନର ବିଭୀଷିକାକୁ ସ୍ମରଣ କରିବା ସହିତ ୭୯ ବର୍ଷର ଜାତୀୟ ପ୍ରଗତିର ବିଭିନ୍ନ ଦିଗକୁ ପର୍ଯ୍ୟାଲୋଚନା କରିଥିଲେ। କଲେଜର ୬୦ ବର୍ଷ ଲମ୍ବା ଯାତ୍ରା ଏବଂ ଭବିଷ୍ୟତର ଲକ୍ଷ୍ଯ ଓ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ। ରାଜନୀତି ବିଜ୍ଞାନ ମୁଖ୍ୟ ମନୋଜ କୁମାର ଦଳେଇ ମଧ୍ୟ ସ୍ବାଧୀନତା, ସମ୍ବିଧାନ ଏବଂ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ। ପରେ ପ୍ରାଧ୍ୟାପିକା ରଶ୍ମି ପ୍ରଭା ମଥାନ ଏବଂ ଅନୁପ ଏକ୍କା ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ଛାତ୍ର-ଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ଷ୍ଟାର୍ଟ ଅପ୍ ଏବଂ ଗବେଷଣା ପ୍ରୋଜେକ୍ଟ ପ୍ରସ୍ତୁତ କରିଥିବା ଛାତ୍ର-ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ଉତ୍ସାହିତ କରାଯାଇଥିଲା। ପରେ ପରେ କଲେଜ ପ୍ରାଚୀର ପତ୍ରିକାର ସ୍ବାଧୀନତା ବିଶେଷାଙ୍କ ଅଧ୍ୟକ୍ଷ ଡଃ ଜେନାଙ୍କ କରକମଳରେ ଉଦଘାଟିତ ହୋଇଥିଲା। ଶେଷରେ ପ୍ରାଧ୍ୟାପକ ରଞ୍ଜିତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସମିତି ବୈଠକରୁ ବାଛନ୍ଦ ହୋଇ ସରପଞ୍ଚ,ସମିତି ସଭ୍ୟଙ୍କ ଅନଶନର ଦ୍ଵିତୀୟ ଦିନରେ ଵ୍ଲକ କାର୍ଯ୍ୟାଳୟ ଅଚଳ

masiha

ତେରେସିଂହା କଲେଜ୍ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

masiha

କ୍ରୀଡା କ୍ଷେତ୍ରରେ ଜି ସି ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟର ସଫଳତା ରାଜ୍ୟର ଶ୍ରେଷ୍ଠ ୩୦ ବିଦ୍ୟାଳୟ ମଧ୍ୟରେ ମନୋନୀତ 

masiha

Leave a Comment

error: Content is protected !!