ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁପିଏସସି ପ୍ରସ୍ତୁତ କରୁଥିବା ପିଲାଙ୍କ ପାଇଁ ଖୁସିର ଖବର…. ରାଜ୍ୟର ପ୍ରଥମ ଭାବେ କଳାହାଣ୍ଡି ଜିଲ୍ଲାରେ ଶୁଭାରମ୍ଭ ହେଲା ମିଶନ ଆକାଂକ୍ଷା

ୟୁପିଏସସି ପ୍ରସ୍ତୁତ କରୁଥିବା ପିଲାଙ୍କ ପାଇଁ ଖୁସିର ଖବର….

ରାଜ୍ୟର ପ୍ରଥମ ଭାବେ କଳାହାଣ୍ଡି ଜିଲ୍ଲାରେ ଶୁଭାରମ୍ଭ ହେଲା ମିଶନ ଆକାଂକ୍ଷା

ରାଜ୍ୟରେ ପ୍ରଥମ ଭାବେ କଳାହାଣ୍ଡି ଜିଲ୍ଲାରେ ଶୁକ୍ରବାର ସ୍ବାଧୀନତା ଦିବସରେ ଶୁଭାରମ୍ଭ ହୋଇଛି ମିଶନ ଆକାଂକ୍ଷା । କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଉଦ୍ୟମକ୍ରମେ ଭବାନୀପାଟଣାସ୍ଥିତ ସାର୍କିଟ ହାଉସରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଲେ। ମନ୍ତ୍ରୀ ଗଣ୍ଡଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଓ ଭିଜନ ଆଇଏଏସ ଉପାଧ୍ୟକ୍ଷା ଦୀପାଲି ଦତ୍ତ ଚତୁର୍ବେଦୀଙ୍କ ମଧ୍ୟରେ ଏକ ଏମଓୟୁ ସଂହିତାପତ୍ରରେ ସ୍ବାକ୍ଷରିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭିଜନ ଆଇଏଏସଙ୍କ (ସିଏସଆର କାର୍ଯ୍ୟକ୍ରମ) ଭିତ୍ତିରେ କଳାହାଣ୍ଡିର ପ୍ରତିଭାଶାଳୀ ଆଗ୍ରହୀ ଯୁବତୀ ଯୁବକ ମାନଙ୍କୁ ଏହି ସିଭିଲ ସର୍ଭିସ ପରୀକ୍ଷା (ୟୁ ପି ଏସସି) ପାଇଁ ମାଗଣାରେ ପ୍ରଶିକ୍ଷଣ ଦେବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଏହି ପ୍ରୟାସ ଗ୍ରାମୀଣ ମେଧାବୀ ଯୁବବର୍ଗଙ୍କ ପାଇଁ ଭାରତୀୟ ପ୍ରଶାସନିକ ସେବା ପାଇଁ ଉତ୍ସାହିତ କରିବା ସହିତ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଓ ଭାରତର ଶୀର୍ଷ ପ୍ରଶାସନିକ ସେବାରେ କଳାହାଣ୍ଡିର ପ୍ରତିନିଧିତ୍ୱକୁ ଦୃଢ କରିବା ହିଁ ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର କଲାଇ ଭାନନ,ଭାରତୀୟ ପ୍ରଶାସନିକ ସେବା, (ପ୍ରବେଶନ) ଅନିମେଶ ପ୍ରଧାନ, ଭିଜନ ଆଇଏଏସଙ୍କ ମାର୍କେଟିଂ ମ୍ୟାନେଜର,କାର୍ଯ୍ୟକ୍ରମର ସମନ୍ବୟକାରୀ ଅଧିକାରୀ ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆସନ ସଂଖ୍ୟା ୬୦ ରହିଥିବାବେଳେ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଦ୍ୱାରା ଚୟନ ପ୍ରଶିକ୍ଷଣ ପାଇଁ ଚୟନ କରାଯିବ। ପାଠ୍ୟକ୍ରମ ସମୟସୀମା ୧ ବର୍ଷର ହାଇବ୍ରିଡ ପ୍ରୋଗ୍ରାମ। ପାଠ୍ୟସାମଗ୍ରୀ ଏବଂ ଟେଷ୍ଟ ସିରିଜ ସହିତ ଭବାନୀପାଟଣାରେ ପ୍ରଶିକ୍ଷଣ କେନ୍ଦ୍ର ବ୍ୟବସ୍ଥା ଜିଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି। ଏଥି ନିମନ୍ତେ ଯୋଗ୍ୟତା ପାଇଁ କଳାହାଣ୍ଡିର ଯୁବତୀ ଯୁବକ ଦାଦଶ ପରୀକ୍ଷା ପାସ କରିଥିବେ। କଳାହାଣ୍ଡି ଜିଲାରୁ ଅଧିକରୁ ଅଧିକ ମେଧାବୀ ଛାତ୍ରୀ୍‌ଛାତ୍ର ଏହାର ସୁଯୋଗନେଇ ୟୁପିଏସସି ପରୀକ୍ଷା ପାଇଁ ନିଜ ପ୍ରସ୍ତୁତି କରି କୃତକାର୍ଯ୍ୟ ହେଲେ କଳାହାଣ୍ଡି ପାଇଁ ଗର୍ବ ଓ ଗୌରବର ବିଷୟ ହୋଇପାରିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ବାହାନଗା ଟ୍ରେନ୍ ଦୁର୍ଘଟଣା : ଶୋକ ବ୍ୟକ୍ତ କଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍

ବନମାଳୀ ପୁର ଧାନ ମଣ୍ଡି ରେ ପୋଲିସ୍ ଓ ଚାଷୀ ଧସ୍ତାଧସ୍ତି

Sunil Chandra Nayak

ଅଭିଯୋଗ କୁ ପ୍ରତ୍ୟାଖାନ କଲା ସେକ୍ଟର ୨ ଦୁର୍ଗା ପୂଜା କମିଟି 

masiha

Leave a Comment

error: Content is protected !!