ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ର କୀଚକେଶ୍ବରୀ କୋଚି ଶିକ୍ଷାନୁଷ୍ଠାନରେ ସ୍ଵାଧୀନତା ଦିବସ, ପ୍ରତିଭା ଅନ୍ଵେଷଣ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ମା’ର କୀଚକେଶ୍ବରୀ କୋଚି ଶିକ୍ଷାନୁଷ୍ଠାନରେ ସ୍ଵାଧୀନତା ଦିବସ, ପ୍ରତିଭା ଅନ୍ଵେଷଣ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 ମୟୂରଭଂଜ- ୧୬/୮ — : ମୟୂରଭଂଜ ଜିଲ୍ଲାର ବହଳଦା ବ୍ଲକର ନିମିଡିହି ଗ୍ରାମରେ ଥିବା ମା’ କିଚକେଶ୍ବରୀ କୋଚିଂ ଶିକ୍ଷାନୁଷ୍ଠାନରେ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ଭୋଗରାଇ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ମନୋଜ କୁମାର ହୁଇ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ। ଅର୍ଥଶାସ୍ତ୍ର ଅଧ୍ୟାପିକା ସ୍ନିଗ୍ଧା ରାଣୀ ନାୟକ ସମେତ ଓଡ଼ିଶା ସଚ୍ଚିବାଳୟ କାର୍ଯ୍ୟରତ ଅଧିକାରୀ ମଳୟ କୁମାର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ନିଜ ଅନ୍ତର୍ନିହିତ ପ୍ରତିଭା ବିକାଶ ନିମନ୍ତେ ଉପଦେଶ ଦେଇଥିଲେ। ।ଏହି ଅବସରରେ ଶିକ୍ଷାନୁଷ୍ଠାନର ପରିଚାଳନା ନିର୍ଦେଶକ ମାନସ କୁମାର ଦାଶଙ୍କ ପରିଚାଳନାରେ ଏକ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ଯରେ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ଯରେ ବକ୍ତୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ଗୀତ ଏବଂ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ୧୦୦ରୁ ଅଧିକ ବୃକ୍ଷରୋପଣ କରିବାର ନିଷ୍ପତ୍ତି ନିଆଯାଇଥିଲା।ପ୍ରଥମ ଦିନରେ ୩୦ଟିରୁ ଅଧିକ ବିଭିନ୍ନ ପ୍ରକାରର ବୃକ୍ଷ ବିଭିନ୍ନ ସ୍ଥାନ ରୋପଣ କରାଯାଇଥିଲା | ଶିକ୍ଷକ ଶିଖର ମୁର୍ମୁ, ଜଗତ ବନ୍ଧୁ ସେଠୀ, ଅଭିଷେକ ବାରିକ, ଅଜୟ ସେଠୀ,ବିବେକ ଗିରି,ଶିକ୍ଷୟତ୍ରୀ ଅଭିଲିପ୍ସା ଗିରି, ଶର୍ମିଳା ସରଦାର ମଧ୍ଯରେ ଗୁରୁ ପ୍ରସନ୍ନ ଗିରି, ଜିତ ଅଙ୍କିତ ପାଲ,ତାପସ ମହାପାତ୍ର, ତାରିଣୀ ପଣ୍ଡା,ଲିପ୍ସା ପତି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ଏବଂ ଅନୁଷ୍ଠାନ ଉପଦେଷ୍ଟା କବୀର କୁମାର ଦାଶ ଧନ୍ଯବାଦ ଅର୍ପଣ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଝଡ଼େଶ୍ୱରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ 

masiha

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ପ୍ରୟାସରେ ରାଇରଙ୍ଗପୁରରେ କ୍ବେସ୍ କର୍ପ ପ୍ରାଇଭେଟ୍ ଲିମିଟେଡ ଆନୁକୁଲ୍ୟରେ ବୃହତ ନିଯୁକ୍ତି ମେଳା

Sunil Chandra Nayak

କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଂଘ ର ନୂତନ ନିର୍ବାଚିତ ସଭାପତି  ପ୍ରଭାକର ପଳାଇ ଙ୍କୁ ବିପୁଳ ସମ୍ବଦ୍ଧନା 

Sunil Chandra Nayak

Leave a Comment

error: Content is protected !!