ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିର୍ତୋଲ ସାମ୍ବାଦିକ ସୁରକ୍ଷା ସମିତିର ସାମ୍ବାଦିକ ମାନଙ୍କୁ ସମ୍ମାନିତ କଲେ ଓଜା ଓଡିଶା 

 ତିର୍ତୋଲ :-28/03/23 : ଓଡ଼ିଶାର ପ୍ରତିଟି ପ୍ରାନ୍ତରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ଅତୁଳନୀୟ ତଥା ସାହାସିକ କାର୍ଯ୍ୟପାଇଁ, ଗଣମାଧ୍ୟମର ଅଗ୍ରଣୀ ସେବାନୁଷ୍ଠାନ ଓଡିଶା ସାମ୍ବାଦିକ ସଂଗଠନ “ଓଜା” -ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆୟୋଜିତ କରିଛନ୍ତି ସପ୍ତମ ବାର୍ଷିକ ଉତ୍ସବ 2023 ର ପ୍ରତିଭା ସମ୍ମାନ ସମାରୋହ ! ଏହି ବର୍ଣ୍ଣାଢ୍ୟ ସମାରୋହ ଉତ୍ସବରେ ଉଦଘାଟକ ଥିଲେ ପ୍ରାକ୍ତନ ବିଚାରପତି ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର,ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ ! ବରେଣ୍ୟ ଅତିଥିଭାବେ ଭୁବନେଶ୍ୱର ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀ, ଓ ଦି ଲିଙ୍କ ଆଇ ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ସାହୁ ଯୋଗଦେଇଥିବା ବେଳେ,ମୁଖ୍ୟବକ୍ତା ଭାବେ ଡକ୍ଟର ଶ୍ରୀବତ୍ସ ଦଳାଇ ଏବଂ ସମ୍ମାନିତ ଅତିଥିଭାବେ ବରୀ ବ୍ଲକର ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ, ବିଶିଷ୍ଠ ସମାଜସେବୀକା ଶ୍ରୀମତୀ ସମ୍ପତି ମୋଡା ଏବଂ ସମାଜସେବୀକା ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ରାୟ ଯୋଗଦେଇଥିଲେ ! ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ଓଜା ର ମୁଖ୍ୟ ଉପଦେଷ୍ଟା ଡକ୍ଟର ସତ୍ୟ ରାୟ ! ଓଜା ର ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଦାଶ ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିବା ବେଳେ ଓଜା ର ସଭାପତି ଲାଲା ଅନଘ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା ! ଏହି ଉତ୍ସବରେ ଜଗତସିଂହପୁର ଜିଲ୍ଲାର ସାମ୍ବାଦିକ ସୁରକ୍ଷା ସମିତିର ଉପଦେଷ୍ଟା ରମାକାନ୍ତ ରାଉଳ,ସଭାପତି ଶରତ କୁମାର ଦାଶ,ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସମ୍ପାଦକ ମହମ୍ମଦ ସାକିର ଅଲ୍ଲୀ, ସହସମ୍ପାଦକ ଭାଗବତ ପ୍ରସାଦ, କୋଷାଧ୍ୟକ୍ଷ ସରୋଜିନୀ ପାଣି, ମିଡ଼ିଆ ସଂଯୋଜକ ସୁଶାନ୍ତ କୁମାର ମଲ୍ଲିକ ଓ କୈଳାସ ବେହେରା, ଅବଦୁଲ ନଜିମ ଙ୍କୁ ଓଜା ପ୍ରତିଭା ସମ୍ମାନ ” ବେଷ୍ଟ ଜର୍ଣ୍ଣାଲିଷ୍ଟ” ମାନପତ୍ର ସହିତ ଉପଢୌକନ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ! ସାମ୍ବାଦିକ ମାନଙ୍କୁ ସମ୍ମାନିତ କରି ସାହାସିକତାର ପ୍ରୋତ୍ସାହନ ଦେଇଥିବାରୁ ଓଜା ର କାର୍ଯ୍ୟକର୍ତ୍ତା ମାନଙ୍କୁ ସାମ୍ବାଦିକ ସୁରକ୍ଷା ସମିତିର ସାମ୍ବାଦିକ ମାନେ ସାଧୁବାଦ ଜଣାଇ ଛନ୍ତି ! ପଡୋଶୀ ରାଜ୍ୟ ଛତିଶଗଡ ସରକାର ଯେପରି ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଐତିହାସିକ ପଦକ୍ଷେପ ନେଇଛନ୍ତି ସେହିପରି ଓଡିଶା ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ବିଷୟ ଚିନ୍ତା କରିବାର ସମୟ ଆସିଛି ବୋଲି ମୁଖ୍ୟ ବକ୍ତାଙ୍କ ମତ ଥିବା ବେଳେ ସରକାର ସଚିବାଳୟକୁ ସାମ୍ବାଦିକ ମାନଙ୍କୁ ବାରଣ କରିବା ଏକ ନିନ୍ଦନୀୟ ବିଷୟ ବୋଲି ମତ ରଖିଥିଲେ , ମୁଖ୍ୟଅତିଥି ଜଟଣୀ ବିଧାୟକ ସୁରେଶ ରାଉତରାୟ ! ତେବେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ମନୋନୀତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଆମେ ସ୍ବପ୍ନ ଦେଖିଥିଲେ ସ୍ବପ୍ନ ଦେଖାଇ ପାରିବା, ମା କୁ ଯିଏ ଭଲପାଏ ନାହିଁ ସେ କାହାର ହୋଇପାରେନା: କୁମରବର ଦାସ

Sunil Chandra Nayak

ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ନୂତନ କୋଠା ନିର୍ମାଣ ଦୁର୍ନୀତି ! 

masiha

Leave a Comment

error: Content is protected !!