ଢେ଼ଙ୍କାନାଳ (ମ ସୀ ହା) ୨୯/୦୩_କିଡ଼ିନ ରୋଗ ଶିକାର ହୋଇଥିବା ଜଣେ ବ୍ୟକ୍ତିକୁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ । ପୋଲିସ୍ ଭାଇ ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ରକ୍ତଦାନ କରିଥିବା ଭାଇ ଜଣକ ହେଉଛନ୍ତି ଗନ୍ଦିଆ ର ବାଇଁଶିଆ ଗ୍ରାମ ର ପ୍ରଫୁଲ୍ଲ କୁମାର ସ୍ବାଇଁ ଙ୍କ ପୁଅ ରାକେଶ କୁମାର ସ୍ବାଇଁ l ସେ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ , ଢେ଼ଙ୍କାନାଳ ଜିଲ୍ଲା ପ୍ରଥମ ପୋଲିସ ବାଟାଲିନ ରେ କାର୍ଯ୍ୟରତ। ସୂଚନା ଅନୁଯାୟୀ , ଭାପୁରର କୋଟବେରେନା ଗ୍ରାମର ସଦାନନ୍ଦ ସେନାପତି ଗତ କିଛି ଦିନ ହେଲା କିଡିନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଡାଆଲିସିସ ପାଇଁ ତାଙ୍କୁ A +ve ପଜିଟିଭ ରକ୍ତର ଆବଶ୍ୟକତା ଥିବା ଡାକ୍ତର କହିବାପରେ ପରିବାର ବର୍ଗ ଚିନ୍ତାରେ ଥିଲେ । ରାକେଶ କୁମାର ସ୍ବାଇଁଙ୍କୁ ଏନେଇ ପରିବାର ବର୍ଗ ଖଵର ଦେଇଥିଲେ । ସେ ରକ୍ତ ଦାନ କରିବା ନିମନ୍ତେ ସ୍ୱତପ୍ରବୃତ ଭାବେ ଢେ଼ଙ୍କାନାଳ ଡାକ୍ତରଖାନାକୁ ଯାଇ ରକ୍ତଦାନ କରିଥିଲେ । ବିପଦ ସମୟରେ ରକ୍ତଦାନ କରି ଶ୍ରୀ ସ୍ବାଇଁ ମଣିଷ ପଣିଆ କୁ ଜାହିର କରିଛନ୍ତି l
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍