ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ରାଇରଙ୍ଗପୁର – ଗୋରୁମହିଷାଣୀ ଲୌହ ଖଣି ଅଂଚଳରେ ଉତ୍କଳ ପୋଲି କ୍ଲିନିକ୍ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର

 ମୟୂରଭଂଜ- – ୨୩//୫/୨୨(ମସିହା)  ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଲୌହ ଖଣି ପରିସରରେ ଥିବା ଆଇଟିଆଇ ପରିସରରେ କାର୍ଯ୍ୟରତ ଲୌହଖଣି ଶ୍ରମିକମାନଙ୍କ ପାଇଁ ଭୁବନେଶ୍ବରସ୍ଥ ଉତ୍କଳ ପୋଲି କ୍ଲିନିକ୍ ତରଫରୁ ୪ ଦିବସୀୟ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସ, ସମ୍ମାନିତ ଅତିଥି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋରଂଜନ ବିଶ୍ବାଳ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ବଡମୌଦା ସରପଞ୍ଚ ସୁକାନ୍ତି ହେମ୍ବ୍ରମ,କୁଲେଇଶିଳା ସରପଞ୍ଚ ମିଲିରାଣୀ ସିଂ ,ଲୌହ ଖଣି ଶ୍ରମିକ ନେତା ନିନା ଦାସ ସମେତ ଆଖପାଖ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ସ୍ବାସ୍ଥ୍ୟ ହିଁ ସଂପଦ ।ଖଣି ଖାଦାନରେ କାମ କରୁଥିବା ଶ୍ରମିକ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇଦେବା ଲୌହ ଖଣି ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ ଲକ୍ଷ୍ୟ ।ଶ୍ରମିକ ସୁସ୍ଥ ଓ ନିରୋଗ ହେଲେ ଖଣିଖାଦାନ ଭଳି ବିପଦଜନକ ସ୍ଥାନରେ କାମ କରିବା ସହଜ ।ଲୌହ କମ୍ପାନୀ ଶ୍ରମିକମାନଙ୍କର ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ବେଶି ଧ୍ୟାନ ଦିଏ ବୋଲି ଖଣିର ମେନେଜର ଇଂ ବିକାଶ ରଂଜନ ନାୟକ ଗଣମାଧ୍ୟମକୁ ସୂଚାଇଥିଲେ । ।ବାଦାମ ପାହାଡ ,ମୟୂର ମେଟାଲ ଏବଂ ଗୋରୁମହିଷାଣୀ ଲୌହ ଖଣିରେ କାର୍ଯ୍ୟରତ ୨୯୩ ଜଣ ଶ୍ରମିକ ରକ୍ତ, ଚକ୍ଷୁ,ରକ୍ତଚାପ, ଯକୃତ,ହୃଦରୋଗ ପ୍ରଭୃତି ରୋଗ ପାଇଁ ବିଭିନ୍ନ ପରୀକ୍ଷା କରାଯାଇଥିଲା ।ପୋଲିସ କ୍ଲିନିକ୍ ର ଅଭିଜ୍ଞ ଡାକ୍ତର ଆର ଏନ୍ ମହାପାତ୍ର, ଡାକ୍ତର ଅଶୋକ ମିଶ୍ର,ରଂଜନ ନାୟକ, ଏସ ଏମ ମୁସ୍ତାକୀନ, ନିବେଦିତା ପରିଡା,ସ୍ଥାନୁଧର ପାତ୍ର,ପ୍ରଦୀପ ଦଳେଇ, ସୌଭାଗ୍ୟ ରଂଜନ ଧଳ, ସରୋଜ ସାମନ୍ତରାୟ ପ୍ରମୁଖ ଶ୍ରମିକ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ସଠିକ ପରାମର୍ଶ ଦେଇଥିଲେ ।ଲୌହଖଣିର ଏଚ ଆର ଅଶୋକ ତ୍ରିପାଠୀ,ସେକ ମୁକ୍ତାର, ସଂଜୀବ ଗିରି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଲୌହ ଖଣି ତରଫରୁ ଶ୍ରମିକ ମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା ଆୟୋଜନ କରାଯାଇଥିବାରୁ ଶ୍ରମିକମାନେ ଆୟୋଜନ କାଳୀଙ୍କୁ ସାଧୁବାଦ ଜଣାଇଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ଝାଡ଼ାବାନ୍ତି ରେ ଆଶା ଅଙ୍ଗନୱାଡ଼ି ରେ ହିଁ ରୋଗୀ ସେବା _ ଆଗକୁ ସ୍ବାସ୍ଥ୍ୟ ବିଭାଗ ସାବଧାନ

Sunil Chandra Nayak

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ସହ ସ୍ବତନ୍ତ୍ର ଟୀକାକରଣର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!