ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସେମେଲପଦର ଓ ବାଲାପଦର ଝାଡ଼ାବାନ୍ତି ରୋଗ ନିୟନ୍ତ୍ରଣାଧୀନ, ସଂପୂର୍ଣ୍ଣ ବିପଦ ଟଳିନି

ଡେରା ପକାଇ ଚିକିତ୍ସା କରୁଛନ୍ତି ମୋବାଇଲ ହେଲ୍‌ଥ ଟିମ୍‌

ଲାଞ୍ଜିଗଡ଼,୨୪/୦୮(ମ.ନି.ସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର ସେମେଲପଦର ଓ ବାଲାପଦର ଗାଁରେ ଝାଡ଼ାବାନ୍ତିର ପ୍ରକୋପ ଧିରେଧିରେ ନିୟନ୍ତ୍ରଣକୁ ଆସୁଥିବା ଜଣାପଡିଛି । ତେବେ କିଛି ଜଣଙ୍କ ନିକଟରେ ଲକ୍ଷଣ ରହିଥିବା ଆଶଙ୍କା କରାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ହେଁ ସଂପୂର୍ଣ୍ଣ ଭାବେ ବିପଦ ଟଳିନାହିଁ ବୋଲି କୁହାଯାଉଛି । ଆଜି ପ୍ରଭାବିତ ଗାଁକୁ ଜିଲ୍ଲାସ୍ତରୀୟ ଏକ ମେଡିକାଲ ଟିମ୍ ଗସ୍ତ କରି ସ୍ଥିତି ଯାଞ୍ଚ କରି ଫେରିଯାଇଛନ୍ତି । ସଂକ୍ରାମକ ରୋଗ ବିଶେଷଜ୍ଞ ନିହାରରଞ୍ଜନ ଠାକୁର, ମାଇକ୍ରୋବାୟୋଲୋଜିଷ୍ଟ ଦୀପକ କୁମାର ସାହୁ, ଡାଟା ଏଣ୍ଟ୍ରି ମ୍ୟାନେଜର ସୌମ୍ୟରଞ୍ଜନ ନାଏକ, ସ୍ୱାସ୍ଥ୍ୟକର୍ମୀ ଜିତେନ୍ଦ୍ର ଯୋଶୀ ପ୍ରମୁଖ ସାମିଲ ଥିଲେ । ସେହିପରି ଲାଞ୍ଜିଗଡ ମୋବାଇଲ୍ ହେଲ୍‌ଥ ୟୁନିଟ୍‌ର ଇନଚାର୍ଜ୍ ଡା. ନରେନ୍ଦ୍ର କୁମାର ଦାସଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ସେମେଲପଦର ଓ ବାଲାପଦର ଗାଁରେ ଦିନରାତି ଡେରା କରି ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ଆଜି ଡାକ୍ତର ଦାସଙ୍କ ସହିତ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ନିହାରରଞ୍ଜନ ସାହୁ, ଡା. ନିମାଇଁଚରଣ ଗହୀର, ଡା. ସୌମ୍ୟା ମାଝୀ, ଡା. ଯୋଗେଶ୍ୱର ବେହେରା, ଡା. ମହିମା, ବିପିଏମ୍ ସୁରଜିତ ସିଂହ କୁମାର, ଝସଲତା ସାହୁ, ଖଗେଶ୍ୱର ରାଉତ, ତପସ୍ୱିନୀ ସାହା ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କୁ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରାଉଛନ୍ତି । ସରକାରୀ ମେଡିକାଲ ଟିମ୍ ସହିତ ସ୍ୱାସ୍ଥ୍ୟକର୍ମୀ ଦିପ୍ତୀରାଣୀ ସ୍ୱାଇଁ, କିଶୋର ମାଝୀ, ଆଶା କର୍ମୀ ପ୍ରେମଶିଳା ହରିଜନ ପ୍ରମୁଖ ସାମିଲ ଥିଲେ । କଦମ୍ବଗୁଡା ସରପଞ୍ଚ ସନ୍ତୋଷ ମାଝୀ, ସମିତିସଭ୍ୟା ଚଞ୍ଚଳା ବେନିଆଁ, ଗ୍ରାମରୋଜଗାର ସେବକ ପ୍ରଦ୍ୟୁମ୍ନ ସାହୁ ନାଏବ ସରପଞ୍ଚ ଅନୀତା ହରିଜନ ପ୍ରମୁଖ ମେଡିକାଲ ଟିମ୍‌କୁ ସହଯୋଗ କରିଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ରୋଟାରୀ କ୍ଳବ୍ ରିଭରସାଇଡ୍ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବାସ୍ଥ୍ୟ କର୍ମଶାଳା

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ସୁନେତ୍ର କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲା ରେ ସପ୍ତମ ପ୍ରାକ୍ତନ ସୈନିକ ଦିଵସ ଓ ୭୫ ତମ ଭାରତୀୟ ସେନା ଦିଵସ ପାଳିତ

Sunil Chandra Nayak

Leave a Comment

error: Content is protected !!