ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଲଡୁଗାଁ ଠାରେ ଡେଙ୍ଗୁ ସଚେତନତା ପଦଯାତ୍ରା

କୋକସରା,୮/୭- ( ମ ନି ସ  ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଆନୁକୂଲ୍ୟରେ ଶୁକ୍ରବାର ଲଡୁଗାଁ ସହରରେ ଡେଙ୍ଗୁ ନିରାକରଣକୁ ନେଇ ଏକ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଉଦଘାଟନ କରିବା ପରେ ସ୍ୱାସ୍ଥ୍ୟ କର୍ମି, ଆଶା କର୍ମି ଓ କର୍ମଚାରୀ ମାନେ ଲଡୁଗାଁ ସହର ପରିକ୍ରମା କରିବା ସହ ବିଭିନ୍ନ ପଡା ବସ୍ତିକୁ ପହଞ୍ଚି ଲୋକଙ୍କୁ ଡେଙ୍ଗୁ ରୋଗରୁ ରକ୍ଷା ପାଇବା ପାଇଁ ସଚେତନ କରିବା ସହ ଡେଙ୍ଗୁ ରୋଗର ନିରାକରଣକୁ ନେଇ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ଗତ ୨୦୧୮ ମସିହାରେ ଲଡୁଗାଁ ସହରରେ ବ୍ୟାପକ ମାତ୍ରାରେ ଡେଙ୍ଗୁ ଜ୍ୱରରେ ଲୋକେ ପୀଡିତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଡେଙ୍ଗୁ ଉପରେ ସ୍ୱାସ୍ଥ୍ୟ ବିଭାଗର ସତର୍କ ନଜର ରହିଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଲଡୁଗାଁ ଡ଼. ରଜତ ସୋମ୍ୟ ଅନୁରାଗ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମ ମାନସ ନୟନ ସ୍ୱାଇଁ, ଫାର୍ମାସିଷ୍ଟ ବିଶ୍ୱ ରଞ୍ଜନ ବେହେରା, ଡି.ଭି.ଡି.ଟି.ଏସ ଦୁଷ୍ମନ୍ତ କୁମାର ରାଉତ, ସେକ୍ଟର ସୁପର ଭାଇଜର କେତନ ପାତ୍ର, ଶ୍ରବଣ କୁମାର ପାଢୀ, ପୁଷ୍ପାଳତା ଦୋରା, ନୀଳମଣି ଖମାରି, ଅକ୍ଷୟ ଶବର, ମଳୟ କୁମାର ଠାକୁର ସମେତ ସମସ୍ତ କର୍ମଚାରୀ ଓ ସ୍ଵାସ୍ଥ୍ୟ କର୍ମି ଏହି ସଚେତନତା କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।

Related posts

ଆମପାଣି ପଞ୍ଚାୟତ ର ଦୁର୍ଗମ ଟିର୍ଲିଆମ ଗାଁ ରେ ବ୍ୟାପିଲା ଝାଡ଼ାବାନ୍ତି, ଗାଁ ରେ ପହଞ୍ଚିଲେ ମେଡିକାଲ ଟିମ

Sunil Chandra Nayak

କଳାହାଣ୍ଡିରେ କାୟା ମେଲାଉଛି ମ୍ୟାଲେରିଆ , ୧୧ ବର୍ଷରେ ଗଲାଣୀ ୪୧ ଜଣଙ୍କ ଜିବନ

Sunil Chandra Nayak

ସେଣ୍ଟପଲ ସ୍କୁଲରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!