ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଜୁନାଗଡ଼ ଠାରେ କେନ୍ସର ସ୍କ୍ରିନିଙ୍ଗ ଟେଷ୍ଟ ଅନୁଷ୍ଠିତ 

ଜୁନାଗଡ଼ ଠାରେ କେନ୍ସର ସ୍କ୍ରିନିଙ୍ଗ ଟେଷ୍ଟ ଅନୁଷ୍ଠିତ 

ଜୁନାଗଡ଼୩୦/୭ (ମ.ନିସ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଅଗ୍ରସେନ ଭବନ ଠାରେ ଏସ. ଆର. ରୁଙ୍ଗଟା ଗ୍ରୁପ (ଝାରଖଣ୍ଡ ), ମାରୱାଡି ଯୁବା ମଞ୍ଚ (ଜୁନାଗଡ଼ ), ମାରୱାଡି ମହିଳା ସମିତି(ଜୁନାଗଡ଼ ) ର ମିଳିତ ସହଯୋଗ ରେ ଏକ ଭ୍ରାମ୍ୟାମାଣ ଗାଡି ସହାୟତା ରେ କେନ୍ସର ସ୍କ୍ରିନିଙ୍ଗ ଟେଷ୍ଟ ଆୟୋଜନ କରାଯାଇଥିଲା l ଏଥିରେ ଜୁନାଗଡ଼ ତଥା ଆଖପାଖ ଅଂଚଳ ର ପ୍ରାୟ ୧୦୦ ଜଣ ଲୋକ ସ୍ୱଇଚ୍ଛା ରେ ଆସି ମାଗଣା ରେ ରକ୍ତ ନମୁନା ଯାଞ୍ଚ କରିଥିଲେ l ଯୁବା ମଞ୍ଚ ଅଧ୍ୟକ୍ଷ ସ୍ୱରାଜ ଅଗ୍ରୱାଲ, ମହିଳା ସମିତି ଅଧ୍ୟକ୍ଷା ମୀରା ଜୈନ ଙ୍କ ଦ୍ୱାରା ଏହି କେନ୍ସର ସ୍କ୍ରିନିଙ୍ଗ ଟେଷ୍ଟ ପରିଚାଳନା ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ ବରିଷ୍ଠ ସଦସ୍ୟ ବଜରଙ୍ଗଲାଲ ଖେମକା, ଲଲିତ ଅଗ୍ରୱାଲ, ଗୋପାଳ ମିତ୍ତଲ, ସନ୍ତୋଷ ସିଂଘଲ, ପ୍ରଣବ ଗୋଏଲ, ଆଶିଷ ଗୋଏଲ, ସଂସ୍କାର ବଂଶଳ, ସୌରଭ ଅଗ୍ରୱାଲ, ସୁରଜ ଅଗ୍ରୱାଲ, ଅଙ୍କିତ ଶର୍ମା l ଏହି ସ୍କ୍ରିନିଙ୍ଗ ଟେଷ୍ଟ ସକାଳ ୯ ଘଣ୍ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସମାଜସେବା ରେ ସାମାଜିକ ସଂଗଠନ “ସମାଜ ପାଇଁ ସମର୍ପିତ” 

Sunil Chandra Nayak

ଭୂମିକା ଚକ୍ଷୁ ଚିକିତ୍ସାଳୟ ,କରଂଜିଆ ଆନୁକୁଲ୍ୟରେ ରାଇରଙ୍ଗପୁରରେ ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

Sunil Chandra Nayak

ସ୍ବେଛାସେବୀଙ୍କ ରକ୍ତଦାନ: ସୁରକ୍ଷାରେ ଗର୍ଭବତୀ ମହିଳା

Sunil Chandra Nayak

Leave a Comment

error: Content is protected !!