ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ରୋଟାରୀ କ୍ଳବ୍ ରିଭରସାଇଡ୍ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବାସ୍ଥ୍ୟ କର୍ମଶାଳା

ରାଉରକେଲା/ରୋଟାରୀ କ୍ଳବ୍ ରାଉରକେଲା ରିଭରସାଇଡ୍ ର ବହୁମୁଖୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଅଂଶ ସ୍ବରୂପ ବରିଷ୍ଠ ନାଗରିକ ମାନଙ୍କର ମୂତ୍ରାଶୟ ତଥା ମୂତ୍ରଗ୍ରନ୍ଥି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ଆଲୋଚନାଚକ୍ର ଛେଣ୍ଡ୍ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସି.ଡବଲ୍ୟୁ.ଏସ. ହସ୍ପିଟାଲର ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ଅମରେଶ ପଟ୍ଟନାୟକ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ବରିଷ୍ଠ ନାଗରିକ ମାନେ ସମ୍ମୁଖୀନ ହେଉଥିବା ମୂତ୍ରାଶୟ ତଥା ମୂତ୍ରଗ୍ରନ୍ଥି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା, ବିଶେଷ ଭାବରେ ପ୍ରୋଷ୍ଟେଟ ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହ ଏହାର ଲକ୍ଷଣ ଏବଂ ଚିକିତ୍ସା ପଦ୍ଧତିର ବିଭିନ୍ନ ଦିଗ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସାବଲୀଳ ଭାବରେ ବୁଝାଇଲେ। ରୋଟାରୀ କ୍ଳବ ର ଅଧ୍ୟକ୍ଷ ସିଦ୍ଧିନାଥ ଜ୍ୟୋତିଷିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସମାବେଶରେ ସଂପାଦକ ଭଗବାନ ପାଢ଼ୀ ସ୍ବାଗତ ଭାଷଣ ଦେଇଥିବାବେଳେ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ସହ ସଭାର ଉଦ୍ଦେଶ୍ୟ ଏବଂ ପ୍ରୋଷ୍ଟେଟ ସମସ୍ୟା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ରୋଟାରୀକ୍ଲବ୍ ର ଜିତେନ୍ଦ୍ର ପ୍ରସାଦ ସା, ପ୍ରତିମା ମହାପାତ୍ର, ସନ୍ତୋଷ କୁମାର ମିଶ୍ର, ପରମେଶ୍ବର ପ୍ରଧାନ, ସାଗର ସୁବୁଦ୍ଧି, ସୁଖିନ୍ଦର ସିଂହ ସେଖୋ , ଅଜୟ କୁମାର ସାହୁ, ଅଜୟ କୁମାର ବିଶ୍ବାଳ, ଗୋପବନ୍ଧୁ ପାଠାଗାରର ଲକ୍ଷ୍ମଣ ନାଥ ଦାସ, ହରିହର ନାୟକ ଅବସରପ୍ରାପ୍ତ କର୍ମଚାରୀ ସଂଘର ହରିଶ୍ଚନ୍ଦ୍ର ଭୂମିଜ, ଗୁରୁ ଚରଣ ପଟ୍ଟନାୟକ, ଉମେଶ ଚନ୍ଦ୍ର ଜେନା, ନିର୍ମଳ କୁମାର ଆଚାର୍ଯ୍ୟ ପ୍ରମୁଖ ସହାୟତା କରିଥିବା ବେଳେ ଶରତଚନ୍ଦ୍ର ମହାନ୍ତି, ଶ୍ରୀନିବାସ ରାୟ, ସୁରେନ୍ଦ୍ର କୁମାର ପଣ୍ଡା, ରାଘବ ପଣ୍ଡିଆ, ଅଚ୍ୟୁତାନନ୍ଦ ପଟେଲ, ଅଜୟ କୁମାର ମହାନ୍ତି, ଯୋଗେଶ୍ବର ପ୍ରଧାନ, ଆଲୋକ ବୋଷ, ବିଜୟ କୁମାର ବରାଳ, ଏସ.କେ.ପଣ୍ଡା, ଅଂଜୁ ବାରିକ, ତ୍ରିଲୋଚନ ମିଶ୍ର, ଏ.ପି.ଉପାଧ୍ୟାୟ, କୈଳାଶ ଚନ୍ଦ୍ର ସାମଲ, ଦେବରାଜ ଗଉଡ଼, ବିବେକାନନ୍ଦ ଜେନା, ଆର.କେ.ଷଡଙ୍ଗୀ, ମୁରାରି ପ୍ରଧାନ, ଗୋପାଳ ପ୍ରସାଦ ଜେନା, ନାରାୟଣ ଚନ୍ଦ୍ର ଜେନା, ଓମ୍ ପ୍ରକାଶ, ଡି.ସି. ନାୟକ, ଏସ.କେ.ମହାନ୍ତି, ଜଗବନ୍ଧୁ ଜେନା, ବି.ଏନ.ଜେନା ଏବଂ ଦିନବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପାଟଣାଗଡ ଲାୟନ୍ନ କ୍ଲବ ତରଫରୁ ମାଗଣା ମେଡିକାଲ କ୍ୟାମ୍ପ ସହ ଔଷଧ ବଣ୍ଟନ 

masiha

ଚିଙ୍ଗୁଡ଼ିପାସ ଗ୍ରାମରେ ଝାଡାବାନ୍ତି ଆତଙ୍କ ଜଣେ ମୃତ, ୨ ଜଣ ଗୁରୁତର, ଜଣେ ଆକ୍ରାନ୍ତ

Sunil Chandra Nayak

ସକ୍ଷମ ଏବଂ ଜେକେ ପେପର ମିଲ୍ ଆନୁକୁଲ୍ୟରେ ଚକ୍ଷୁ ରୋଗୀଙ୍କୁ ଚଷମା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!