ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ରଜଉତ୍ସବ ପାଳନ ଉପଲକ୍ଷେ ହିନ୍ଦୋଳରେ ଲୋକକଳା ଦିବସ ପାଳିତ

ଢେ଼ଙ୍କାନାଳ(ମ ସୀ ହା)୧୪/୦୬_ଓଡିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ନିର୍ଦ୍ଦେଶ କ୍ରମେ ହିନ୍ଦୋଳ ବ୍ଲକ୍ ସାଂସ୍କୃତିକ ସଂଘ ଅଧ୍ୟକ୍ଷ ବିଡିଓ ଶିବ ଶଙ୍କର ମିଶ୍ର ଙ୍କ ତତ୍ତ୍ଵାବଧାନରେ ଉପାଧ୍ୟକ୍ଷ ବିମଳ ବିଶ୍ଵାଳ ଙ୍କ ଆବାହକତ୍ବ ରେ ଆଜି ପବିତ୍ର ରଜ ଉତ୍ସବ ପାଳନ ଅବସରରେ ଲୋକ କଳା ଦିବସ ପାଳନ ହିନ୍ଦୋଳ ବ୍ଲକ୍ ପରିସରରେ ସମାରୋହରେ ଶାନ୍ତି ଶୃଙ୍ଖଳା ସହ ସମାପିତ ହୋଇଥିଲା। ବିଶିଷ୍ଟ ସମାଜସେବୀ ପରିବେଶବିତ୍ ତଥା ବରିଷ୍ଠ କଳାକାର ରତିକାନ୍ତ ଗଡନାୟକ ପ୍ରଥମେ ହରିହର ମନ୍ଦିର ପ୍ରାଙ୍ଗଣରେ ପତାକା ହଲାଇ ସାଂସ୍କୃତିକ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ବ୍ଲକ୍ ସମ୍ମିଳନୀ କକ୍ଷରେ ଉପାଧ୍ୟକ୍ଷ ବିମଳ ବିଶ୍ଵାଳ ଙ୍କ ସଭାପତିତ୍ବରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓମ୍ ଟିଭି ପ୍ରତିନିଧି ରତିକାନ୍ତ ଗଡନାୟକ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ଜେନାମଣୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କଳାକାର ଗୁରୁ ପ୍ରଫୁଲ୍ଲ କୁମାର ସାହୁ ଓ ଓଡିଶୀ ଗୁରୁ କୁଶ ବିହାରୀ ସାମଲ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଶତାଧିକ କଳାକାର ଯୋଗ ଦେଇ କଳା ପ୍ରଦର୍ଶନ କରିଥିଲେ। ଅଂଶଗ୍ରହଣ କରିଥିବା ସମସ୍ତ ଦଳ ଗୁଡିକୁ ମୁଖ୍ୟ ଅତିଥି ମାନପତ୍ର ସହ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ପୁରସ୍କୃତ କରିଥିଲେ। କଳାକାର ଅରବିନ୍ଦ ସାହୁ ମଞ୍ଚ ସଂଯୋଜନା କରିଥିଲେ ଓ ଗାୟିକା ସ୍ଵର୍ଣ୍ଣମୟୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସର୍ବଶେଷରେ ମୁଖ୍ୟ ଅତିଥି ତଥା ପରିବେଶବିତ୍ ରତିକାନ୍ତ ଗଡନାୟକ ଉପସ୍ଥିତ ସମସ୍ତ କଳାକାର ମାନଙ୍କୁ ଆଗାମୀ ରଥଯାତ୍ରା ଦିନ ସକାଳେ ନିଜ ବାଡ଼ିରେ ମହାପ୍ରଭୁଙ୍କ ନାମରେ ଗୋଟିଏ ଲେଖାଏଁ ଲିମ୍ବ ଚାରା ରୋପଣ କରିବା ପାଇଁ ନିବେଦନ କରିଥିଲେ। 

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ବାବାସାହେବ୍ ଡ ଭୀମରାଓ ରାମଜୀ ଆମ୍ବେଦକର ଙ୍କ ୧୩୬ତମ ଜୟନ୍ତୀ ମହାସମାରୋହ ରେ ପାଳିତ 

Sunil Chandra Nayak

ଅନ୍ୟ ଜିଲ୍ଲାର କିନ୍ନରଙ୍କ ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା

masiha

ଲୋକକଳା ଆମ ଜନଜୀବନର ଏକ ଅବିଛେଦ୍ୟ ବିଭବ

masiha

Leave a Comment

error: Content is protected !!