ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଜୁନାଗଡ ବିଡ଼ିଓ ଙ୍କ ଜରିଆରେ ରାଜ୍ଯ ପାଳଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା:୨୪/୦୪ – ( ମନିସ):- ମହାମହିମ୍ ରାଜ୍ଯପାଳଙ୍କ ଉଦ୍ଦେଶ୍ୟରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ବିରଞ୍ଚି ନାରାୟଣ ପଣ୍ଡା ଙ୍କ ତତ୍ତ୍ୱାବଧାନରେ  ଜୁନାଗଡ ବିଡ଼ିଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ତା ୧୨/୦୪/୨୦୨୩ ରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଭକ୍ତଙ୍କ ମୋଟର ସାଇକେଲ ଶୋଭାଯାତ୍ରା ଉପରକୁ ଯେଉଁ ଭଳି ଅମାନୁଷିକ ଏବଂ କ୍ରୁରତାପୂର୍ଣ୍ଣ ଭାବେ ହିଁସାତ୍ମକ ଆକ୍ରମଣ ଏବଂ ତା ୧୪/୦୪/୨୦୨୩ ରିଖ (ଶୁକ୍ରବାର) ରାତ୍ରିରେ ସମ୍ବଲପୁରରେ ବନବାସୀ ଯୁବକଙ୍କୁ ହତ୍ଯା କରାଗଲା ତାହା ଏକ ନିନ୍ଦନୀୟ ଘଟଣା । ଶୋଭାଯାତ୍ରା ସମୟରେ ଭକ୍ତମାନଙ୍କ ଉପରେ ହୋଇଥିବା ସୂନିୟୋଜିତ ଆକ୍ରମଣ ପ୍ରଶାସନିକ ଅବ୍ଯବସ୍ଥା, ସୂଚନା ତନ୍ତ୍ରର ଅପାରଗତା ନିଷ୍ଫଳତା ଦର୍ଶାଉଥିବା ଜଣାପଡିଛି। ଉକ୍ତ ସମୟରେ ଉପସ୍ଥିତ ଅତି କମ ସଂଖ୍ୟାକ କାର୍ଯ୍ଯରତ ପୋଲିସ ସ୍ଥାଣୁ ପାଲଟିଥିଲେ ଓ ବର୍ବର ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ହୋଇଥିଲେ। ପୂର୍ବରୁ ଅବଗତ ଥାଇ ମଧ୍ୟ ପୋଲିସର ନଗଣ୍ୟ ଉପସ୍ଥିତି ପ୍ରଶାସନର କାର୍ଯ୍ଯକଳାପ ଉପରେ ସନ୍ଦେହ ସୃଷ୍ଟି କରିଥିଲା। ଏସବୁ ଘଟଣା ନାଗରିକର ଧାର୍ମିକ ଆସ୍ଥା ବିଶ୍ୱାସ ଓ ଧାର୍ମିକ ସ୍ଵତନ୍ତ୍ରତା ପ୍ରତି କୁଠାରଘାତ ଅଟେ। ସାମ୍ବିଧାନିକ ପରିପନ୍ଥା ଅଟେ। ଏଣୁ ଏହି ଘଟଣା କେବଳ ଆଇନ ଶୃଙ୍ଖଳା ବିଷୟ ହୋଇଥାଇନ ପାରେ। ଏହା ଦେଶଦ୍ରୋହ କାର୍ଯ୍ଯକଳାପ ପରିଧିରେ ଆସୁଅଛି। ଯଥାଶୀଘ୍ର ଦୋଷୀମାନଙ୍କ ବିରୋଦ୍ଧରେ ପଦକ୍ଷେପ ଗ୍ରହଣ କରି ସମସ୍ତ ଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ଅବିଚାରିତ ଭାବେ ହିନ୍ଦୁମାନଙ୍କ ଉପରେ ଆକ୍ରୋଶ ମୂଳକ ଗିରଫ ଦାବି ବନ୍ଦ କରାଯିବା ପାଇଁ ମଧ୍ୟ ଦାବିପତ୍ରରେ ଉହ୍ଲେଖ କରାଯାଇଛି। ସର୍ବୋପରି ନାଗରିକ ମାନଙ୍କ ପ୍ରଶାସନ ଓ ନ୍ଯାୟ ପ୍ରତି ଆସ୍ଥା ବଜାୟ ରଖିବା ବିଧେୟ ଅଟେ। ଏପରିସ୍ଥିତିରେ ମହାମହିମ ଙ୍କ ହସ୍ତକ୍ଷେପ ଓ ନିର୍ଦ୍ଦେଶ ଅତ୍ୟନ୍ତ ଅନିବାର୍ଯ୍ଯ ହେତୁ ନିବେଦନ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ବୈଠକ

masiha

ସାହିତ୍ୟ ପରିଷଦର ମାସିକ ସାରସ୍ଵତ ସମାବେଶ ଅନୁଷ୍ଠିତ

masiha

ଉଠୋ ଜାଗୋ ମହୋତ୍ସବ ଯୁବଯାତ୍ରା

Sunil Chandra Nayak

Leave a Comment

error: Content is protected !!