ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାସିକ କର୍ମଚାରୀ ସଭା ଅନୁଷ୍ଠିତ  କାର୍ଯ୍ୟାଳୟରେ ସମୟାନୁବର୍ତ୍ତିତା, ଦାୟିତ୍ୱବୋଧ ଓ ଜନସେବା ପ୍ରତି ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ

ନୂଆପଡ଼ାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାସିକ କର୍ମଚାରୀ ସଭା ଅନୁଷ୍ଠିତ 

କାର୍ଯ୍ୟାଳୟରେ ସମୟାନୁବର୍ତ୍ତିତା, ଦାୟିତ୍ୱବୋଧ ଓ ଜନସେବା ପ୍ରତି ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ମାସିକ କର୍ମଚାରୀ ସଭା ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।

ସଭାରେ ଜିଲ୍ଲାପାଳ ଶ୍ରୀ ଦାଶ କର୍ମଚାରୀମାନେ କାର୍ଯ୍ୟାଳୟରେ ନିୟମିତ ଓ ସମୟାନୁବର୍ତ୍ତୀ ଭାବେ ଉପସ୍ଥିତ ରହି ନିଜ ଦାୟିତ୍ୱ ନିଷ୍ଠାର ସହ ସମ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ଚିଠିପତ୍ର ଓ ଦପ୍ତରୀୟ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଛୁଟି ପରିଚାଳନା ବ୍ୟବସ୍ଥାକୁ ସୁସଂଗଠିତ କରିବା ପାଇଁ ସାମୟିକ ଛୁଟି ପଞ୍ଜିର ସଠିକ୍ ରକ୍ଷଣାବେକ୍ଷଣ କରିବା ସହ ଏଣିକି ସାମୟିକ ଛୁଟି ପାଇଁ HRMS ମାଧ୍ୟମରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଡେପୁଟି ଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳମାନେ ନିଜ ଅଧୀନସ୍ଥ ବିଭାଗର କାର୍ଯ୍ୟ ଓ ଦପ୍ତରୀୟ ବିଷୟଗୁଡ଼ିକର ପ୍ରତି ୧୫ ଦିନରେ ନିୟମିତ ସମୀକ୍ଷା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ସମସ୍ତ ଅଧିକାରୀ ଓ କର୍ମଚାରୀ ଦୁଇଚକିଆ ଯାନ ଚଳାଇବା ସମୟରେ ହେଲମେଟ୍ ବ୍ୟବହାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାର ଅନୁପାଳନ ଯାଞ୍ଚ ପାଇଁ ପରିବହନ ବିଭାଗ ପକ୍ଷରୁ ଆକସ୍ମିକ ଯାଞ୍ଚ କରାଯିବ ଏବଂ ନିୟମ ଉଲ୍ଲଂଘନ କ୍ଷେତ୍ରରେ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ସୂଚନା ଦିଆଯାଇଥିଲା।

ଏଥିସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଓଡ଼ିଆ ଭାଷାରେ ଦପ୍ତରୀୟ ଚିଠିପତ୍ର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ସଭା ଅବସରରେ କାର୍ଯ୍ୟକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ କନିଷ୍ଠ ରାଜସ୍ୱ ସହାୟକ (JRA) ସୌରଭ ବୈଠାରୁଙ୍କୁ ‘ଶ୍ରେଷ୍ଠ କର୍ମଚାରୀ’ ଭାବେ ସମ୍ମାନିତ କରାଯାଇଥିଲା।

ଏହି ବୈଠକରେ ଉପଜିଲ୍ଲାପାଳ ସୁର୍ମି ସୋରେନଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

Related posts

ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକଅପ, ଅଳ୍ପକେ ବର୍ତ୍ତିଲେ ଚାଳକ

masiha

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ଵ୍ୟମୋ କେଶ ପୁରୋହିତ

masiha

ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ । ବାଜା ସାଲ ଓ ଢୋଲ ମହୁରୀ ରେ ଦୁଲୁକିଲା ମଞ୍ଚ

Sunil Chandra Nayak

Leave a Comment

error: Content is protected !!