ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦଫା ଦାବି ନେଇ ଆଗ୍ନିକ କର୍ମଚାରୀଙ୍କ ଧାରଣା

ରାଇରଙ୍ଗପୁର ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦଫା ଦାବି ନେଇ ଆଗ୍ନିକ କର୍ମଚାରୀଙ୍କ ଧାରଣା

ମୟୂରଭଞ୍ଜ-୨୧/୦୨ ( ମସିହା) ସମାଜରେ ଅଗ୍ନିଶମ କର୍ମଚାରୀ ମୁଖ୍ୟ ଆଗ୍ନିକ,ଆଗ୍ନିକ ଗାଡ଼ି ଚାଳକ ଏବଂ ଡ୍ରାଇଭର ହାବିଲଦାର ଙ୍କ ଭୂମିକା ଅବର୍ଣ୍ଣନୀୟ ଓ ଅତୁଳନୀୟ । ବାତ୍ୟା,ଦୁର୍ଘଟଣା, ବଜ୍ରପାତ,ଫନି,ବନ୍ୟା , ଜଙ୍ଗଲରେ ନିଆଁ ଦାଉରୁ ରକ୍ଷା କରିବା, ଭୂମିକମ୍ପ, ଘର ପୋଡ଼ି,ଦଙ୍ଗା ସବୁଠାରେ ନିଜ ଜୀବନକୁ ବଳି ପକାଇ ସେବା ଯୋଗାଇ ଥାଆନ୍ତି । କିନ୍ତୁ ସରକାର ସେମାନଙ୍କୁ ମୌଳିକ ଦାବି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି ଯାହାକୁ ନେଇ କର୍ମଚାରୀ ମାନେ ଦୀର୍ଘ ୧୩ ଵର୍ଷ ଧରି ଅସନ୍ତୋଷ ରେ ଅଛନ୍ତି ।୨୦୧୦ ପର୍ଯ୍ୟନ୍ତ ସରକାର ପୋଲିସ କର୍ମଚାରୀ ଏବଂ ଆଗ୍ନିକ କର୍ମଚାରୀଙ୍କ ସମାନ ଭତ୍ତା ଓ ବେତନ ଥିଲା ‌ । ସରକାର କୌଣସି କାରଣରୁ ଆଗ୍ନିକ ବିଭାଗ ପ୍ରତି ବୈମାତୃକ ମନୋଭାବ ରଖି ୨୦୧୦ ରୁ ଆଗ୍ନିକ କର୍ମଚାରୀଙ୍କ ଦରମା ଓ ଭତ୍ତା ହ୍ରାସ କରିଛନ୍ତି ।୨୦୧୮ ମସିହାରେ ଆଗ୍ନିକଚ କର୍ମଚାରୀ ଆନ୍ଦୋଳନରେ ସରକାର ପ୍ରତିଶ୍ରୁତି ଦେଇଥିଲେ ସେମାନଙ୍କ ଦାବି ପୂରଣ କରାଯିବ । କିନ୍ତୁ ଆଜିଯାଏଁ ତାହା କାର୍ଯ୍ୟକାରୀ ହେଲାନାହିଁ ।ଶେଷରେ ବାଧ୍ୟ ହୋଇ ଆଜିଠାରୁ ସାରା ରାଜ୍ୟରେ ଆଗ୍ନିକ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାମ ବନ୍ଦ କରିବା ସହ ଧାରଣାରେ ବସିଛନ୍ତି ।ତଦସହ ସେମାନଙ୍କ ସଙ୍ଘ କୁ ରାଜ୍ୟ ସରକାର ପଂଜିକରଣ ପାଇଁ ମାନ୍ଯତା ଦିଅନ୍ତୁ ବୋଲି ଦାବି କରିଛନ୍ତି ।ଏହି ଆନ୍ଦୋଳନରେ ଆଜି ରାଇରଙ୍ଗପୁର ସହକାରୀ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ଯଦୁନାଥ ମହାନ୍ତ,ଅଶୋକ ବେହେରା, କୃଷ୍ଣ ଚନ୍ଦ୍ର ନାଏକ,ଦେଵଦତ୍ତା ନାଏକ,ବିପିନ ଯେନା,ତପନ ମହାନ୍ତ,ବିଷ୍ଣୁ ପ୍ରସାଦ ପାଢୀ,ବାବୁଲି ନାଏକ, ବୀରେନ୍ଦ୍ର ହାଁସଦା,ଲମ୍ବୋଦର ମାଝୀ,ମଣ୍ଟୁ ଯେନା, ବନମାଳୀ କିଶାନ,ପ୍ରମୋଦ ଲାକ୍ରା, ସୁଶାନ୍ତ ନାଏକ,ସୁଦାନ ମୁଣ୍ଡା ପ୍ରମୁଖ ଧାରଣାରେ ବସିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିକ୍ରେତା ଗତୀଶୀଳତା ଅଭିଯାନ ଓ ଜ୍ଞାନ ବିନିମୟ ପଦକ୍ଷେପ କର୍ମଶାଳା

masiha

ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

masiha

ଲାଲବାହାଦୁର ଶାସ୍ତ୍ରୀ ଙ୍କ 57 ତମ ଶ୍ରାଦ୍ଧ ବାର୍ଷିକ ପାଳନ

Sunil Chandra Nayak

Leave a Comment

error: Content is protected !!