ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ବନ ଉନ୍ନୟନ ନିଗମ ତରଫରୁ ଜଳବନ୍ଦୀ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର

ଓଡିଶା ବନ ଉନ୍ନୟନ ନିଗମ ତରଫରୁ ଜଳବନ୍ଦୀ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର

ତେନ୍ତୁଳିଖୁଣ୍ଟି ୨୧/୦୨/୨୪ // ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକମଞ୍ଚାଗାଁ ପଞ୍ଚାୟତର ଜଳ ବନ୍ଦୀ ଅଞ୍ଚଳ ଗୁରୁମାଇଗୁଡା ଗ୍ରାମରେ ଓଡିଶା ବନ ଉନ୍ନୟନ ନିଗମ ନବରଙ୍ଗପୁରର ଡିଭିଜିନାଲ ମ୍ୟାନେଜର ସୌଭାଗ୍ୟ ଆନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଵାସ୍ଥ୍ୟ ଶିବର ଅନୁଷ୍ଠିତ ହୋଇ ଯାଇଅଛି । ଏହି ସ୍ଵାସ୍ଥ୍ୟ ଶିବିରରେ ପ୍ରାୟ ୩୦୦ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଔଷଧ ବିତରଣ କରିଥିଲେ।ଏହି ଶିବିରରେ ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡକ୍ଟର ସମଲାଇ ପ୍ରସାଦ ପଣ୍ଡା ଙ୍କ ଟିମ ସହ ପ୍ରାୟ ୬ ଜଣଙ୍କ ସମେତ ଦିନେସ ପ୍ରହରାଜ ,ସି ଏଚ ଓ ପ୍ରଜ୍ଞା , ଫାର୍ମାସିଷ୍ଟ ସନ୍ତୋଷ  , ରୋହିତ , ରଶ୍ମିତା ପଲେଇ , ମହିଳା ସ୍ୱାସ୍ଥ କର୍ମୀ , ବି.ପି.ଓ. ରଞ୍ଜନ ମିଶ୍ର ଆଶାକର୍ମୀ ଓ ଅଙ୍ଗନବାଡୀ କର୍ମୀ ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ନବରଙ୍ଗପୁର ବନ ଉନ୍ନୟନ ନିଗମ ସବ ଡିଭିଜିନାଲ ମ୍ୟାନେଜର ମାନସ ରଞ୍ଜନ ନାୟକ ଏହି କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ,ତନୁଜ କୁମାର ସାମଲ , ରବିନ୍ଦ୍ର ଭୋଇ , ଶ୍ରୀକାନ୍ତ ସତପଥୀ ,ମନୋଜ ଲାକ୍ରା , ଦିଲିପ ପାଢି ଓ ସମସ୍ତ ବନ ଉନ୍ନୟନ କର୍ମଚାରୀ ସହଯୋଗ କରିଥିଲେ । ଓଡ଼ିଶା ବନ ଉନ୍ନୟନ ନିଗମ ନବରଙ୍ଗପୁର ସ୍ୱାସ୍ଥ୍ୟ ଶିବିର କୁ ସାମାଜିକ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଥିବା ବେଳେ ଡିଭିଜନାଲ ମ୍ୟାନେଜର ଆଗାମି ଦିନରେ ଆହୁରି ସ୍ଥାସ୍ୟ ଶିବିର କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଦୁଇଟି ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ 

masiha

ଆଗାମୀ ପର୍ବପର୍ବାଣୀ ନେଇ ଆମ ପୁଲିସର ଶାନ୍ତି ବୈଠକ

Sunil Chandra Nayak

ପ୍ରଶାନ୍ତ ସେଠୀ ଙ୍କ ଦକ୍ଷିଣ ରାଉରକେଲା ଗସ୍ତ

Leave a Comment

error: Content is protected !!