ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗା କୁ ଦର୍ଶନ କରିବା ବୁଲେଟ ସହ ଅଗ୍ନି ପଥରେ ଦୁଇ ଯାତ୍ରୀଙ୍କ ସ୍ଵର୍ଗାରୋହଣ, ପରିବେଶ ବଡ ସଂଗୀନ 

ତିର୍ତ୍ତୋଲ :-14/02/23:-କଥାରେ ଅଛି ଜନମ ମରଣ ବରଷା, କହି ନପାରନ୍ତି ପୁରୁଷା ! କାହା ଭାଗ୍ୟରେ କଣ ବା ଅଛି ଯେବେ ବାସ୍ତବରେ କିଏ ଜାଣିପାରନ୍ତା ତେବେ ଅକାଳରେ ଜୀବନ ଯାଆନ୍ତା ନାହିଁ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଳାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ନିକଟସ୍ଥ ତାଳପଡା ବାଲିଢ଼ି ଗ୍ରାମର ଗଗନ ସାହୁଙ୍କ ଏକମାତ୍ର ପୁଅ ଈଶାନ ସାହୁ, ଓ ସୁଧୀର ଦାସଙ୍କ ପୁଅ ଦିଲ୍ଲୀପ ଦାସ ସୋମବାର ବିଳମ୍ବିତ ରାତିରୁ ଜଗନ୍ନାଥ ଧାମ ପୁରୀ ଅଭିମୁଖେ OD 05 AT1386 ନମ୍ବର ବୁଲେଟ ଯୋଗେ ଯାତ୍ରା କରୁଥିଲେ ! କନ୍ଦରପୁର ଥାନା ଅଧିନସ୍ଥ ପାରାବିଲ ନିକଟରେ ଥିବା ଟୋଲ ପ୍ଲାଜା ଠାରେ ଏକ ମିକ୍ଚର ମେସିନରେ ପିଟିହୋଇ ଏପରି ଦୁର୍ଘଟଣାର ଶିକାର ହୋଇଗଲେ ଯେ ଘଟଣା ସ୍ଥଳରେ ବୁଲେଟ ସହ ଜୀବନ୍ତ ଦଗ୍ଧ ହୋଇ ଗଲେ ଦୁଇ ଆରୋହୀ । ଜଗନ୍ନାଥ ଦର୍ଶନ ଅଭିମୁଖେ ଯାଉଥିବା ବେଳେ ଦୂର୍ଘଟଣାର ଶିକାର ହୋଇ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିବା ଏପରି ଅତ୍ୟନ୍ତ ଦୁଃଖଦାୟକ ଓ ଅଭାଵନୀୟ ଖବରଟି ସମଗ୍ର ଅଞ୍ଚଳକୁ ସ୍ତମ୍ଭିଭୂତ କରିଦେଇଛି। ଦୂର୍ଘଟଣା ଏତେ ଭୟଙ୍କର ଥିଲା ଯେ ହଠାତ୍ ବୁଲେଟ ରେ ନିଆଁ ଲାଗି ଯାଇଥିଲା। ଯାହା ଫଳରେ ବୁଲେଟ ସହ ଦୁଇ ଆରୋହୀ ଦିଲ୍ଲୀପ ଦାସ(୨୭) ଓ ଈଶାନ ସାହୁ (୨୨) ସଂପୂର୍ଣ୍ଣ ଜଳି ଯାଇଥିଲେ। ଖବର ପାଇ ପୋଲିସ ପହଂଚିବା ପୂର୍ବରୁ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ପୋଲିସ୍ ନିଆଁକୁ ଆୟତ କରିବା ସହିତ ଦୁଇ ଆରୋହୀ ଙ୍କ ମୃତ ଶରୀର ଜବତ କରି ବ୍ୟବଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛନ୍ତି।ବିଶେଷ ସୂତ୍ରରୁ ପ୍ରକାଶ ଯେ ଓଡ଼ିଶା ସେତୁ ନିର୍ମାଣ ନିଗମ(ଓଵିସିସି) ଦ୍ୱାରା ଦୂର୍ଵଳ ଭିତିଭୂମିରେ ସ୍ଥାପିତ ଉକ୍ତ ଟୋଲ୍ ପ୍ଲାଜା ନିକଟରେ ଆଲୋକୀକରଣ ର ସୁବ୍ୟବସ୍ଥା ନଥିବାରୁ, ପ୍ରତ୍ୟହ ଦୃର୍ଘଟଣାମାନ ଘଟିଚାଲିଛି ! ପ୍ରଶାସନ କୌଣସି ଅଭିଯୋଗକୁ ଶୁଣୁ ନଥିବାରୁ ଏପରି ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି !ଟୋଲ ପ୍ଲାଜାର ଦୂର୍ଵଳ ଭିତିଭୂମିର ତୁରନ୍ତ ବିକାଶ କରିବାକୁ କଟକ ସଦର ବିଚାର ମଞ୍ଚ, ଯାତ୍ରୀ ସୁରକ୍ଷା ମଞ୍ଚ,ଓ ସଡ଼କ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲା ପ୍ରଶାସନ ଠାରେ ଦାବି ହେଉଛି ।

ତିର୍ତ୍ତୋଲ ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ବନ୍ଧୁଗାଁ ବ୍ଲକରେ ଅଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳିତ

masiha

ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲା ର ରାମଗିରି ରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ମାନଝେର ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!