ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଗମ୍ଭାରୀମୁଣ୍ଡା ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଦୁଇଦିନ ଧରି ପାଳିତ ହୋଇଛି। ଆଜି ହେଉଛି ଉଦଯାପନୀ ଦିବସ। ଏହି ମହୋତ୍ସବରେ ମୂଖ୍ୟ ଅତିଥି ଭାବରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଯୋଗ ଦେଇଥିଲେ। ଓ ସମ୍ମାନୀତ ଅତିଥିଭାବରେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଡା.ସୁରେନ୍ଦ୍ର ନାଥ ଦାସ,। ମହାମହିମ ରାଜ୍ୟପାଳ ଛାତ୍ର ଛାତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ତ୍ରୀନାଥ ହୋତା ଅତ୍ୟନ୍ତ ସରସ ସୁନ୍ଦର କରିଥିବାରୁ ଓ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରୁଥିବାରୁ  ମଞ୍ଚରେ ତାଙ୍କୁ ଧନ୍ୟବାଦ ଦେଇଥିଲେ। ପରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିବାରୁ ଅଭିଭାବକ ମାନେ ସ୍କୁଲର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଶ୍ରାବଣ ମାସର ଶେଷ ସୋମବାରରେ ଡାବୁଗାଁର ସମସ୍ତ ଶୈବ ପୀଠରେ କାଉଡିଆମାନଙ୍କ ଭିଡ:କେଲିଆ ଶୈବ ପୀଠରେ ପ୍ରବଳ ଭିଡ 

Sunil Chandra Nayak

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ” ସ୍ବଛତା ଅଭିଯାନ” 

Sunil Chandra Nayak

ଆୟାପ୍ପା ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ

masiha

Leave a Comment

error: Content is protected !!