ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଗମ୍ଭାରୀମୁଣ୍ଡା ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଦୁଇଦିନ ଧରି ପାଳିତ ହୋଇଛି। ଆଜି ହେଉଛି ଉଦଯାପନୀ ଦିବସ। ଏହି ମହୋତ୍ସବରେ ମୂଖ୍ୟ ଅତିଥି ଭାବରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଯୋଗ ଦେଇଥିଲେ। ଓ ସମ୍ମାନୀତ ଅତିଥିଭାବରେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଡା.ସୁରେନ୍ଦ୍ର ନାଥ ଦାସ,। ମହାମହିମ ରାଜ୍ୟପାଳ ଛାତ୍ର ଛାତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ତ୍ରୀନାଥ ହୋତା ଅତ୍ୟନ୍ତ ସରସ ସୁନ୍ଦର କରିଥିବାରୁ ଓ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରୁଥିବାରୁ  ମଞ୍ଚରେ ତାଙ୍କୁ ଧନ୍ୟବାଦ ଦେଇଥିଲେ। ପରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିବାରୁ ଅଭିଭାବକ ମାନେ ସ୍କୁଲର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

କାର୍ଗିଲ୍ ଯୁଦ୍ଧର ଯାମଦା ଅଂଚଳର ଅନନ୍ୟ ଵୀର ସହିଦ୍ ସୁଦାମ ଚରଣ ଟୁଡୁ 

Sunil Chandra Nayak

ଗଭୀର ଅବପାତ ପରିସ୍ଥିତିର ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଆଜି ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ୱାରା ଦକ୍ଷିଣ ଓଡ଼ିଶା ଜିଲ୍ଲାପାଳଙ୍କୁ ନେଇ ସମୀକ୍ଷା ବୈଠକ

Sunil Chandra Nayak

ଲାଞ୍ଜିଗଡ଼ ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଏମ. ଚନ୍ଦ୍ରଶେଖର ସଭାପତି : କିଶୋର ପେସନିଆ ସାଧାରଣ ସଂପାଦକ

Sunil Chandra Nayak

Leave a Comment

error: Content is protected !!