ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭ ତମ ବାର୍ଷିକ ସିନ୍ଧେର ଉତ୍ସବରେ ଯୋଗଦେଲେ ସାଂସଦ ପ୍ରତିନିଧି 

ଥୁଆମୁଳ ରାମପୁର:୧୪/୦୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ବିରିକୋଟ ଗ୍ରାମପାୟତ ଅଧିନରେ ଥିବା ବଲଙ୍ଗୀ ଗ୍ରାମ ଠାରେ ୭ ତମ ବାର୍ଷିକ ସିନ୍ଧେର ମହୋତ୍ସବ ମହାସମାରୋହରେ ଶେଷ ହୋଇ ଯାଇଛି। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଯଥା ମହିଳା ମାନଙ୍କ ମଧ୍ୟରେ ହୁଳହୁଳି, ଝୋଟି, ଚୌକି ବସା, ଯୁବକଙ୍କ ମଧ୍ୟରେ ବଲିବଲ ଓ ତୀରଚାଳନା ଆୟୋଜନ କରାଯାଇ ଥିବାବେଳେ ମୁଖ୍ୟ ଅତିଥି ଭାବରେ ସାଂସଦ ପ୍ରତିନିଧି ଥୁଆମୁଳ ରାମପୁର ବ୍ଳକ ତଥା ଜିଲ୍ଲା ବିଜେପି ସମ୍ପାଦକ ଶ୍ରୀ ବିଷ୍ଣୁ ନାଏକ ଓ ପୂର୍ବତନ ଡବ୍ଳୁଡିସି ମେମ୍ବର ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ମୁଖ୍ୟ ବକ୍ତା ଭାବରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ ଓ ଶ୍ରୀ କପିଳାସ ନାଏକ, ସମ୍ମାନିତ ଅତିଥି ଭାବରେ ଶ୍ରୀ ପବିତ୍ର ନାଏକ, ସମିତି ସଭ୍ଯା ଗୁରୁବାରୀ ମାଝୀ, ଶ୍ରୀ କ୍ରିଷ୍ଣା ମାଝୀ, ଶ୍ରୀ ସୁଜନ ନାଏକ, ଶ୍ରୀ ଜିତେନ୍ଦ୍ର ନାଏକ, ଶ୍ରୀ ଚିତ୍ତରଞ୍ଜନ ନାଏକ, ଶ୍ରୀ ରାଧାକୃଷ୍ଣ ନାଏକ, ଯଯୋବନ୍ତି ନାଏକ, ଶ୍ରୀ ହାଡିବନ୍ଧୁ ନାଏକ, ଶ୍ରୀ ମନୋରଞ୍ଜନ ନାଏକ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ। ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ରାଜ୍ଯସ୍ତରୀୟ ରେକର୍ଡ ଡ୍ଯାନ୍ସ ପ୍ରତିଯୋଗିତାରେ ବିଭିନ୍ନ କଳାକାରଙ୍କ ଦ୍ବାରା ମଞ୍ଚ ଦୁଲୁକି ଉଠିଥିଲା। ଏହି ଉତ୍ସବ ଦେଖିବା ପାଇଁ ଆଖପାଖ ଗ୍ରାମର ଶତାଧିକ ନାରୀ ପୁରୁଷ, ବାଳ ବୃଦ୍ଧାଙ୍କ ସମାଗମ ହୋଇଥିଲା। ବିଭିନ୍ନ କଳା ପ୍ରଦର୍ଶନ କରିବା ପାଇଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା ବିଜେତା କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରୁଷ୍କୃତ କରାଯାଇଥିଲା, ଉତ୍ସବ ଟିକୁ ଗ୍ରାମବାସୀ ଓ ସିନ୍ଧେର ଅନୁଷ୍ଠାନର କର୍ମକର୍ତ୍ତା ଙ୍କ ମିଳିତ ସହଯୋଗରେ ଆୟୋଜିତ କରିଥିଲେ।ଶ୍ରୀ ଭଜମନ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ବିଜନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଓଡ଼ିଶାର ବୌଦ୍ଧିକ ସଂପଦର ଅନନ୍ୟ ପରିଚୟ ମହୁରି

Sunil Chandra Nayak

ଡିଗ୍ରୀ ମହାବିଦ୍ୟାଳୟର ନୂତନ ଭିତ୍ତିଭୂମି ପାଇଁ ଶିଳାନ୍ୟାସ କଲେ ବିଧାୟକ 

Sunil Chandra Nayak

ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ଏବିଭିପି ଶାଖା ପକ୍ଷରୁ ନିର୍ବାଚନ ସହ ବିଭିନ୍ନ ଦାବି ନେଇ ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!