ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ବେହେରା ଠାରେ ଦୀର୍ଘ ୩୦ବର୍ଷ ପରେ ବଞ୍ଜରା ସମାଜର କୁସୁମି ଲକଡି ପର୍ବ ପାଳିତ

ଧର୍ମଗଡ ବ୍ଲକ ବେହେରା ଗ୍ରାମରେ ଦୀର୍ଘ ୩୦ବର୍ଷ ପରେ ବଞ୍ଜରା ସମାଜର କୁସୁମି ଲକଡି ପର୍ବ ପାଳିତ ହେଇଯାଇଛି। ଏହି ପର୍ବରେ ପ୍ରଥମେ ସମାଜର ଆରାଧ୍ୟ ଗୁରୁ ଦେବତା ସେବାଲାଲ ମହାରାଜ, ଗୁରୁନାନକ,ମାଁ ବଞ୍ଜାରୀ, ମେରା ମାଁ ଏବଂ ପିତ୍ରୁପୁରୁଷଙ୍କୁ ପୂଜାର୍ଚ୍ଚନା କରାଯାଇ ସେବାଲାଲ ମହାରାଜଙ୍କ ନାମରେ କଡାଓ ଭୋଗ ଦିଆଯାଇଥିଲା। ପରେ ସମାଜର ପୁରୁଷ ମହିଳା ମାନେ ଏକତ୍ରିତ ହେଇ ବିଭିନ୍ନ ପାରମ୍ପରିକ ଗୀତ ଗାଇ ନ୍ରୁତ୍ୟ ପରିବେଷଣ କରିଥିଲେ। ଏହା ଶ୍ରାବଣ ମାସର ଶୁକ୍ଲ ରୁ ଆରମ୍ଭ ହେଇ ତିଜ୍ ପର୍ବ ପାଳନ କରାଯାଇ ନଅ ଦିନ ଚାଲିଥାଏ। ଶ୍ରାବଣ ମାସର ପୁର୍ଣ୍ଣିମା ଦିନ ତିଜ୍ ପର୍ବର ସମାପନ ହେବା ସହ କୁସୁମି ଲକଡି ପର୍ବ ପାଳନ କରାଯାଏ। ଏହି ପର୍ବ ଦିନ ତିଜ୍ ପର୍ବର ସମାପନ କରାଯାଇ କୁସୁମି ଲକଡି କୁ ଶାନ୍ତ କରାଯାଏ ଏବଂ ପରବର୍ତ୍ତୀ ବର୍ଷ ରେ ଶ୍ରାବଣ ବର୍ଷ ରେ ତାକୁ ବ୍ୟବହାର କରାଯାଏ। ତେବେ ବେହେରା ଗ୍ରାମରେ ଦୀର୍ଘ ୩୦ବର୍ଷ ପରେ ଏହି ପର୍ବ ଆୟୋଜିତ ହୋଇଥିବାରୁ ଗ୍ରାମର ସାମାଜିକ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଆଗାମୀ ପିଢ଼ି କୁ ଏହି ପରମ୍ପରା କୁ ବଜାୟରଖିବା ପାଇଁ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ପ୍ରକାଶ କରିଛନ୍ତି। ବେହେରା ତାଣ୍ଡା ସଭାପତି ଶଙ୍କର ନାଏକଙ୍କ ତତ୍ତ୍ବାବଧାନ ରେ ଓଡିଶା ବଞ୍ଜରା ସମାଜର ସଭାପତି ତୁଲାରାମ ନାଏକ, କଳାହାଣ୍ଡି ବଞ୍ଜରା ସମାଜର ସଭାପତି ଯଶୋବନ୍ତ ନାଏକ, ପୂର୍ବତନ ସଭାପତି ଲଲିତ ନାଏକ, ସଂସ୍କାର କମିଟି ସଭାପତି ସନ୍ଥ ନାଏକ, ତପୁ ନାଏକ,କ୍ଷମାପ୍ରସାଦ ନାଏକ, ହେମାଳ ନାଏକ, ଚୌବନ ନାଏକ, ତ୍ରିଲୋଚନ ନାଏକ, ରାହାସ ନାଏକ, ଜୟଚନ ନାଏକ, ଯୁବ ସଂଗଠକ ଭୁଜବଳ ନାଏକ ଏବଂ କଳାହାଣ୍ଡି ବଞ୍ଜରା ସମାଜର ପ୍ରତ୍ୟେକ ତାଣ୍ଡା ରୁ କମିଟି ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଡାବୁଗାଁରେ ନୂତନ ଖବରଦାତା ସଂଘ କାର୍ଯ୍ୟାଳୟ ଗୃହ ଓ ବରିଷ୍ଠ ନାଗରିକ ସଂଘ ଗୃହ ଉଦଘାଟିତ 

masiha

ଧର୍ମଗଡ:କେବେଡି ଠାରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ 

masiha

ଜୁନାଗଡ ସିଡ଼ିପିଓ ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!