ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମପାହାଡ଼ ଥାନାରେ ଆମ ପୋଲିସ ସମିତି ବୈଠକ

ବାଦାମପାହାଡ଼ ଥାନାରେ ଆମ ପୋଲିସ ସମିତି ବୈଠକ

  ମୟୁରଭଂଜ – ୨୩/୭  —  ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର କୁସୁମି ବ୍ଳକ ଅନ୍ତର୍ଗତ ବାଦାମପାହାଡ଼ଥାନା ରେ ବାଦାମ ପାହାଡ଼ ଥାନାଧିକାରୀ କାମାକ୍ଷା କମଳେଶ୍ଵର ହେମ୍ବ୍ରମଙ୍କ ସଭାପତିତ୍ଵରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଦାମ ପାହାଡ଼ ଥାନା ଅଂଚଳରେ ଘଟୁଥିବା ଛୋଟ ବଡ ଘଟଣା ଦୁର୍ଘଟଣା,ଗୋଚାଲାଣ,ସାଇବର କ୍ରାଇମ, ରାହାଜାନୀ କେମିତି ନିୟନ୍ତ୍ରଣ ହୋଇପାରିବ ସେ ଦିଗରେ ଥାନା ଅଧିକାରୀ ଶ୍ରୀ ହେମ୍ବ୍ରମ ଓଲିସ ସମିତି ସଭ୍ୟ ଓ ସର୍ବସାଧାରଣଙ୍କୁ ଅବଗତ କରାଇବା ସହ ସଭ୍ୟମାନଙ୍କ ମତାମତ ନେଇଥିଲେ । ପୋଲିସ ଏବଂ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ବହୁ କିଛି ସମସ୍ଯାର‌ ସମାଧାନ ରହିବ ।ଅଜଣା ଲୋକଙ୍କ ଚାଲିଚଲଣ ସନ୍ଦେହ କଲେ ତୁରନ୍ତ ଥାନାକୁ ଖବର ଦେଲେ ଆଗାମୀ ଦିନରେ ଥାନା ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ ।ପୋଲିସ ତରଫରୁ ବୟସ୍କ,ଅସହାୟ ମହିଳା,ଶିଶୁମାନଙ୍କ ସୁରକ୍ଷାକୁ ସମସ୍ତେ ଗୁରୁତ୍ବ ଦେବା ସହ ସହାୟତା ବଢ଼ାଇବା ଉଚିତ । ଏଥିରେ ପୋଲିସ ଏ ଏସ ଆଇ ପ୍ରଦିପ୍ତ କୁମାର ମହାରଣା ଏ ଏସ ଆଇ ଦାସ ବାବୁ ଏବଂ ବାଦାମ ପାହାଡ଼ ଥାନା ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ଶେଷରେ ଶ୍ରୀ ହେମ୍ବ୍ରମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

 ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଜୁ ବାବୁଙ୍କୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

masiha

କାର ବାଇକ ମୁହାଁମୁହିଁ ହୋଇ 2 ଗୁରୁତର 

Sunil Chandra Nayak

ଜଳେଶ୍ଵର ବ୍ଲକ ଟପ୍ପର ହେଲେ ଅନିକେତ ପାତ୍ର

Leave a Comment

error: Content is protected !!