ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

ନବରଙ୍ଗପୁର:( ୨୩/୦୭/୨୦୨୫)(ରବି ନାରାୟଣ ମହାନ୍ତି) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ମହିଳା ମହାବିଦ୍ୟାଳୟ, ନବରଙ୍ଗପୁରଠାରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭିସ୍ପା ଗୋଛାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓ କର୍ମକ୍ଷେତ୍ରରେ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଏବଂ ଏହାର ପ୍ରତିରୋଧ, ନିଷେଧ ଓ ନିରାକରଣ ଆଇନ-୨୦୧୩ ଓ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି ଉପରେ ହେଉଥିବା ଅତ୍ୟାଚାର ଓ ନିବାରଣ ସମ୍ପର୍କିତ ଆଇନ ବିଷୟରେ ସଚେତନତା ଶିବିରରେ ଆଲୋକପାତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ସରୋଜ ପୁନମ କିସପୋଳତା, ପୋଲିସ ଉପ ଅଧିକ୍ଷକ, ନବରଙ୍ଗପୁର, ରାଜ କିଶୋର ନାଗ ଉପ ମୁଖ୍ୟ ଆଇନଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ନବରଙ୍ଗପୁର, ମଲେଶ୍ଵରୀ ସାହୁ, ଅଧକ୍ଷ, ମହିଳା ମହାବିଦ୍ୟାଳୟ, ନବରଙ୍ଗପୁର, କିଶୋରୀ ପଟ୍ଟନାୟକ, ପାନେଲ ଲୟର, ନବରଙ୍ଗପୁର, ସଦାଶିବ ସାହୁ , ଉପ ଅଧକ୍ଷ, ଜିଲ୍ଲା ଆଇନ ଜୀବି ସଂଘ, ନବରଙ୍ଗପୁର, ରାଖୀ ଜୈନ, ସହାୟକ ଆଇନଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ନବରଙ୍ଗପୁର, ସତ୍ୟନାରାୟଣ ନାୟକ, ଅଧକ୍ଷ, ବିଦ୍ୟାର୍ଥି ମହାବିଦ୍ୟାଳୟ, ଓ ପାରା ଲିଗାଲ ସଦସ୍ୟ ଓ ପାନେଲ ଲୟର ପ୍ରମୁଖ ଯୋଗ ଦେଇଥିଲେ । ମଲେଶ୍ଵରୀ ସାହୁ, ଅଧକ୍ଷା, ମହିଳା ମହାବିଦ୍ୟାଳୟ, ନବରଙ୍ଗପୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରାଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବ୍ଲକ ଓ ସେକ୍ଟର ସ୍ତରୀୟ ଆଶା ସଂଘ ଗଠିତ

Sunil Chandra Nayak

ବିଷମକଟକ: ଚୋରା ମଦ କାରବାର ନେଇ ବସପା ର ବ୍ୟଙ୍ଗାତ୍ମକ ପ୍ରଦର୍ଶନ ‘ନିଖୋଜ’ ପୋଷ୍ଟର ଲଗାଇ ଅବକାରୀ ବିଭାଗ ବିରୁଦ୍ଧରେ ରାସ୍ତା କୁ ଓଲ୍ହାଇଲା ବହୁଜନ ସମାଜ ପାର୍ଟି 

Sunil Chandra Nayak

ନେସ୍କୋ ସାଧାରଣ ସଂପାଦକ ତାରାକାନ୍ତ ପଟନାୟକଙ୍କ ବିୟୋଗରେ ଶୋକସଭା

Sunil Chandra Nayak

Leave a Comment

error: Content is protected !!