ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏବିଭିପି କଳାହାଣ୍ଡି ର ସାମ୍ବାଦିକ ସମ୍ମିଳନୀ

ଏବିଭିପି କଳାହାଣ୍ଡି ର ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି ( ବିଷ୍ନୁଚରଣ ସ୍ଵାଇଁ):-ସ୍ଥାନୀୟ ବାଲାଜୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଏବିଭିପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଭବାନୀପାଟଣା ଏବିଭିପି କଳାହାଣ୍ଡି ଜିଲ୍ଲାର ୨୦୨୫-୨୬ ଶିକ୍ଷାବର୍ଷ ରେ ୧୧ ହଜାର ସଦସ୍ୟତା କରିବା ପାଇଁ ଲକ୍ଷ୍ୟ ନେଇଛି। ରାୟପୁର , ଛତିଶଗଡ଼ ଠାରେ ଏବିଭିପି ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ଇତି ପୂର୍ବରୁ ବୈଠକ ଅନୁଷ୍ଠିତ ହୋଇସାରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ନେଇ , ଛାତ୍ର ଶକ୍ତି – ରାଷ୍ଟ୍ର ଶକ୍ତି ଓ ଶିକ୍ଷା ଜୀବନ ପାଇଁ – ଜୀବନ ରାଷ୍ଟ୍ର ପାଇଁ ନାରାରେ ବିଶ୍ୱାସ ରଖି କାର୍ଯ୍ୟ କରୁଥିବା ବିଶ୍ଵର ସର୍ବବୃହତ ଛାତ୍ର ସଂଗଠନ । ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖରେ ଆରମ୍ଭ ହୋଇ ଦୀର୍ଘ ୭୭ ବର୍ଷ ହେବ ରାଷ୍ଟ୍ରୀୟ ଏକତା ଓ ଛାତ୍ର ସମାଜର ହିତ ସାଧନ ପାଇଁ କାର୍ଯ୍ୟ କରିଆସୁଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଗତ ମେ ୨୯,୩୦,୩୧ , ୨୦୨୫ ରେ ରାୟପୁର , ଛତିଶଗଡ଼ ଠାରେ ଏବିଭିପି ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶିକ୍ଷା , ରାଷ୍ଟ୍ରୀୟ ସୁରକ୍ଷା ଓ ସାମାଜିକ ପରିବର୍ତ୍ତନ ଉପରେ ୪ ଟି ପ୍ରସ୍ତାବ ପରିତ ହୋଇଛି , ଯଥା 

୧. ଦେଶରେ କୋଚିଂ ପ୍ରତିଷ୍ଠାନଗୁଡ଼ିକର ନିୟନ୍ତ୍ରଣ ଏବଂ ନିୟମ ସୁନିଶ୍ଚିତ କରିବା

୨. କୁଳପତି ନିଯୁକ୍ତିରେ ବିଳମ୍ବ, ରାଜନୈତିକ ହସ୍ତକ୍ଷେପ ଏବଂ ଆଇନଗତ ବିବାଦ ଯୋଗୁଁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବୃଦ୍ଧି ପାଉଥିବା ଅସ୍ଥିରତା ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବା।

୩.ବିଶ୍ୱ ବ୍ୟବସ୍ଥାରେ ଭାରତର ବହୁମୁଖୀ ପଦକ୍ଷେପ ଗ୍ରହଣ କରିବା।

୪. ଭାରତୀୟ ଗର୍ବ ଏବଂ ସାହସିକତାର ପ୍ରତୀକ ଅପରେସନ ସିନ୍ଦୂର କୁ ଜନ ସମାଜରେ ରଖିବା।

ଏଥି ସହ ଏହି ବୈଠକରେ ବିଦ୍ୟାର୍ଥୀ ପରିଷଦର ଆଗାମୀ କର୍ଯ୍ୟଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ବିଦ୍ୟାର୍ଥୀ ମାନଙ୍କୁ ରାଷ୍ଟ୍ରବାଦି ବିଚାରରେ ଯୋଡିବା ପାଇଁ ଏବିଭିପି ସଦସ୍ୟତା ଅଭିଯାନ କରିଥାଏ , ପ୍ରତି ବର୍ଷ ପରି ଏହି ଶିକ୍ଷା ବର୍ଷର ସଦସ୍ୟତା ଅଭିଯାନ ଜୁନ ମାସରୁ ଆରମ୍ଭ ହୋଇଯାଇଛି । ଏପ୍ରିଲ ୨୦-୨୨ ତାରିଖରେ ଝାରସୁଗୁଡ଼ା ଠାରେ ହୋଇଥିବା ପ୍ରାନ୍ତ ସମୀକ୍ଷା ଓ ଯୋଜନା ବୈଠକରେ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଓଡ଼ିଶା ପଶ୍ଚିମ ପ୍ରାନ୍ତର ୧୪ ଟି ଜିଲ୍ଲାରେ ୧ ଲକ୍ଷ୍ୟ ୪ ହଜାର ସଦସ୍ୟତାର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି , ସେହିପରି କଳାହାଣ୍ଡି ଜିଲ୍ଲା ପାଇଁ ୧୧ ହଜାର ସଦସ୍ୟତାର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିଲା । ଓଡ଼ିଶା ପଶ୍ଚିମ ପ୍ରାନ୍ତରେ ୩୩୧ ଟି ମହାବିଦ୍ୟାଳୟ ଓ ୭ ଟି ବିଶ୍ଵବିଦ୍ୟାଳୟ ଓ ପ୍ରତ୍ୟେକ ବ୍ଲକର ମୁଖ୍ୟାଳୟରେ ତଥା ୧୧୮ ଟି ସ୍ଥାନରେ ନଗର ଶାଖା ଘୋଷଣା କରିବାର ଲକ୍ଷ୍ୟ ରହିଛି , ସେହିପରି କଳାହାଣ୍ଡି ଜିଲ୍ଲାରେ ୩୭ ଟି ମହାବିଦ୍ୟାଳୟ ଓ ୧୦ ଟି ନଗର ଶାଖା ଘୋଷଣା କରିବାର ଯୋଜନା ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀ ରେ ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ର ପ୍ରାନ୍ତ ସେବାର୍ଥେ ପ୍ସତ୍ୟବ୍ରତ ମହାରଣା,କଳାହାଣ୍ଡି ଜିଲ୍ଲା ସଂଯୋଜକ ଚୂଡ଼ାମଣି ପ୍ରଧାନୀ ଓ ଭବାନୀପାଟଣା ନଗର ର ସେବାର୍ଥେ ବିଦ୍ୟାର୍ଥୀ ପ୍ରମୁଖ ଦେବାଶିଷ ପଟ୍ଟନାୟକ ଓ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଏବିଭିପି ଶାଖା ସଭାପତି ସତ୍ୟସ୍ଵରୁପ ସ୍ୱାଇଁ , ନଗର ସାମାଜିକ ଗଣମାଧ୍ୟମ ପ୍ରମୁଖ ହିତେଶ ସାହୁ ଆଦି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । 

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ମାନ୍ୟତା ଦାବିରେ କୁଡୁମି ସେନାର ୬ ଘଣ୍ଟିଆ ବନ୍ଦ ସଫଳ

Sunil Chandra Nayak

ବେହେରା ଠାରେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଜିଲ୍ଲାପାଳ ଙ୍କୁ ଭେଟିଲେ ଅଞ୍ଚଳବାସୀ

masiha

ନିଃଶୁଳ୍କ ମେଗା ସ୍ବାସ୍ଥ୍ୟ ପରାମର୍ଶ ଶିବିର ଆସନ୍ତା ୩୦ ରେ ……

masiha

Leave a Comment

error: Content is protected !!