ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ନାରୀ କବି ସମ୍ମିଳନୀ ଓ କବିତା ପାଠୋତ୍ସବ 

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ନାରୀ କବି ସମ୍ମିଳନୀ ଓ କବିତା ପାଠୋତ୍ସବ 

ରାଉରକେଲା:ରାଉରକେଲାର ଅନ୍ୟତମ ସାରସ୍ବତ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଏକ ନାରୀ କବି ସମ୍ମିଳନୀ ଓ କବିତା ପାଠୋତ୍ସବ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଅନ୍ୟତମ ଉପସଭାପତି ଡଃ. ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀକୁ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। 

ସଭାପତିଙ୍କ ସ୍ବାଗତ ଅଭିଭାଷଣ ପରେ ମୁଖ୍ୟବକ୍ତା ଭାବେ ଭଦ୍ରକ ଜିଲ୍ଲାର ଆଗରପଡା ମହାବିଦ୍ୟାଳୟର ସେବା ନିବୃତ ଅଧ୍ୟକ୍ଷ ଡ. ନାରାୟଣ ସେନାପତି କହିଲେ ଯେ, ସମାଜରେ ପରମ୍ପରାର ମନ୍ଦିରରୁ ଆଧୁନିକତାର ବହୁମୁଖୀ ମଞ୍ଚରେ ନାରୀ ସଶକ୍ତ ଭାବେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛି। କିନ୍ତୁ, ନାରୀ ସ୍ବାଧିନତା ଯେତେବେଳେ ସ୍ବେଚ୍ଛାଚାରିତାରେ ପରିଣତ ହୋଇଯାଏ, ସେତେବେଳେ ସମାଜରେ ବିଷମ ପରିସ୍ଥିତି ସୃଷ୍ଟି ହୁଏ। ନାରୀର ମହନୀୟତା – ଦୟା, କ୍ଷମା, କରୁଣା, ସମ୍ବେଦନଶୀଳତା, ଶ୍ରଦ୍ଧା, ସ୍ନେହ ଓ ମମତା ଦ୍ବାରା ପ୍ରତିପାଦିତ ହୋଇଥାଏ।

ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ସଭାର ପ୍ରଥମ ପର୍ଯ୍ୟାୟ ସଞ୍ଚାଳନ କରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ କବିତା ପାଠ କାର୍ଯ୍ୟକ୍ରମ କବି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ବରେ ଏବଂ କବି ତ୍ରିନାଥ ସିଂହ ଓ ତ୍ରିଲୋଚନ ସ୍ବାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଷ୍ଣୁପ୍ରିୟା ମହାପାତ୍ର ମଞ୍ଜୁଳା କୁମାରୀ ରଥ,ଡ. ଗୀତାଞ୍ଜଳି ପତ୍ରୀ, ରଶ୍ମୀବାଳା ରାଉତରାୟ , ବିଜୟିନୀ ଜେନା ,ରଶ୍ମି ସାହୁ , ସ୍ମିତା ମିଶ୍ର ,ପୁଷ୍ପା ରାଣୀ ପଟେଲ ,ସୁସ୍ମିତା ମହାପାତ୍ର ,ଜ୍ୟୋସ୍ନା କୁମାରୀ ନାୟକ, ବିନତା ମହାନ୍ତ, ସୁପ୍ତି କର ,ଗୀତା ରାଣୀ ବେହେରା, ସବିତା ରାଣୀ ବେହେରା, ଉର୍ବଶୀ ଦାଶ ପତି, ଚିନ୍ମୟୀ ପୁରୋହିତ ,ଚାରୁଲତା ପ୍ରଧାନ ଏବଂ ସୁଶ୍ରୀ ସଂଗୀତା ଦାଶ ପ୍ରମୁଖ କବୀମାନେ ସ୍ବରଚିତ କବିତାମାନ ପାଠ କରିଥିଲେ। 

କାର୍ଯ୍ୟକ୍ରମରେ ଘନଶ୍ୟାମ ଧଳ, ରାଧାମୋହନ ନାୟକ, ଲକ୍ଷ୍ମଣ ନାଥ ଦାସ, ଅରବିନ୍ଦ ପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ପ୍ରସନ୍ନ କୁମାର ମହାନ୍ତି ପରିକ୍ଷୀତ ଗରୁ, ଧରଣୀଧର ସାମଲ, ଇନ୍ଦ୍ରମଣି ମହାପାତ୍ର ପ୍ରମୁଖ ସହାୟତା କରିଥିବାବେଳେ ସହରର ବହୁ ସାହିତ୍ୟିକ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧାମନପୁର ଠାରୁ ଦଶପୁର ରାସ୍ତା ପାଲଟିଛି ମରଣ ଯନ୍ତା

Sunil Chandra Nayak

ବରିଷ୍ଠ ସମାଜସେବୀ ଅର୍ଜୁନ ଚାନ୍ଦ ବିୟୋଗ

Sunil Chandra Nayak

ନାରାୟଣପାଟଣା ବ୍ଲକରେ ୬୧ଟି ଅଭିଯୋଗର ଶୁଣାଣୀ କଲେ ପ୍ରକଳ୍ପ ନିର୍ଦ୍ଧେଶକ

Leave a Comment

error: Content is protected !!