ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ମିଳିଲା କାୟାକଳ୍ପ ପୁରସ୍କାର

ରାଉରକେଲା ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ମିଳିଲା କାୟାକଳ୍ପ ପୁରସ୍କାର

୧୦ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଲା ପୁରସ୍କାର

ରାଉରକେଲା, ୨୮ ମାର୍ଚ୍ଚ ୨୦୨୫: ରାଉରକେଲାବାସୀଙ୍କ ପାଇଁ ଖୁସି ଖବର। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ୧୦ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ସମ୍ମାନଜନକ କାୟାକଳ୍ପ ପୁରସ୍କାର। ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ସହ ସଂକ୍ରମଣ ନିୟନ୍ତ୍ରଣ କରି ଗୁଣାତ୍ମକ ରୋଗୀ ସେବାକୁ ସୁନିଶ୍ଚିତ କରିବା ହେତୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସ୍ଵାସ୍ଥ୍ୟକେନ୍ଦ୍ର ପରିଚାଳନା ସହ ଡାକ୍ତରଖାନା ପରିସରରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସହାୟକ ଡାକ୍ତରୀ ସେବା ଏବଂ ସୂଚନା ଓ ସଚେତନତା ଅଭିଯାନ ମାଧ୍ୟମରେ ରୋଗୀ ତଥା କର୍ମଚାରୀମାନଙ୍କୁ ସ୍ଵଚ୍ଛତା ବଜାୟ ରଖିବା ପାଇଁ ପ୍ରୋତ୍ସାହିତ କରିବା, ଏହି ୬ଟି ମାନଦଣ୍ଡକୁ ଆଧାର କରି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଉଛି।

ଏଥି ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ପାରାମେଡ଼ିକାଲ ଷ୍ଟାଫ୍ ଓ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ରୋଗୀ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥି ସହ ସେ କହିଛନ୍ତି ଯେ, ‘ବିକଶିତ ଭାରତ ଗଠନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରର ସୁଦୃଢୀକରଣ ଉପରେ ସରକାର ଗୁରୁତ୍ଵ ଦେଉଥିବା ବେଳେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକ ମଧ୍ୟ ଏ ଦିଗରେ ଯତ୍ନବାନ୍ ବୋଲି ସେ କହିଥିଲେ।’ 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

Sunil Chandra Nayak

ବିଭିନ୍ନ ଦାବି ନେଇ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ଧର୍ମଗଡ ବିଡ଼ିଓ ଓ ସିଡିପିଓ ଙ୍କୁ ଦାବିପତ୍ର ପ୍ରଦାନ 

masiha

ଅବସର କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!