ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା 

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା 

ବାଲିଗୁଡା, ତା,୨୮/୦୪: (ମନିସ): କନ୍ଧମାଳ-ଗଞ୍ଜାମ- ଗଜପତି ଜିଲ୍ଲା ସୀମାନ୍ତ ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀ ପଲ ବୁଲୁଥିବା ଖବର ଅଞ୍ଚଳ ରେ ଭୟ ସୃଷ୍ଟି କରିଛି | ତେବେ କେତେ ଗୋଟି ହାତୀ ଆସିଛନ୍ତି, କେଉଁ ଠାରୁ ଆସିଛନ୍ତି, କେଉଁ ଦିଗକୁ ମୁହାଁଇ ଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ୁ ନ ଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ର ଗତିବିଧି କୁ ତନ ତନ କରି ଯାଞ୍ଚ କରୁଥିବା ଜଣା ପଡ଼ିଛି। ସୁଚନା ଅନୁଯାୟୀ ଗଞ୍ଜାମ ଗଜପତି ଓ କନ୍ଧମାଳ ସୀମାନ୍ତ ଜଙ୍ଗଲ ରେ ହାତୀ ପଲ ବୁଲୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସକାଳ ପ୍ରାୟ ୬ଘଣ୍ଟା ସମୟ ରେ କାଟିଙ୍ଗିଆ ଗ୍ରାମ ପଞ୍ଚାୟତର ଗୁଡ୍ରିଗୁଡ଼ା ଗ୍ରାମର ଜଣେ ମହିଳା ପଦର କୁ ଯିବା ସମୟରେ ତିନିଗୋଟି ହାତୀ ଆସିଥିବା କହିଛନ୍ତି, ତାଙ୍କ କହିବା ଅନୁଯାୟୀ ହାତୀ ଗୁଡ଼ିକ ପଦର ରେ ଥିବା କୁଡ଼ିଆ କୁଭାଙ୍ଗି ଦେଇ ପରେ ନଦୀକୂଳ ଦେଇ ବୁରୁମୁଣ୍ଡି ପାହାଡ଼ ଅଭିମୁଖେ ଯାଇ ବୁରୁମୁଣ୍ଡି ଏବଂ ଝାରବୁଇଡ଼ା ପାହାଡ଼ ଆଡ଼େ ମୁହାଇ ଥିବା ଲକ୍ଷ୍ୟ କରାଯାଉଛି । ଖବର ପାଇ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ଉକ୍ତ ହାତୀପଲ ଅନ୍ମେଷଣ ରେ ବାହାରି ଗ୍ରାମବାସୀ ଙ୍କ ସୁଚନା ଅନୁଯାୟୀ ହାତୀ ର ଗତିବିଧି କୁ ଯାଞ୍ଚ କରୁଥିବା ବେଳେ ତାହା ଗଞ୍ଜାମ ଜିଲ୍ଲା ର ଘୁମୁସର ଡିଭିଜନ ଆଡ଼େ ଚାଲିଯାଇ ଥିବା ନେଇ ଅନୁମାନ କରାଯାଉ ଥିବା ନେଇ ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ସୁଚନା ଦେଇଛନ୍ତି।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ

masiha

ନବରଙ୍ଗପୁର ପୋଲିସ୍ ପଡିଆଠାରେ “ବିକାଶର ଧାରା, ଓଡିଶା ସାରା” କାର୍ଯ୍ୟକ୍ରମର ସମାପନୀ ଉତ୍ସବ ଓ ବ୍ୟାପକ ସରକାରୀ ହିତାଧିକାରୀ ସହାୟତା ବଣ୍ଟନ ଅନୁଷ୍ଠିତ

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଦେବାଳୟ ଓ ଐତିହ୍ୟସ୍ଥଳୀ ସ୍ଵଚ୍ଛତା ଅଭିଯାନ 

masiha

Leave a Comment

error: Content is protected !!