ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଏଲପିଜି ଵ୍ଯବହାରର ସୁରକ୍ଷିତ ଉପାୟ ନେଇ ସଚେତନତା ଶିବିର 

ମୟୂରଭଞ୍ଜ ୧୧/୩/୨୩ (ମସିହା)ମଣିଷ ଜୀବନ ଦୁର୍ଲଭ ।ଟିକେ ଅସେଚତନ ହେଲେ ମୂଲ୍ୟବାନ ଜୀବନ ଅକାଳରେ ଚାଲିଯିବ । ତେଣୁ ସବୁଠି ସଚେତନ ଓ ଠିକ୍ ବ୍ୟବହାର ଉପରେ ସଚେତନତା ଆବଶ୍ୟକ । ସାମାନ୍ୟ ଅସାବଧାନ ହେଲେ ଦୁର୍ଲଭ ମଣିଷ ଜୀବନ ନଷ୍ଟ ହେବା ସହ ସେ ପରିଵାରଟି ବିପଦ ଗ୍ରସ୍ତ ହୋଇପଡିବ । ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜନାରେ ଘରେ ଘରେ ଉଜ୍ବଳା ଗ୍ୟାସ ଯୋଗାଇ ଦିଆଯାଇଥିଲା । ତେଣୁ ଉଜ୍ବଳା ଗ୍ୟାସର ବ୍ୟବହାର ଗାଁ ଗଣ୍ଡା ଲୋକଙ୍କ ସମେତ ବହୁ କି ପୁରୁଷ କି ମହିଳା ଠିକ୍ ଭାବରେ ଜାଣନ୍ତି ନାହିଁ । ତେଣୁ ରାଇରଙ୍ଗପୁରର ଅଗ୍ରଣୀ ଗଣେଶ ଗ୍ୟାସ ଏଜନ୍ସୀ ଆନୁକୁଲ୍ୟରେ ରାଇରଙ୍ଗପୁର ପଞ୍ଚାୟତ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଏଲପିଜି ପଞ୍ଚାୟତ ନେଇ ଆଜି ଶନିବାର ଦିନ ପୂର୍ବାହ୍ନରେ ଏକ ଏଲପିଜି ବ୍ୟବହାରର ସୁରକ୍ଷିତ ଉପାୟ ନେଇ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବ୍ଳକ ସିଡିପିଓ ଚମ୍ପାଵତୀ ମୁର୍ମୁ,ସୁପରଭାଇଜର ଶାନ୍ତି ଲତା ବେଶ୍ରା, ଦମୟନ୍ତୀ ମହାନ୍ତ,ଭାଇନା ମୁର୍ମୁ ,ଭାରତ ଗ୍ୟାସ ବିତର୍କ ମିନତୀ ହାଁସଦା, ଲାଲମୋହନ ହାଁସଦା,ମନୋଜ ପୂର୍ତି ପ୍ରମୁଖ ଉପସ୍ଥିତ ରହି ଏଲପିଜି ବ୍ୟବହାରର ସୁରକ୍ଷିତ ଉପାୟ ଉପରେ ଉପସ୍ଥିତ ଶତାଧିକ ଅଙ୍ଗନବାଡ଼ି କର୍ମୀ,ଆଶାକର୍ମି ଆଲୋକପାତ କରିଥିଲେ ।ତଦସହ ସେମାନଙ୍କୁ ଗ୍ୟାସ ଚୁଲାର ବ୍ୟବହାର, ସିଲିଣ୍ଡର ବ୍ୟବହାର,ସାବଧାନତା,ଉପରେ ପ୍ରଶିକ୍ଷଣ ଦେବା ସହ ଅଧିକ ଜାଣିବା ପାଇଁ ଉଜ୍ବଳା ପତ୍ରିକା ପ୍ରଦାନ କରିଥିଲେ । କିଛି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ନିକଟସ୍ଥ ଗ୍ୟାସ ଏଜେନ୍ସୀକୁ ଜଣାଇବା ପାଇଁ କହିଥିଲେ । ମହିଳା ମାନେ ଉପସ୍ଥିତ ରହି ଗ୍ୟାସ ସମ୍ବନ୍ଧୀୟ ବହୁତ କିଛି ତଥ୍ୟ ପାଇଥିଲେ । ଗଣେଶ ଗ୍ୟାସ ଏଜେନ୍ସିର ଏଭଳି ସଚେତନମୂଳକ କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ତରାଭଟ୍ଟା,ଜାତୀୟ ସେବା ଯୋଜନା ଶିବିରରେ କାର୍ଯ୍ୟକ୍ରମ

Sunil Chandra Nayak

ରାଜ୍ୟସ୍ତରୀୟ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାବୁଗାଁରୁ ୪୮ ଜଣ ସମ୍ପ୍ରଦାୟ ସହାୟକ କର୍ମଚାରୀ ଙ୍କ ଭୁବନେଶ୍ଵର ଗସ୍ତ 

Sunil Chandra Nayak

ଅବ୍ୟବସ୍ଥା ମଧ୍ୟରେ ଆଲମଣ୍ଡା ସାପ୍ତାହିକ ହାଟ

masiha

Leave a Comment

error: Content is protected !!