ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେପରୁଆ କାର୍ଯ୍ୟ :ନାଳକୂପକୁ ମେଟାଲ ଚିପସ ରେ ପୋତି ଦେଇଛନ୍ତି : କାଉଡ଼ିଆ ପାଣି ପାଇଁ ବେହାଲ 

ତେନ୍ତୁଳିଖୁଣ୍ଟି -୧୯/୦୭/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତା ଗୁଡା ସ୍ଥିତ ଶିବ ମନ୍ଦିର ପରିସରରେ ଥିବା ନଳକୂପ ଉପରେ ମେଟାଲ ଚିପସ ପକାଇ ଏକ ପ୍ରକାର ପୋତି ଦେଇଛନ୍ତି। ମେଟାଲ ବୋଝେଇ ଆଣିଥିବା ଗାଡି ର ଭୁଲ ନା ଯିଏ ମେଟାଲ ଚିପସ ମଗେଇ ଥିଲା ସେ ସେଠାରେ ପକାଇବାକୁ କହିଛି ପ୍ରଶ୍ନବାଚୀ? କିନ୍ତୁ ଏଥିପାଇଁ ପାଣି ପାଇଁ ସାପ୍ତାହିକ ହାଟ କୁ ଆସୁଥିବା କ୍ରେତା ଓ ବିକ୍ରେତା ହଇରାଣ ହେଉଛନ୍ତି। ଶ୍ରାବଣ ସୋମବାର ରେ ଲୋକନାଥ ମନ୍ଦିର ରେ ଜଳଲାଗି ପାଇଁ ଆସିଥିବା କାଉଡ଼ିଆ ମଧ୍ୟ ଜଳାଭିଷେକ ପରେ ମନ୍ଦିର ପାଖ ନଳକୂପ ପୋତି ହୋଇଥିବା ଦେଖିବା ପରେ ପିଇବା ପାଇଁ ପାଣି ସଂଗ୍ରହ କରିବାକୁ 200 ମିଟର ଦୂରରେ ଥିବା କାର୍ଯ୍ୟାଳୟ ପରିସର ର ନଳକୂପ ପାଣି ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ। ତେନ୍ତୁଳିଖୁଣ୍ଟି ଓ ନନ୍ଦ।ହାଣ୍ଡି ବ୍ଲକ କୁ ପାନୀୟ ଜଳ ଯୋଗାଣ କାର୍ଯ୍ୟ ନେଇଥିବା କମ୍ପାନୀର ଅଳ୍ପଦୁରରେ କ୍ୟାମ୍ପ ରହିଛି ,କମ୍ପାନୀ ର ହୋଇଥାଇପରେ ବୋଲି ସନ୍ଦେହ ହେଉଛି । ଯା ହା ବି ହେଉ ମନ୍ଦିର ପରିସର ରେ ଥିବା ନଳକୂପ ଉପରୁ ମେଟାଲ ଚିପସ ହଟାଇବାକୁ କାଉଡ଼ିଆ ମାନେ ଦାବୀ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

masiha

କେରେଡି ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୩ ପାଳିତ

Sunil Chandra Nayak

ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗୁରୁଦିବସ ଅବସର ରେ ଗୁରୁ ସମ୍ମାନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!