ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂଷଳ ତଳସାହି ରାସ୍ତା ଅତି ଶୋଚନୀୟ 

କାମାକ୍ଷାନଗର (ମନିସ )19/7/23 // ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ଗ୍ରାମର ଅବସ୍ଥା ସୋଚନୀୟ | ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସଠିକ ସଡ଼କ ଯୋଗାଇବାକୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରୁଥିବା ବେଳେ ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧିଙ୍କ ଅପାରଗତା ଯୋଗୁ ଏହି ରାସ୍ତାଟି ଦୀର୍ଘବର୍ଷ ହେଲା ଖାଲ ଖମ ହୋଇ ପଡ଼ିରହିଛି | ଏହି ରାସ୍ତାଟି ଭୂଷଳ ପଂଚାୟତ ଦ୍ୱାରା ନିର୍ମିତ ଝରଣେଶ୍ୱର ଗ୍ରାମୀଣ ଉଦ୍ୟାନକୁ ମୁଖ୍ୟରାସ୍ତା ଅଟେ | ଏହି ରାସ୍ତାରେ ବର୍ଷାଜଳ ଅଧିକମାତ୍ରରେ ପ୍ରବାହିତ ହେଇଥାଏ | ବର୍ଷାଜଳ ନିଷ୍କାସନ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅସ୍ଥାୟୀ ନାଳ ତିଆରି କରାଯାଇଛି | କିନ୍ତୁ ଏହି ନାଳ ବର୍ଷେ ନପୂରୁଣୁ ପୋତା ପଡିଯାଇଛି | ଫଳରେ ପୂର୍ବବତ ବର୍ଷା ପାଣି ରାସ୍ତାରେ ଯାଇ ଘାଇ ସୃଷ୍ଟି କରୁଛି | ଗ୍ରାମୀଣ ପାର୍କ କୁ ଯାତାୟତ ରେ ବାଧା ସୃଷ୍ଟି ହେଉଛି | ଏନେଇ ଭୂଷଳ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଦାବି ଆପତ୍ତି ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ | ବିଶେଷ କରି ବର୍ଷା ଋତୁରେ ଲୋକଙ୍କ ଦୁର୍ଦଶା ଅତି ଶୋଚନୀୟ ହୋଇ ପଡ଼ିଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଓ ସ୍ବତନ୍ତ୍ର ପ୍ରକଳ୍ପର ନି‌ର୍ଦ୍ଦେଶକ ଙ୍କ କୋରାପୁଟ ଗସ୍ତ

Sunil Chandra Nayak

ରାଜ୍ୟର ଵିଭିନ୍ନ ଜିଲ୍ଲାରେ ୨୧ ରୁ ଉର୍ଦ୍ଧ୍ଵ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଦବୀ ନିଯୁକ୍ତି ଦାବି;ରାଇରଙ୍ଗପୁର ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ୬ ମାସରୁ ଉର୍ଦ୍ଧ୍ବ ଖାଲି

Sunil Chandra Nayak

ରାଷ୍ତୀୟ ଆବିଷ୍କାର ଅଭିଯାନ ୨୦୨୪-୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!