ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂଷଳ ତଳସାହି ରାସ୍ତା ଅତି ଶୋଚନୀୟ 

କାମାକ୍ଷାନଗର (ମନିସ )19/7/23 // ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ଗ୍ରାମର ଅବସ୍ଥା ସୋଚନୀୟ | ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସଠିକ ସଡ଼କ ଯୋଗାଇବାକୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରୁଥିବା ବେଳେ ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧିଙ୍କ ଅପାରଗତା ଯୋଗୁ ଏହି ରାସ୍ତାଟି ଦୀର୍ଘବର୍ଷ ହେଲା ଖାଲ ଖମ ହୋଇ ପଡ଼ିରହିଛି | ଏହି ରାସ୍ତାଟି ଭୂଷଳ ପଂଚାୟତ ଦ୍ୱାରା ନିର୍ମିତ ଝରଣେଶ୍ୱର ଗ୍ରାମୀଣ ଉଦ୍ୟାନକୁ ମୁଖ୍ୟରାସ୍ତା ଅଟେ | ଏହି ରାସ୍ତାରେ ବର୍ଷାଜଳ ଅଧିକମାତ୍ରରେ ପ୍ରବାହିତ ହେଇଥାଏ | ବର୍ଷାଜଳ ନିଷ୍କାସନ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅସ୍ଥାୟୀ ନାଳ ତିଆରି କରାଯାଇଛି | କିନ୍ତୁ ଏହି ନାଳ ବର୍ଷେ ନପୂରୁଣୁ ପୋତା ପଡିଯାଇଛି | ଫଳରେ ପୂର୍ବବତ ବର୍ଷା ପାଣି ରାସ୍ତାରେ ଯାଇ ଘାଇ ସୃଷ୍ଟି କରୁଛି | ଗ୍ରାମୀଣ ପାର୍କ କୁ ଯାତାୟତ ରେ ବାଧା ସୃଷ୍ଟି ହେଉଛି | ଏନେଇ ଭୂଷଳ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଦାବି ଆପତ୍ତି ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ | ବିଶେଷ କରି ବର୍ଷା ଋତୁରେ ଲୋକଙ୍କ ଦୁର୍ଦଶା ଅତି ଶୋଚନୀୟ ହୋଇ ପଡ଼ିଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପରିକ୍ଷାର୍ଥୀ ଙ୍କୁ ନେଇ ଯାଉଥିବା ବଲେରୋ ଓଲଟି ସାତ ପରିକ୍ଷ୍ୟାର୍ଥି ଆହତ 

masiha

ସି. ଡବ୍ଲୁ. ସି ଡାଇରେକ୍ଟର ଙ୍କୁ ସାକ୍ଷାତ କଳେ ଡ଼. ଭବାନୀ ଶଙ୍କର ନିଆଲ 

Sunil Chandra Nayak

ଅବ୍ୟବସ୍ଥାରେ ଘେରରେ ବେଲଗୁଣ୍ଠା ଏନଏସିର ସୌନ୍ଦର୍ଯ୍ୟ କରଣ 

Sunil Chandra Nayak

Leave a Comment

error: Content is protected !!