ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଉପବିଧି ସଂଶୋଧନ ଓ ନିର୍ବାଚନୀ ମାର୍ଗଦର୍ଶିକା ପ୍ରସ୍ତୁତି ସଭା

ଭବାନୀପାଟଣା,୧୩/୦୫(ମ ନି ସ  )-ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ପକ୍ଷରୁ ଆଜି ଭବାନୀପାଟଣାସ୍ଥିତ ଅମଲାଭବନଠାରେ ଉପବିଧି ସଂଶୋଧନ ଓ ନିର୍ବାଚନୀ ମାର୍ଗଦର୍ଶିକା ପ୍ରସ୍ତୁତି ସଂପର୍କିତ ଜିଲ୍ଲାସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ! ଫେଡେରେସନର ପୂର୍ବତନ କାର୍ଯ୍ୟକାରୀ ସଭାପତି ଏସ୍. ସୁଜାତାଙ୍କ ଆବାହକତ୍ବରେ ଆୟୋଜିତ ଏଇ ସଭାରେ ଜିଲ୍ଲାର ୧୩ଟି ବ୍ଲକ, ଦୁଇଟି ଏନ୍ଏସି ଓ ଗୋଟିଏ ମୁନସିପାଲିଟିରୁ ଶତାଧିକ ସଦସ୍ୟ, ସଦସ୍ୟା ଯୋଗଦେଇ ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଭାଗ ନେଇଥିଲେ ! ଏଥିରେ ଫେଡେରେସନର ଦୁଇବର୍ଷ ପୂର୍ତ୍ତି ପରେ କମିଟି ଭଙ୍ଗ କରାଯାଇ ନୂତନ କମିଟି ଗଠନ, ନୂତନ କର୍ମକର୍ତ୍ତା ଚୟନ ସହିତ ଉପବିଧିର ବିଭିନ୍ନ ଧାରାରେ ସଂଶୋଧନ ପ୍ରସ୍ତାବ ଆଗତ କରାଯାଇଥିଲା ! ସେହିପରି ଖୁବ୍ ଶୀଘ୍ର ନୂତନ କର୍ମକର୍ତ୍ତା ଚୟନ ପାଇଁ ପ୍ରସ୍ତାବ ଗ୍ରୁହୀତ ହୋଇଥିବାବେଳେ ରାଜ୍ୟର ଅଗ୍ରଣୀ ସଂଗଠନ ଭାବେ ଫେଡେରେସନକୁ ଗଢ଼ି ତୋଳିବାକୁ ଉପବିଧି ସଂଶୋଧନ ଓ ନିର୍ବାଚନୀ ମାର୍ଗଦର୍ଶିକା ପ୍ରସ୍ତୁତି ଅତ୍ୟନ୍ତ ଆବଶ୍ୟକ ବୋଲି ସମସ୍ତ ସଦସ୍ୟ, ସଦସ୍ୟା ସହମତି ପ୍ରକାଶ କରିଥିଲେ ! ସେହିପରି କମିଟି ଭଙ୍ଗ ପରେ ନୂତନ କର୍ମକର୍ତ୍ତା ଚୟନ ପାଇଁ ଫେଡେରେସନ ତରଫରୁ ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ, ଯୋଗେଶ୍ବର ସାଗର, ଗୋବର୍ଦ୍ଧନ ବାଗ, ବିଶ୍ବନାଥ କର, ଗିରିଜା ବେହେରା, ଆଶିଷରଞ୍ଜନ ନାଏକ, ଋଷିସୂଦନ ଛତ୍ରପାଲ, ଅଞ୍ଜୁ କୁମାର, ଜ୍ୟୋତ୍ସ୍ନା କୁମାର ପ୍ରମୁଖଙ୍କୁ ସଭା ପରିଚାଳନା, ମନୋନୟନ ଓ ନିର୍ବାଚନ ପରିଚାଳନା ଆଦି ଗୁରୁଦାୟିତ୍ବ ପ୍ରଦାନ କରାଯାଇଥିଲା ! ଏଇ ସଭାରେ ମହିଳା ନେତ୍ରୀ ରମଣୀ ଦୁରିଆ, ରେଣୁକା ଛତ୍ରିଆ, ଆରତୀ ନାଏକ, ବିଭୀଷଣ ନାଏକ, ସୂର୍ଯ୍ୟ ନାରାୟଣ କୁମାର, ଶ୍ରୀବତ୍ସ ତାଣ୍ଡି, ବିରଞ୍ଚି ନାରାୟଣ ଜାଲ, ରଘୁନାଥ ଦୀପ, ବରୁଣ ସୁନା, ଜଗଦୀଶ ବେନିଆଁ, ବଳରାମ ଦୁର୍ଗା, ମଧୁସୂଦନ ବାଗ, ଢଗମାଳିଆ ନାଏକ, ଦୁଃଖୀ କୁମାର, ଚିତ୍ତରଞ୍ଜନ ନିଆଲ, ମହେନ୍ଦ୍ର ଧଙ୍ଗଡ଼ାମାଝୀ, ଚନ୍ଦନ ନାଏକ, ଦେବେନ୍ଦ୍ର ନାଏକ, ତୁଷାର ମହାନନ୍ଦ, ଶକ୍ତିପ୍ରକାଶ ଛତ୍ରିଆ, ତ୍ରିଭୂବନ ବାଗ, ପ୍ରୁଥୀରାଜ ଛତ୍ରିଆ, ପ୍ରକାଶ ସାଗର, ସାମନ୍ତ ଦୁର୍ଗା, ସତ୍ୟ ନାଏକ, ସଞ୍ଜୟ ସୁନାନୀ, ଓମପ୍ରକାଶ ଛତ୍ରିଆ, ଯୁଗଳ ନାଗ, ଟିକ ନାଗ, ଗୋପାଳଦାସ ମହାନନ୍ଦ, ଗୋବିନ୍ଦ ତାଣ୍ଡି, ସୀମାଞ୍ଚଳ ନାଏକ, ନିରଞ୍ଜନ ନାଏକ, ପ୍ରକାଶ ମଙ୍ଗରାଜ, ସଞ୍ଜୟ ନିଆଲଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକରୁ ଫେଡେରେସନର ବହୁସଂଖ୍ୟକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ! ଆସନ୍ତା ୨୧ ତାରିଖ ଦିନ ନୂତନ କମିଟି ଗଠନ ପାଇଁ ନିର୍ବାଚନ କମିଟି ତାରିଖ ଘୋଷଣା କରିଥିଲେ !

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ପରିବେଶ ସଚେତନତା ଓ ଜଳବାୟୁ ପରିବର୍ତ୍ତନ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜନ ଶିକ୍ଷା ସଂସ୍ଥାନ କଳାହାଣ୍ଡି ପକ୍ଷରୁ ଭବାନୀପାଟଣାଠାରେ ଏକ ସଫଳ ସ୍ଲୋଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଦରଦୀ ବଂଧୁ ଫାଉଣ୍ଡେସନ୍ ପକ୍ଷରୁ ରକ୍ତଦାନ ଶିବିର ନେଇ ପ୍ରସ୍ତୁତି 

masiha

ମହା ଆଡମ୍ବରରେ ହନୁମାନ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!