ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ମଧୁମେହ ତଥା ବିଶ୍ବ ଏଡ୍.ସ୍ ଦିବସ ପରିପ୍ରେକ୍ଷିରେ ବିଭିନ୍ନ ପ୍ରତିଯୋଗୀତା ପାଳିତ

ବିଶ୍ବ ମଧୁମେହ ତଥା ବିଶ୍ବ ଏଡ୍.ସ୍ ଦିବସ ପରିପ୍ରେକ୍ଷିରେ ବିଭିନ୍ନ ପ୍ରତିଯୋଗୀତା ପାଳିତ 

ନବରଙ୍ଗପୁର:(ତା ୧୩.୧୧.୨୦୨୪)(ରବି ନାରାୟଣ ମହାନ୍ତି) ଆଜି ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର ତରଫରୁ ବିଶ୍ବ ମଧୁମେହ ତଥା ବିଶ୍ବ ଏଡ୍.ସ୍ ଦିବସ ପାଳନ ପରିପ୍ରେକ୍ଷିରେ ବିଭିନ୍ନ ପ୍ରତିଯୋଗୀତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ପାଳନ ହୋଇଯାଇଅଛି I ଏହି ପ୍ରତିଯୋଗିତା ସମାପ୍ତ ହେବାପରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ନବକିଶୋର ବେହେରା ଯୋଗଦେଇ ମଧୁମେହ ଓ ଏଚ୍.ଆଇ.ଭି ଓ ଏଡ୍.ସ୍ ଜନିତ ସ୍ବାସ୍ଥ୍ୟସମସ୍ୟା ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଧାରଣା ଦେଇଥିଲେ। I ବିଚାରପତି ରୁପେ ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧିକାରୀ, ନବରଙ୍ଗପୁର ମନୋଜ ବେହେରା , ଜିଲ୍ଲା ମୂଖ୍ୟ ଚିକିତ୍ସା ତଥା ଅଧିକ୍ଷକ, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ, ନବରଙ୍ଗପୁର ଡ଼ା-ସୁକାନ୍ତ କୁମାର ଶତପଥୀ, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଏ.ଆର୍.ଟି-ଆଇ.ସି.ଟି.ସି-ଡ଼ି.ଏସ୍.ଆର୍.ସି ସ୍ବାସ୍ଥ୍ୟ ଅଧିକାରୀ ଟି.ପଲ୍ଲବୀ,ଜିଲ୍ଲା ଆଶା ପରିଚାଳକ ସଂଗ୍ରାମ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। କ୍ଲଷ୍ଟର କାର୍ଯ୍ୟକ୍ରମ ପରିଚାଳକ ଚନ୍ଦ୍ରଶେଖର ପଟ୍ଟନାୟକ, ଏଫ୍ ଏସ ଡବ୍ଲୁ ଟି ଆଇ ପ୍ରକଳ୍ପ ନିର୍ଦ୍ଦେଶକ ହରେକୃଷ୍ଣ ସାବତ, ମାଇକ୍ରୋବାୟୋଲୋଜିଷ୍ଟ: ଶ୍ରୀଯୁକ୍ତ ରାଜା ଦତ୍ତ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ସହାୟକ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରାମହରି ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସଙ୍ଗେ ସଙ୍ଗେ ବିଚାରପତି ମାନେ ମଧୁମେହ ଓ ଏଡ଼ସ ଉପରେ ବିଶେଷ ସୁଚନା ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଭାଲୁ ଆକ୍ରମଣ ଜଣେ ଗୁରୁତର

Sunil Chandra Nayak

ପଞ୍ଚାୟତ ସ୍ତରୀୟ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ନଇରି ଦଶଦୋଳ ଉତ୍ସବ ରେ ଗଣନାଥ ଗୋଷ୍ଠୀ ର ସାମାଜିକ କାର୍ଯ୍ୟକ୍ରମ !!!

Sunil Chandra Nayak

Leave a Comment

error: Content is protected !!