ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଆଇପିଆରଓ ଆଲୋକ ମହାନ୍ତିଙ୍କର ବଦଳି

ଡିଆଇପିଆରଓ ଆଲୋକ ମହାନ୍ତିଙ୍କର ବଦଳି

କେନ୍ଦ୍ରାପଡ଼ା,: କେନ୍ଦ୍ରାପଡା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧୂକାରୀ ଆଲୋକ କୁମାର ମହାନ୍ତିଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ମୁଖ୍ୟାଳୟ ଭୁବନେଶ୍ବରକୁ ବଦଳି ହୋଇଛି। ଏସମ୍ପର୍କରେ ଗତ ଜୁଲାଇମାସ ୨୪ତାରିଖରେ ବିଭାଗୀୟ ନିର୍ଦେଶନାମା ପ୍ରକାଶ ପାଇଥିଲା । କେନ୍ଦ୍ରାପଡା ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ ତୁଲାଇଥିଲେ । ତାଙ୍କ କାର୍ଯ୍ୟ ଅବଧୂ ଭିତରେ ସେ ନିଜର ସଜୋଟତା ଓ କର୍ତ୍ତବ୍ୟନିଷ୍ଠପରାୟଣତା ପାଇଁ ଜିଲ୍ଲାର ବିଭିନ୍ନ ଉପରିସ୍ଥ ଅଧୂକାରୀ ଓ ସହକର୍ମୀଙ୍କଠାରୁ ବେଶ୍ ପ୍ରଶଂସା ସାଉଁଟିଥିଲେ । ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ଓ ମହୋତ୍ସବ ଆଦିରେ ନିଜର କାର୍ଯ୍ୟଦକ୍ଷତା ଏବଂ ଚମତ୍କାରୀ ସଂଯୋଜନାରେ ସମସ୍ତଙ୍କ ମନ ଭିତରେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିପାରିଛନ୍ତି । ଶ୍ରୀ ମହାନ୍ତିଙ୍କୁ ଜିଲ୍ଲାପାଳ ଆଜି ଭାରମୁକୁ କରିଛନ୍ତି । ସେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧୂକାରୀ ଅଶୋକ କୁମାର ବଳିଆରସିଂହଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ନବରଂଗପୁର ଠାରେ ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ 

Sunil Chandra Nayak

ବାଲିଆପାଳ ଅଂଚଳର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାନ୍ତିଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

masiha

ଵାମନଘାଟୀ ଉପଖଣ୍ଡ ସ୍ତରୀୟ ସରଗି ଫୁଲ ଏବଂ ଭଲିବଲ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!