ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆନୁକୁଲ୍ୟରେ ଶିଶୁ ଦିବସ
ରାଇରଙ୍ଗପୁର – ବାରିପଦା ଆଜି ଜିଲ୍ଲା ଅନ୍ତର୍ନିଵାସୀ ଜିଲ୍ଲା ଶିକ୍ଷା ସାଧନ କେନ୍ଦ୍ର ଲାଲ ବଜାର ଠାରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ପାଳନ କରିଛି ଶିଶୁ ଦିବସ l
ସୂଚନା ଯୋଗ୍ୟ ଜିଲ୍ଲା ଅଧ୍ତର୍ନିଵାସୀ ସାଧନ କେନ୍ଦ୍ର ଠାରେ ଗତ ୧୧ ନଭେମ୍ବର ଠାରୁ ଜାତୀୟ ନାଟକ ପ୍ରତିଯୋଗିତା ପାଇଁ ଅଭ୍ୟାସ ଚାଲୁ ରହିଛି l ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ ଜଣ ଦିବ୍ୟାଙ୍ଗ ତଥା ସାଧାରଣ ବିଦ୍ୟାର୍ଥୀ ଏଥିରେ ଯୋଗ ଦେଇଛନ୍ତି l ଆଜି ଜିଲ୍ଲା ଶିଶୁ ମଙ୍ଗଳ ସମିତି ଏହି ଦିବ୍ୟାଙ୍ଗପିଲାଙ୍କ ସହିତ ପାଳନ କରିଛି ଶିଶୁ ଦିବସ l ଏଥିରେ ଉପସ୍ଥିତ ଥିଲେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭାସ୍ଵତି ବାରିକ,ସଦସ୍ୟ ସୁରଥ କୁମାର ପଟ୍ଟନାୟକ,ସଦସ୍ୟ ରଞ୍ଜିତା ପଣ୍ଡା ତତ୍ ସହିତ ଜିଲ୍ଲା ଆଇ ଡି ସଂଯୋଜକ ନିରଞ୍ଜନ ନାୟକ ,ଅଧ୍ୟାପକ ରାଜେଶ୍ ଦାସ,ଅଧ୍ୟାପକ ତ୍ରିଲୋଚନ ପ୍ରଧାନ l ଉପସ୍ଥିତ ସମସ୍ତ ଅତିଥି ଜାତୀୟ ନାଟକରେ ଭାଗ ନେଇଥିବା ସମସ୍ତ ଶିଶୁ କଳାକାରଙ୍କୁ ଆଶୀର୍ବାଦ ଦେଇଥିଲେ ଯେପରି ଆସନ୍ତା ନଭେମ୍ବର ୨୫ ଜୋନାଲ ସ୍ତରୀୟ ପ୍ରତିଯୋଗିତା କଲିକତାରେ ବିଜୟ ଲାଭ କରିବେ l
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

