ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଶୁଭାରମ୍ଭ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା

ରାୟଗଡ:-ତା.୫/୦୩- ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଶୁଭlରମ୍ଭ ହେଲା ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ମେଳା l ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡ ତରଫରୁ ଅନୁଷ୍ଠିତ ହେଉଥିବା ଉଦ୍ୟୋଗୀ ମେଳାର ପ୍ରଥମ ଦିନରେ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ଓ ଆଇନ ବିଭାଗ, ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ମେଳାକୁ ଉଦଘାଟନ କରିଛନ୍ତି l ନିଜର ବକ୍ତବ୍ୟରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାରକା କହିଲେ ଯେ ଆମ ଜିଲାରେ ଅନେକ ପ୍ରାକୃତିକ ସଂପଦ ଓ କଞ୍ଚା ମାଳ ଭରପୁର ରହିଛି ଏହାର ସଠିକ ବିନିଯୋଗ ହେଲେ ସମୃଦ୍ଧିଶାଳୀ ହେବ l ଉଦ୍ୟୋଗୀ ମାନେ ଜଣେ ଜଣେ ସଫଳ ଉଦ୍ୟୋଗୀ ହେବା ସହିତ ଯୁବକ ଯୁବତୀ ମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ପାରିବେ l ବିଜୁବାବୁ ଦେଖିଥିବା ଗାଁକୁ କାମ ଓ ମାଆକୁ ସମ୍ନାନ ଅସଜି ତାଙ୍କ ସୁପୁତ୍ର ଓଡିସଗାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସଫଳ ରୂପାୟନ ହୋଇ ପାରିଛ ବୋଲି କହିଥିଲେ l ଏହି ମେଳା ରେ ସମ୍ନାନିତ ଅତିଥି ଭାବରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷl ସୁଶ୍ରୀ ସରସ୍ୱତୀ ମାଝୀ ପ୍ରମୁଖ ଭାବରେ ଯୋଗଦାନ କରି ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିକାଶ କୁମାର ବାଇନ ଅଧ୍ୟକ୍ଷତା କରି ପ୍ରାରମ୍ଭିକ ଭାଷଣ ଦେଇଥିଲେ ଓ ଶିଳ୍ପ ପ୍ରତ୍ସାହନ ଅଧିକାରୀ ସବ୍ୟସାଚୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

 ଏହି ମେଳା ଆଜିଠାରୁ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ। ଏହି ମେଳାରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ୧୦୦ଟି ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଯୋଗଦାନ କରିଛନ୍ତି । ଜିଲ୍ଲାର ଉଦ୍ୟୋଗୀ ମାନଙ୍କୁ ନେଇ ୪ଦିନ ଧରି ଦୈନିକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ଏବଂ ଉତ୍ପାଦନ ଓ ବିପଣନ,ଆର୍ଥିକ ଅନ୍ତର୍ଭୁକ୍ତ କରଣ ଉପରେ ସଚେତନ କରାଯିବ l ଆସନ୍ତା ୭ ତାରିଖରେ ମହିଳା ଦିବସ ପାଳନ କରାଯିବ ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୂୟା ମାଝୀ ଯୋଗଦେବl ର କାର୍ଯ୍ୟକ୍ରମ ରହିଥିବା ବେଳେ l ଅନ୍ତିମ ଦିନରେ ଜିଲ୍ଲାର ବୃହତ୍ତ ଶିଳ୍ପାନୁଷ୍ଠାନମାନଙ୍କର ମୁଖ୍ୟlମାନେ ଓ କାର୍ଯ୍ୟ କାରୀ ଉପସଭାପତି ମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି l ଜିଲ୍ଲାର ବିଭିନ୍ନ ଶିଳ୍ପ ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀ ମାନଙ୍କ ଦ୍ଵାରା ଉତ୍ପଦିତ ଦ୍ରବ୍ୟ ଗୁଡ଼ିକର ପ୍ରଦର୍ଶିତ ଓ ବିକ୍ରୟ କରାଯାଉଛି l ଏହାବ୍ୟତୀତ ଏହି ମେଳାରେ ଜିଲ୍ଲାର ଚାରିଗୋଟି ବୃହତ୍ତ ଶିଳ୍ପାନୁଷ୍ଠାନ ଯଥା ଉତ୍କଳ ଆଲୁମିନା, ଜେକେ କାଗଜ କଳ, ଜେକେପୁର, ଇମ୍ଫା ଥେରୁବାଲି, ବେଦାନ୍ତ ଆଲୁମିନା ଲାଞ୍ଜିଗଡ ଯୋଗଦାନ କରିଛନ୍ତି l ଜିଲ୍ଲାର ଅଣୁ, କ୍ଷଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ଉତ୍ପାଦିତ ଦ୍ରବ୍ୟ ବିଶେଷ କରି ମସଲା ଜାତୀୟ, ବଡ଼ି,ପାମ୍ପଡ଼, ଝାଡୁ ଫିନାଇଲ  ପରି ଅନ୍ୟାନ୍ୟ ଉତ୍ପଦିତ ଦ୍ରଵ୍ୟ ଶୁଳଭ ମୂଲ୍ୟରେ ମିଲୁଛି।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ସାପ କାମୁଡାରେ ଯୁବତୀ ଆହତ

Sunil Chandra Nayak

ଜୁନାଗଡ଼ କନ୍ୟାଶ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!