ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ୧୦୭ ତମ ଜୟନ୍ତୀ

ମୟୂରଭଞ୍ଜ ୫/୩/୨୨ (ମସିହା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଜନତା ଦଳ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୟୂରଭଞ୍ଜ ୨ ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ,ଯୁବ ବିଜେଡି ସଭାପତି ଅଭିଷେକ ପଟ୍ଟନାୟକ ଏବଂ ମହିଳା ବିଜେଡି ସଭାନେତ୍ରୀଙ୍କ ବଳିଷ୍ଠ ନେତୃତ୍ବରେ ୧୦୭ ତମ ଜୟନ୍ତୀ ମହାସମାରୋହରେ‌ପାଳିତ ହୋଇଯାଇଛି । ଏଥିରେ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତୀରେ ଦଳୀୟ ନେତୃବୃନ୍ଦ ଓ କର୍ମିବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରି ଗତିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ସ୍ଥାନୀୟ ଛକଟି ବିଜୁ ପଟ୍ଟନାୟକ ଅମର ରହେ,ବିଜେଡି ଲଙ୍ଗ ଲିଭ୍,ବିଜେଡି ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହୋଇଥିଲା ଅଂଚଳ ।ପରେ ସମସ୍ତେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଏବଂ ଉପଖଣ୍ଡ କାରାଗାରର ଅନ୍ତେବାସୀ ଙ୍କୁଫଳ ବଣ୍ଟନ କରିଥିଲେ ।ଅପରାହ୍ନରେ ବିଜେଡ଼ିର ଯୁବ ଛାତ୍ର ସ୍ଥାନୀୟ ଜଗନ୍ନାଥ ମନ୍ଦିର ପକ୍ଷରୁ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରି ବିଜୁ ପଟ୍ଟନାୟକ ଅମର ରହେ,ବିଜେଡି ଜିନ୍ଦାବାଦ,ନବିନ ପଟନାୟକ ନାରାରେ ପ୍ରକମ୍ପିତ ହୋଇଥିଲା ଅଂଚଳ । ପରେ ନିଶାମଣି ହୋଟେଲ ସଂଲଗ୍ନ ଏକ ପଡ଼ିଆରେ ବିଜୁପଟ୍ଟନାୟକ ସ୍ମୃତି ଚାରଣ ସଭା ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତି ନେତୃବୃନ୍ଦ ଓ କର୍ମି ବିଜୁପଟ୍ଟନାୟକ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭିର ଶ୍ରଦ୍ଧାଞ୍ଜଳୀ ‌ଜ୍ଞାପନ କରିଥିଲେ ।ଏଥିରେ ନେତୃବୃନ୍ଦ ବିଜୁ ପଟ୍ଟନାୟକଙ୍କ ଅମ୍ଳାନ ପ୍ରତିଭା ଉପରେ ବକ୍ତବ୍ୟ ରଖିଥିଲେ । ବିଜୁ ପଟ୍ଟନାୟକ ହେଉଛନ୍ତି ଉତ୍କଳ ମାତାର ଯୋଗଜନ୍ମା ସନ୍ତାନ । ସେ ଜଣେ ମହାନ୍ ସ୍ଵାଧୀନତା ସଂଗ୍ରାମୀ, ବିଚକ୍ଷଣ ଦେଶପ୍ରେମୀ,ରାଷ୍ଟ୍ରରେ ତା,ଦକ୍ଷ ପାଇଲଟ,ସାହାସୀ ଉଦାସୀ ଯୁବକ,ଜଣେ ରାଜନେତା ସହ ବୈଜ୍ଞାନିକ ମତବାଦୀ , ପଞ୍ଚାୟତରାଜ ବିଭାଗରେ ମହିଳାଙ୍କ ଅଧିକାର,ଦକ୍ଷ ମୁଖ୍ୟମନ୍ତ୍ରୀ, ଓଡ଼ିଶାକୁ ଅତିବ ଭଲ ପାଉଥିବା ବିରଳ ବ୍ୟକ୍ତିତ୍ବ,ନବ ଓଡ଼ିଶାର ବିନ୍ଧାଣି । ତାଙ୍କ ବିଷୟରେ ଯେତେ କହିଲେ ବି ସରିବ ନାହିଁ ବୋଲି ନେତୃବୃନ୍ଦ କହିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଏମଏ ଲେ ସାହିବା ସୁଶିଲ ହାଁସଦା, ଏସଡିସି ସଭ୍ୟ ଜଲେନ ବାର୍ଦା,, ହରେକୃଷ୍ଣ ମଣ୍ଡଳ,ବାବୁଲା ପାତ୍ର, ରାଇରଙ୍ଗପୁର ଜିଲ୍ଲା ପରିଷଦ ସଦସ୍ୟ ସଚିନ୍ଦ୍ରନାଥ ମହାନ୍ତ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ଜାମଦା ବ୍ଳକ ଅଧ୍ୟକ୍ଷ ଶ୍ରୀ ଡୁମକା ହେମ୍ବ୍ରମ, ହରେକୃଷ୍ଣ ମଣ୍ଡଳ,ରାଇରଙ୍ଗପୁର ପୌରାଞ୍ଚଳର କାଉନସିଲର ବୃନ୍ଦ, ଦଳିୟ ପଦାଧିକାରୀ, ଜନ‌ପ୍ରତିନିଧି,ଯୁବଛାତ୍ର ,ମିଶନ ଶକ୍ତି ମହିଳା ସ୍ବୟଂ ସହାୟିକା ଗୋଷ୍ଠି ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ଆଇନଜୀବି ଶ୍ରୀ ଗୌରୀଶଙ୍କର ଦତ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜୁନାଗଡ ନିର୍ବାଚନ ମଣ୍ଡଳୀ ର ବିକାଶ ର ବାର୍ତ୍ତା ନେଇ ସମର୍ପଣ ଯାତ୍ରା

masiha

ଜନ ବିରୋଧୀ ବିଜେପି ସରକାର ହଟାଅ – ଦେଶ ବଞ୍ଚାଅ , ଶ୍ରମିକ କୃଷକ ର ଅଧିକାର ପାଇଁଁ ରାଜଭବନ ଆଗରେ ୭୨ ଘଣ୍ଟିଆ ଅହୋରାତ୍ର ମହା ଗଣଧାରଣା କୁ ସଫଳ କର – ବିଷ୍ଣୁ ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ,ସି ଆଇ ଟି ୟୁ 

masiha

ରାଇରଙ୍ଗପୁରରେ ବିଜେଡି ତରଫରୁ ବିଜୁବାବୁଙ୍କ ତିରୋଧାନ ଦିଵସ ପାଳିତ 

masiha

Leave a Comment

error: Content is protected !!