ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ,କଲେ ମୁଖ୍ୟମନ୍ତ୍ରୀ ,  କହିଲେ କଥାରେ ନୁହେଁ, କାମରେ ବିଶ୍ୱାସ କରେ

ଗୋଲାମୁଣ୍ଡା,୦୫/୦୩: /ମସିହା/ ଆଜି ଓଡ଼ିଶା ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା(ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି) ଗସ୍ତ ଅବସରରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଠାରେ ମୋଟ ୫୨୭ କୋଟି ଟଙ୍କାର ୯୩ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୧୫୭୩ କୋଟି ଟଙ୍କାର ୧୧୩ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ବିକାଶମୂଳକ ପ୍ରକଳ୍ପ ସାମିଲ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୃନ୍ଦାବାହାଲ ରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରି କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ୍‌ ୱେ’ରେ ଘାଟିପଡା ଠାରୁ ଆମପାଣି ପର୍ଯ୍ୟନ୍ତ ନିର୍ମାଣ କାମ ବର୍ଷକ ମଧ୍ୟରେ ଶେଷ ହୋଇଛି । ବିଜୁ ଏକ୍ସପ୍ରେସ୍‌ ୱେ’ ଏକ ସାଧାରଣ ରାସ୍ତା ନୁହେଁ। ଏହା ଏହି ଅଞ୍ଚଳର ଜୀବନରେଖା ଓ ବିକାଶର ନୂଆ ଇତିହାସ ବୋଲି ମତ ପ୍ରକାଶ କରିଥିଲେ । ଏହି ରାସ୍ତା ପାଇଁ ଚାଷୀ ଭାଇ, ସାଧାରଣ ଲୋକଙ୍କ ସୁବିଧା, ସ୍ୱାସ୍ଥ୍ୟସେବାରେ ଉନ୍ନତି ପରିଲିକ୍ଷିତ ହେବା ସହ ଅର୍ଥନୈତିକ ସ୍ତରରେ ଏହା ବେଶ ଉପଯୋଗୀ ସାବ୍ୟସ୍ତ ହେବ ଏବଂ ନୂଆ ଶିଳ୍ପ ଗଢି ଉଠିବ । ‘ଏକ୍ସପ୍ରେସ୍‌ ୱେ’ର ଦୁଇ ପାଖରେ ବିଜୁ ଇକୋନୋମିକ କରିଡର କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜୁବାବୁଙ୍କ ସ୍ୱପ୍ନ ଥିଲା ସଶକ୍ତ ଓଡ଼ିଶା । ସେ ଦିଗରେ ଆମେ ସଫଳତାର ସହ ଆଗକୁ ବଢୁଛୁ ବୋଲି କହିଥିଲେ । ପରେ ବସ ଯୋଗେ ବୃନ୍ଦାବାହାଲ ଠାରୁ ଆମପାଣି ପର୍ଯ୍ୟନ୍ତ ରୋଡ଼ସୋ କରିଥିବା ଦେଖିବାକୁ ମିଳିଛି ।ଏହି ଅବସରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ସାଂସଦ ସୁଜିତ କୁମାର, ଭୁପେନ୍ଦ୍ର ସିଂ,ପ୍ରଦୀପ ଦିଶାରୀ,,ପ୍ରମୁଖ ଉପସ୍ଥିତ ଥିଲେ ଓ ନିଜ ନିଜର ମତ ପ୍ରକାଶ କରିଥିଲେ, ହେଲେ ଦୁଃଖର ବିଷୟ ଯେ ଶହୀଦ ଙ୍କ ପୀଠସ୍ଥଳୀ ବୃନ୍ଦାବାହଲ ନିକଟରେ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା ରେ ମନ୍ତ୍ରୀ, ବିଧାୟକ ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ କିନ୍ତୁ ସେହି ସ୍ଥାନରେ ଥିବା ଶହୀଦ ବିଜେନ୍ଦ୍ର ରାଉତଙ୍କ ପ୍ରତି କାହାରି ମନରେ ଦୟା ଆସିଲା ନାହିଁ କି ନିରବ ପ୍ରାଥନା ମଧ୍ୟ ହୋଇପାରିଲା ନାହିଁଏହା ସହିଦ ପ୍ରତି ଅସମ୍ବାନ ବୋଲି ସ୍ଥାନୀୟ ଲୋକଙ୍କ ମନରେ ଦୁଃଖ ପ୍ରକାଶ କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ,ପ୍ରଗତିଶୀଳ ମସିହା

Related posts

ଆଞ୍ଚଳିକ ଓଡିଶା ଇତିହାସ କଂଗ୍ରେସ ଅଧିବେଶନ:୨୦୨୩ ଅନୁଷ୍ଠିତ

Sunil Chandra Nayak

MGNRGA,ଦ୍ଵାରା ୧୦୦ ଦିନର କର୍ମନିଯୁକ୍ତି ପାଇବାପାଇଁ,ଶିରୀଗୁଡା ଗ୍ରାମପଞ୍ଚାୟତ ରେ କାମ ଆବେଦନ

masiha

୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!