ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ବ୍ଳକ! ବଡାଳିମା ପଞ୍ଚାୟତ ! ସାଲଗାଢିପା ଅଙ୍ଗନବାଡି କେନ୍ଦ୍ର କୁ ରାସ୍ତା ନାହିଁ . ; କାଦୁଅ ପଚ୍ ପଚ୍ ଚଲି ରାସ୍ତାରେ ସ୍କୁଲ ଯିବାକୁ କୁନି କୁନି ପିଲାମାନେ ଅମଙ୍ଗ ;ସ୍କୁଲ କୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

ତିରିଂ ବ୍ଳକ! ବଡାଳିମା ପଞ୍ଚାୟତ ! ସାଲଗାଢିପା ଅଙ୍ଗନବାଡି କେନ୍ଦ୍ର କୁ ରାସ୍ତା ନାହିଁ . ; କାଦୁଅ ପଚ୍ ପଚ୍ ଚଲି ରାସ୍ତାରେ ସ୍କୁଲ ଯିବାକୁ କୁନି କୁନି ପିଲାମାନେ ଅମଙ୍ଗ ;ସ୍କୁଲ କୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

 ମୟୂରଭଂଜ – ୨/୦୮ — ମୟୁରଭଞ୍ଜ ଜିଲ୍ଲା ର ତିରିଂ ବ୍ଲକ ବଡଡାଳିମା ପଂଚାୟତ ର ସାଲଗାଢିପା ଅଙ୍ଗନବାଡି କେନ୍ଦ୍ରର ଚଲାପଥ ରାସ୍ତା ବେହାଲ ।କାଦୁଅ ପଚ୍ ପଚ୍ ରାସ୍ତାରେ କୁନି କୁନି ପିଲାମାନେ ସ୍କୁଲ ଯିବାକୁ ଅମଙ୍ଗ । ପିଲାମାନଙ୍କର ଆଦ୍ୟ ବିଦ୍ୟାରମ୍ଭ ଅଙ୍ଗନଵାଡି କେନ୍ଦ୍ରରେ । ସରକାର ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସୁଷମ ପୁଷ୍ଟିକର ଖାଦ୍ଯ,ଶିକ୍ଷା, ପୋଷାକ,ଯୋତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ଏଠlରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଚିତ୍ର l ଗାଁ ରୁ ଅଙ୍ଗନବାଡି କେନ୍ଦ୍ର ପ୍ରାୟ ଅଧା କିଲୋମିଟର ଯିବା ପାଇଁ ରାସ୍ତା ବହୁତ ଖରାପ l ହାତ ରେ ଚପଲ ଧରି କେନ୍ଦ୍ର କୁ ଯିବା ପାଇଁ ପଡେ l ବିଜୁଳି ମଧ୍ୟ ସଂଯୋଗ ହୋଇ ନାହିଁ l ପାଚେରୀ ନାହିଁ l ଗାଈ ଗୋରୁ ଏବଂ ବୁଲା କୁକୁର ମାନେ ପଶି ଆସୁଛନ୍ତି l ରାସ୍ତା ନିର୍ମାଣ ପାଇଁ ସରକାରୀ ବାବୁ ମାନଙ୍କୁ ଦାବି ଦେଇ ଦେଇ ନିରାଶ ହେଲେଣି ଗ୍ରାମବାସୀ l ଦେଖିବାକୁ ବାକି ରହିଲା କେବେ ସୁଧୁରି ସାଲଗାଢିପା ଅଙ୍ଗନବାଡି କେନ୍ଦ୍ର lସରକାର କହୁଛନ୍ତି ଅଗଷ୍ଟ ୧ ରୁ ୭ ପର୍ଯ୍ୟନ୍ତ ଆମ ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଆସ ! କାଦୁଅ ପଚ୍ ପଚ୍ ରାସ୍ତାରେ ହାତରେ ଚପଲ ଧରି ଅଙ୍ଗନବାଡ଼ି କେନ୍ଦ୍ରକୁ କେମିତି ଯାଇ ପରିଦର୍ଶନ କରିବେ ?

ମୟୂରଭଂଜରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗୋପାଳପୁର ରେ ଶିକ୍ଷକ ଅଭାବ ସାଙ୍ଗକୁ ବିଭିନ୍ନ ସମସ୍ୟା 

ଲେଡି ଲାୟନ୍ସ ର ସାମାଜିକ କାର୍ଯ୍ୟକ୍ରମ

Sunil Chandra Nayak

ବରିଷ୍ଠ ଶିକ୍ଷାବିତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସାମ୍ୟବାଦୀ ନେତା କୃଷ୍ଣ ମୋହନ ରାଉତ ଙ୍କ ଏକାଦଶାହ ରେ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଧ୍ରୁବ ଅର୍ଣ୍ଣପୂର୍ଣ୍ଣା ସେବା ଓ କଳା ପରିଷଦ ଦ୍ୱାରା ସ୍ମୁତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!