ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ବ୍ଳକ! ବଡାଳିମା ପଞ୍ଚାୟତ ! ସାଲଗାଢିପା ଅଙ୍ଗନବାଡି କେନ୍ଦ୍ର କୁ ରାସ୍ତା ନାହିଁ . ; କାଦୁଅ ପଚ୍ ପଚ୍ ଚଲି ରାସ୍ତାରେ ସ୍କୁଲ ଯିବାକୁ କୁନି କୁନି ପିଲାମାନେ ଅମଙ୍ଗ ;ସ୍କୁଲ କୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

ତିରିଂ ବ୍ଳକ! ବଡାଳିମା ପଞ୍ଚାୟତ ! ସାଲଗାଢିପା ଅଙ୍ଗନବାଡି କେନ୍ଦ୍ର କୁ ରାସ୍ତା ନାହିଁ . ; କାଦୁଅ ପଚ୍ ପଚ୍ ଚଲି ରାସ୍ତାରେ ସ୍କୁଲ ଯିବାକୁ କୁନି କୁନି ପିଲାମାନେ ଅମଙ୍ଗ ;ସ୍କୁଲ କୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

 ମୟୂରଭଂଜ – ୨/୦୮ — ମୟୁରଭଞ୍ଜ ଜିଲ୍ଲା ର ତିରିଂ ବ୍ଲକ ବଡଡାଳିମା ପଂଚାୟତ ର ସାଲଗାଢିପା ଅଙ୍ଗନବାଡି କେନ୍ଦ୍ରର ଚଲାପଥ ରାସ୍ତା ବେହାଲ ।କାଦୁଅ ପଚ୍ ପଚ୍ ରାସ୍ତାରେ କୁନି କୁନି ପିଲାମାନେ ସ୍କୁଲ ଯିବାକୁ ଅମଙ୍ଗ । ପିଲାମାନଙ୍କର ଆଦ୍ୟ ବିଦ୍ୟାରମ୍ଭ ଅଙ୍ଗନଵାଡି କେନ୍ଦ୍ରରେ । ସରକାର ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସୁଷମ ପୁଷ୍ଟିକର ଖାଦ୍ଯ,ଶିକ୍ଷା, ପୋଷାକ,ଯୋତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ଏଠlରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଚିତ୍ର l ଗାଁ ରୁ ଅଙ୍ଗନବାଡି କେନ୍ଦ୍ର ପ୍ରାୟ ଅଧା କିଲୋମିଟର ଯିବା ପାଇଁ ରାସ୍ତା ବହୁତ ଖରାପ l ହାତ ରେ ଚପଲ ଧରି କେନ୍ଦ୍ର କୁ ଯିବା ପାଇଁ ପଡେ l ବିଜୁଳି ମଧ୍ୟ ସଂଯୋଗ ହୋଇ ନାହିଁ l ପାଚେରୀ ନାହିଁ l ଗାଈ ଗୋରୁ ଏବଂ ବୁଲା କୁକୁର ମାନେ ପଶି ଆସୁଛନ୍ତି l ରାସ୍ତା ନିର୍ମାଣ ପାଇଁ ସରକାରୀ ବାବୁ ମାନଙ୍କୁ ଦାବି ଦେଇ ଦେଇ ନିରାଶ ହେଲେଣି ଗ୍ରାମବାସୀ l ଦେଖିବାକୁ ବାକି ରହିଲା କେବେ ସୁଧୁରି ସାଲଗାଢିପା ଅଙ୍ଗନବାଡି କେନ୍ଦ୍ର lସରକାର କହୁଛନ୍ତି ଅଗଷ୍ଟ ୧ ରୁ ୭ ପର୍ଯ୍ୟନ୍ତ ଆମ ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଆସ ! କାଦୁଅ ପଚ୍ ପଚ୍ ରାସ୍ତାରେ ହାତରେ ଚପଲ ଧରି ଅଙ୍ଗନବାଡ଼ି କେନ୍ଦ୍ରକୁ କେମିତି ଯାଇ ପରିଦର୍ଶନ କରିବେ ?

ମୟୂରଭଂଜରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ପ୍ରୟାସରେ ରାଇରଙ୍ଗପୁରରେ କ୍ବେସ୍ କର୍ପ ପ୍ରାଇଭେଟ୍ ଲିମିଟେଡ ଆନୁକୁଲ୍ୟରେ ବୃହତ ନିଯୁକ୍ତି ମେଳା

Sunil Chandra Nayak

ରାଇରଙ୍ଗପୁର ବ୍ଳକର ହାଳଦା ପଞ୍ଚାୟତର ସିଜୁକଳା ପ୍ରାଥମିକ ବିଦ୍ୟାଳୟରେ ଅର୍ଦ୍ଧରାତ୍ରିରେ ଖସିଲା ଶ୍ରେଣୀଗୃହ ସ୍ଲାବ , ଅଳ୍ପକେ ବର୍ତ୍ତିଲେ ୪୦ ଆଦିବାସୀ ଛାତ୍ରଛାତ୍ରୀ; ଉଚ୍ଚସ୍ତରୀୟ ତଦନ୍ତ ଦାବି

Sunil Chandra Nayak

ଜନ୍ମମାଟିରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ 

Leave a Comment

error: Content is protected !!