ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁବର୍ଣ୍ଣରେଖା ରେ ନଦୀ କୂଳ ରାଜଘାଟ ରେ ହେବ ବାଲିଯାତ୍ରା : ପ୍ରଣାମ ଭାରତ 

ସୁବର୍ଣ୍ଣରେଖା ରେ ନଦୀ କୂଳ ରାଜଘାଟ ରେ ହେବ ବାଲିଯାତ୍ରା : ପ୍ରଣାମ ଭାରତ 

ଜଳେଶ୍ଵର,୨୦/୧୧(ମନିସ)-ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ନିର୍ବାଚନ ମଣ୍ଡଳୀର ରାଜଘାଟ ସ୍ଥିତ ସୁବର୍ଣ୍ଣ ରେଖା ନଦୀ କୂଳ ବେଣାପୁରା ଠାରେ ଗତ ତିନି ବର୍ଷ ଧରି ଏକ ସାମାଜିକ ମଙ୍ଗଳକାରୀ ଓ ବିକାଶନ୍ନମୁଖି ସଂଗଠନ ପ୍ରଣାମ ଭାରତ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ଏହି ସଂଗଠନ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏକ ନୂତନ ଫର୍ଦ୍ଦ ଯୋଡିବାକୁ ଯାଉଛି। ଉତ୍ତର ବାଲେଶ୍ୱରର ପ୍ରଥମ କରି ସୁବର୍ଣ୍ଣ ରେଖା ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ଗତକାଲି ଅପରାହ୍ନରେ ବେଣାପୁରାଠାରେ ପ୍ରଣାମ ଭାରତର କର୍ମକର୍ତ୍ତାଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଗତ ୩ ବର୍ଷ ଧରି ରାଜଘାଟ ରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିଲା। ଓଡିଶା ର ପରମ୍ପରା ଓ ଅଞ୍ଚଳର ପରମ୍ପରାକୁ ପାଥେୟ କରି ଚଳିତ ବର୍ଷ ବାଲିଯାତ୍ରାକୁ ଆରମ୍ଭ କରାଯିବ। ନଭେମ୍ବର ୨୪ ତାରିଖରୁ ଏହି ମେଳା ଆରମ୍ଭ ହୋଇ ୨୮ ତାରିଖରେ ଉଦଯାପିତ ହେବ। ଏହି ବାଲିଯାତ୍ରାରେ ରାଜ୍ୟ ସହିତ ରାଜ୍ୟ ବାହାରୁ ୮୦ ରୁ ଉର୍ଦ୍ଧ୍ବ ଷ୍ଟଲ ଆସିବ। ଏହି ବାଣିଜ୍ୟକ ମେଳାକୁ ସରସ ସୁନ୍ଦର କରିବା ପାଈଁ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସାଧାରଣ ସଭା ଅନୁଷ୍ଠିତ ହେବ। ରାଜନେତା ,ପ୍ରଶାସନିକ ଅଧିକାରୀ, ଚଳଚିତ୍ର ତାରକାଙ୍କୁ ନେଇ ଏହି ସଭା ଅନୁଷ୍ଠିତ ହେବ। ଉତ୍ତର ବାଲେଶ୍ୱରର ବିକାଶ ପାଈଁ ଏକ ନିଯୁକ୍ତି ମେଳା ଆୟୋଜନ କରାଯିବ। ରାଜ୍ୟ ବାହାରୁ କମ୍ପାନୀ ମାନେ ଆସି ଯୋଗ୍ୟତା ଭିତ୍ତିରେ ପିଲାଙ୍କୁ ନିଯୁକ୍ତି ଦେବେ। ବୋଇତ ବନ୍ଦାଣ ଉତ୍ସବରେ ଭୋର ୩ ଟାରୁ ଭଜନ ସନ୍ଧ୍ୟା, ପରେ ଶିବ ପୂଜା, ସକାଳ ୬ଟାରେ ଆଳତି କାର୍ଯ୍ୟକ୍ରମ, ପରେ ସାଧବ ବେଶରେ ବୋଇତ ବନ୍ଦାଣ ଓ ନୌକା ଯାତ୍ରା ଅନୁଷ୍ଠିତ ହେବା ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି। ଏହି ବାଲିଯାତ୍ରା ଲୋକଙ୍କୁ ବେଶ ଉତ୍ସାହିତ କରିବ ଵୋଲି ପ୍ରଣାମ ଭାରତ ସଂଗଠନ ସଦସ୍ୟ ଆଶା ବ୍ୟକ୍ତ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ସଂଗଠନର ସଭାପତି ରଂଜିତ ମହାନ୍ତି, କାର୍ଯ୍ୟକାରୀ ସଭାପତି ପର୍ଶୁରାମ ପରିଡା,ବରିଷ୍ଠ ଆଇନଜୀବୀ ନୃସିଂହ ଦାସ ମହାପାତ୍ର, ଦେବ ଜ୍ୟୋତି ଦାସ ମହାପାତ୍ର, ଆବାହକ ତଥା ସଂଯୋଜକ ପରମାନନ୍ଦ ମହାପାତ୍ର, ସମ୍ପାଦକ ଘନଶ୍ୟାମ ବିଶ୍ୱାଳଙ୍କ ସହିତ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ। ୧୬ ନମ୍ବର ଜାତୀୟ ରାଜପଥକୁ ଏହି ବାଲି ଯାତ୍ରା ସିଧା ସଳଖ ସଂଯୋଗ କରିଥିବାରୁ ଅଧିକ ଲୋକ ସମାଗମ ହେବା ଆଶା କରି ସଂଗଠନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦ ବ୍ୟସ୍ତ କରାଯାଇଥିବା ଆୟୋଜକ କମିଟି ପକ୍ଷରୁ କୁହା ଯାଇଛି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ନାଟ୍ୟ ଦିବସ ଓଡ଼ିଆ କଳା-ସଂସ୍କୃତିର ଅସ୍ମିତା, ଗର୍ବ ଓ ଗୌରବର ପ୍ରତୀକ  

masiha

ସରଗଡା ବନାଞ୍ଚଳରେ ୭୪ ତମ ବନମହୋତ୍ସବ 

ଥାନା ଅଧିକାରିଣୀ ଶ୍ୱେତା ପଦ୍ମା ସେଠଙ୍କୁ ଥାନାରେ ବିଦାୟକାଳିନ ସମ୍ବର୍ଦ୍ଧନା ସଭା 

masiha

Leave a Comment

error: Content is protected !!